ଭାରତକୁ ଖରାପ ପିପିଇ କିଟର ସପ୍ଲାଏକୁ ନେଇ ଚୀନ ଦେଲା କିଛି ଏମିତି ସଫେଇ, ଯାହାକୁ ବିଶ୍ବାସ କରିବା ସମ୍ଭବ ନୁହେଁ

ସାରା ବିଶ୍ଵରେ ବ୍ୟାପିଥିବା କରୋନା ଭାଇରସ ର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉ ଥିବା ପିପିଇ କିଟ ଚୀନଠୁ ସମସ୍ତ ଦେଶ ନେଉଛନ୍ତି । ଏହା ମଧ୍ୟରେ ଭାରତ ଚୀନ ଠାରୁ ୧.୭ ଲକ୍ଷ କିଟ ମଗାଇ ଥିଲା କିନ୍ତୁ ସେଥିରୁ ୫୦ ହଜାର କିଟ କ୍ୱାଲିଟି ପରୀକ୍ଷଣ ରେ ଅସଫଳ ହୋଇଛି । ଅଧିକାଂଶ ଦେଶରେ ମଧ୍ୟ ଠିକ ଏହି ଭଳି କ୍ଵାଲିଟି ଚେକରେ ଏହା ଫେଲ ହୋଇଛି ।

ଏହି ଖବର ପାଇବା ପରେ ଭାରତରେ ଚୀନର ଥିବା ଦୂତାବାସ ସଫାଇ ଦେବା ସହିତ କହିଛନ୍ତି ପ୍ରତ୍ୟେକ ଦେଶ ଗୁଡିକ ଜିନିଷକୁ ରଖିବା ପୂର୍ବରୁ କମ୍ପାନୀ ଏବଂ ତାର ପ୍ରାଡ଼କ୍ଟସ ର କ୍ଵାଲିଟି ବିଷୟରେ ପଢି ନେବା ଦରକାର । ପ୍ରତ୍ୟକ ମେଡିକାଲ ଉପକରଣ ଉପରେ ଚୀନ ଗୁରୁତ୍ଵର ସହିତ ଧ୍ୟାନ ରଖି ତିଆରି କରିବାରେ ଲାଗିଥିବା କଥା ଚୀନର ଦୂତାବାସ ପ୍ରବକ୍ତା ଝି ରାଗ୍ନ କହିଛନ୍ତି । ଏହା ସହିତ ଜିନିଷ କିନ୍ତୁଥିବା ଦେଶ ଜିନିଷ କିଣିବା ସମୟରେ ସ୍ଵିକୃତି ପ୍ରାପ୍ତ କମ୍ପାନୀ ଗୁଡିକ ଠାରୁ ହିଁ କିଣିବା ଦରକାର ।

ଚୀନ କରିଛି କଡା ନିୟମ

ପ୍ରବକ୍ତାଙ୍କ କହିବା ଅନୁସାରେ କିଛି ଦିନ ତଳେ ଚୀନ ଅଥରିଟିଜ ରେଗୁଲେଟରି ନିୟମକୁ ବି କଡା କରିଛନ୍ତି । ଏହି ନିୟମ ଅନୁସାରେ ବାହାରକୁ ପଠାଉଥିବା ମେଡିକାଲ ସାମଗ୍ରୀ କମ୍ପାନୀ ଗୁଡିକୁ ଲିଖିତ ବା ଇଲୋକଟ୍ରୋନିକ ଷ୍ଟେଟମେଣ୍ଟ ଦେବାକୁ ପଡିବ, ଯେଉଁଥିରେ ଏହି କଥାର ଭରସା ଦିଆ ଯାଇଥାଏ କି ତାଙ୍କ ସବୁ ସାମଗ୍ରୀକୁ ଷ୍ଟେଟ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ଙ୍କ ଦ୍ଵାରା ମେଡିକାଲ ଡିଭାଇସ ପାଇଁ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ମିଳିଛି । ଏହା ସହିତ ଏହା ମଧ୍ୟ ଲେଖା ଦେବାକୁ ପଡିବ କି ଯେଉଁ ଦେଶକୁ ଜିନିଷ ପଠା ଯାଉଛି ସେଠାର କ୍ଵାଲିଟି ପରୀକ୍ଷାରେ ସଂପୂର୍ଣ୍ଣ ଠିକ ଅଛି ବୋଲି ।

ପରୀକ୍ଷିତ ଜିନିଷ କିଣନ୍ତୁ

ରାଗ୍ନ କହିଛନ୍ତି ଭାରତ ସହିତ କିଛି ଦେଶରୁ ଡିପ୍ଲୋମେଟିକ ଚ୍ୟାନେଲ ଦ୍ଵାରା କିଣିବା ପାଇଁ ଡିମାଣ୍ଡ ଆସିଛି ଏବଂ ଚୀନ ସରକାର ସେମାନଙ୍କୁ ସ୍ଵିକୃତି ପ୍ରାପ୍ତ କମ୍ପାନୀ ଗୁଡିକର ସୂଚନା ଦେଇଛନ୍ତି । ସେ କହିଛନ୍ତି ଆମେ ଆଶା କରୁଛୁ ଏହି ଜିନିଷ କିଣିବା ପରେ ଏହାର ପରୀକ୍ଷଣ ସଫଳ ହେବ ।

ଭାରତ ସହିତ କିଛି ଦେଶର ଅଭିଯୋଗ

ଭାରତରେ ମଗା ଯାଇଥିବା ପିପିଇ କିଟରୁ ୫୦ ହଜାର କିଟ ଖରାପ ପଡିଥିଲା । ଏହା ପୂର୍ବରୁ ସ୍ପେନ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶ ଗୁଡିକୁ ଯାଇଥିବା ଚୀନ ସାମଗ୍ରୀ କ୍ଵାଲିଟି ଯାଞ୍ଚରେ ଅସଫଳ ହୋଇଥିଲା । ପାକିସ୍ଥାନ ନିଜର ସାଙ୍ଗ ଭଳି ଭାବୁଥିବା ଚୀନ କମ୍ପାନୀ ଗୁଡିକବି ତାକୁ ବଡ ଝଟକା ଦେଇଛନ୍ତି । ଚୀନ କମ୍ପାନୀ ଗୁଡିକ ଅଣ୍ଡରୱିୟର ରେ ତିଆରି ମାସ୍କ ପାକିସ୍ଥାନକୁ ପଠାଇ ଥିଲା । ଦେଶ ଦୁନିଆର ସବୁ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *