ରାଶିଫଳ 18 ଏପ୍ରିଲ 2020, ଆଜି ଏହି ୬ଟି ରାଶି ଉପରେ ପ୍ରସନ୍ନ ହେବେ ଶନିଦେବ, ମିଳିବ ଶୁଭ ସମାଚାର

ଜ୍ୟୋତିଷ ଶାସ୍ତ୍ରରେ ଶନି ମହାଗ୍ରହଙ୍କର ବହୁତ ମହତ୍ଵ ରହିଥାଏ । ଶନିଦେବ ଙ୍କୁ ନ୍ୟାୟ ପ୍ରିୟ ଗ୍ରହ କୁହାଯାଇଥାଏ ଯିଏ କି ସମସ୍ତଙ୍କ ସହିତ ନିଷ୍ପକ୍ଷ ନ୍ୟାୟ କରିଥାନ୍ତି । ମଣିଷ ମାନଙ୍କର ରାଶିରେ ଶନି ଚଳନ ଏବଂ ସ୍ଥିତି ବହୁତ ପ୍ରଭାବ ପକାଇ ଥାଏ । ଆଜି ଶନିଦେବ କିଛି ରାଶି ଉପରେ ନିଜର ବିଶେଷ କୃପା ରଖିବେ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆଜିର ଦିନ ଆପଣଙ୍କ ପାଇଁ କେମିତି ରହିବ ତାହେଲେ ଆସନ୍ତୁ ଏବେ ଜାଣିବା ଆଜିର ଆପଣଙ୍କ ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କର ବହୁତ ଦିନ ଧରି ଅଟକି ଥିବା କାମ ଶନିଦେବ ପୁରା କରିବେ । ଆପଣଙ୍କ ଘରେ ଚାଲିଥିବା ପଇସା ସମସ୍ୟାରୁ ଅବଏ ମୁକ୍ତି ମିଳିବ । ଆପଣଙ୍କର ସାମାଜିକ ରୂପରେ ମାନହାନି ନହେଉ ତାହାର ଧ୍ୟାନ ରଖନ୍ତୁ । ଆଜି ଶୁଦ୍ଧତାର ସହିତ କାମ କରାଇବା ପାଇଁ ଚେଷ୍ଟା କରନ୍ତୁ । ଜୀବନରେ ଆପଣଙ୍କୁ ବହୁତ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ବ୍ୟବସାୟ ଆଗକୁ ବଢିବ । ଆର୍ଥିକ ରୂପରେ ଦିନଟି ବହୁତ ଲାଭକାରୀ ଅଟେ ।

ବୃଷ

ଆଜି ଶନିଦେବ ଙ୍କ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନକୁ ଆସୁଥିବା ସବୁ ପ୍ରକାର ଦୁଖଃ ଦୂର ହୋଇଯିବ । ଆପଣ ଦ୍ରୁତ ଗତିରେ ପ୍ରଗତି କରିବା ଦ୍ଵାରା ସଫଳତାର ନୂଆ କୀର୍ତିମାନ ସ୍ଥାପନ କରିବେ । ବ୍ୟୟ ବୃଦ୍ଧି ହେବା ସହିତ ହଠାତ ଧନ ଲାଭ ହେବାର ସମ୍ଭାବନା ଅଛି । କିଛି ସମୟ ଅପେକ୍ଷା କରନ୍ତୁ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ବ୍ୟବସାୟରେ ବହୁତ ବୃଦ୍ଧି ହେବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ର ରେ ଆପଣ ଭଲ ପ୍ରତିଭାର ପରିଚୟ ଦେବାରେ ସଫଳ ହେବେ ।

ମିଥୁନ

ଆଜି ଆପଣଙ୍କର କୌଣସି ବନ୍ଧୁଙ୍କ ସହିତ ଝଗଡା ହୋଇପାରେ ଏବଂ ଆପଣଙ୍କ ବ୍ୟବସାୟରେ କଷ୍ଟ ଆସିପାରେ । ପାର୍ଟନରସିପ ପାଇଁ ସମୟ ଭଲ ଅଛି ଏବଂ ଚାକିରି କରିଥିବା ଲୋକଙ୍କର ପ୍ରମୋଶନ ହୋଇପାରେ । ଆପଣ ମାନସିକ ଭାବେ ଆକ୍ଟିଭ ରହିବେ । କିଛି ନୂଆ ମୌକା ଆପଣଙ୍କ ଆଗକୁ ଆସିପାରେ । ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିବ । ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିପାରେ ।

କର୍କଟ

ଆଜି ସନ୍ତାନଙ୍କ ପକ୍ଷରୁ କିଛି ଖୁସି ଖବର ମିଳିବ । ଶନିଦେବଙ୍କ କୃପାରୁ ରୋଜଗାର କ୍ଷେତ୍ରରେ କରିଥିବା ପ୍ରୟାସ ସଫଳ ହେବ । ଗାଡି ଚଳାଚଳ ଏବଂ ମେଶିନାରୀ ପ୍ରୟୋଗରେ ସାବଧାନ ରୁହନ୍ତୁ । ଝଗଡାକୁ ବଢିବା ପାଇଁ ଦିଅନ୍ତୁ ନାହିଁ । ଆୟରେ ବୃଦ୍ଧି ହେବା କାରଣରୁ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆସୁଥିବା ସମୟରେ ଏହି ରାଶିର ଲୋକଙ୍କୁ ବହୁତ ଲାଭ ମିଳିବ । ବ୍ୟବସାୟ କ୍ଷେତ୍ରରେ ବାହାରକୁ ଯିବା ପାଇଁ ପଡିପାରେ । ଅପେକ୍ଷା କରିଥିବା କାମରେ ବିଳମ୍ବ ହେବ ।

ସିଂହ

ଏହି ରାଶି ଲୋକଙ୍କର ସାହିତ୍ୟ ଲେଖନ ପ୍ରବୃତି ରେ ରୁଚି ବଢିବ । ଏହି ସମୟରେ ଆପଣଙ୍କୁ କିଛି ବାଧାର ସାମନା କରିବାକୁ ପଡିପାରେ । ନିଜ ପାଖରେ ସାହାସ ରଖନ୍ତୁ । ପୁଞ୍ଜି ନିବେଶ କରିବାରେ ଧ୍ୟାନ ରଖନ୍ତୁ । କାହାକୁ ପ୍ରପୋଜ କରି ପାରନ୍ତି । ବନ୍ଧୁଙ୍କ ସହିତ ଝଗଡା ହୋଇପାରେ ଏବଂ ଆପଣ ଭବିଷ୍ୟତ ପାଇଁ ନୂଆ ଯୋଜନା ଉପରେ କାମ କରିବେ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ ନହେଲେ ନାକ କାନରେ ସମସ୍ୟା ହୋଇ ପାରେ ।

କନ୍ୟା

ଆଜି ଭଲ ପାଇବା କ୍ଷେତ୍ରରେ ଆପଣ ସଫଳ ହେବା ସହିତ ପରିବାରରେ ସୁଖ ଶାନ୍ତି ରହିବ । ଜୀବନସାଥୀ ଙ୍କ ସହିତ ମଧୁର ସବନ୍ଧ ରହିବ । ଆପଣଙ୍କର ଅଟକି ଥିବା ସବୁ କାମ ଜଲ୍ଦି ପୁରା ହେବ । ଆୟରେ ବୃଦ୍ଧି ହେବା ସହିତ ଆସୁଥିବା ସମୟ ଆପଣଙ୍କ ଜୀବନକୁ ବଦଳାଇ ଦେବ । ନୂଆ ରୋଜଗାର ର ଅବସର ମିଳିବ । ବ୍ୟବସାୟ ବିସ୍ତାର ହେବ । ଆପଣଙ୍କୁ ହଠାତ ଧନ ଲାଭ ହୋଇପାରେ । ବ୍ୟବସାୟ ପାଇଁ ଯାତ୍ରା କରି ପାରନ୍ତି ।

ତୁଳା

ଶନିଦେବ ଙ୍କ କୃପାରୁ ଆର୍ଥିକ ସମସ୍ୟା ଦୂର ହେବ ସହିତ ଚାରି ପାଖରେ ଖୁସିର ବାତାବରଣ ରହିବ । ଆଜି କୌଣସି ଏମିତି କଥା କୁହନ୍ତୁ ନାହିଁ ଯାହା ବ୍ୟକ୍ତିଗତ ଏବଂ ଗୋପନୀୟ ଅଟେ । ନିଜର ଲକ୍ଷକୁ ପାଇବାରେ ସଫଳ ହେବେ । ବିପରୀତ ଲୀଙ୍ଗ ବ୍ୟକ୍ତି ଙ୍କ ସହିତ ଦେଖା ହୋଇପାରେ ଯେଉଁଥି ପାଇଁ ସାବଧାନ ରୁହନ୍ତୁ । ମହିଳାମାନେ ନିହାତି କିଛି ଜିନିଷ କିଣିବେ । ଆଜି ଆପଣ ଯାହା ବି କାମ କରିବେ ସତ୍ୟ ଏବଂ ସଚୋଟ ର ସହିତ କରିବେ । ବୈବାହିକ ଜୀବନରେ ମଧୁରତା ରହିବ ।

ବିଛା

ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଆଜି ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବାଧା ରହିବ । ଜୀବନସାଥୀ ଏବଂ ଲଭର ଙ୍କ ଠାରୁ ଖୁସି ମିଳିପାରେ । ଆଜି ଆପଣ ନିଜର ହୃଦୟ କଥା ଯଦି କାହାକୁ କହିବା ପାଇଁ ଚାହୁଁଛନ୍ତି ତାହେଲେ କହି ଦିଅନ୍ତୁ । ଅଧିକାରୀ ଙ୍କ ଠାରୁ ସହଯୋଗ ମିଳିପାରେ । ନିଜ ଜୀବନସାଥୀ ଙ୍କ ସହିତ ମଧୁର ଜୀବନର ଆନନ୍ଦ ନେବେ । ପେଟ କଷ୍ଟ ପାଇଁ ଚିନ୍ତିତ ହୋଇ ପାରନ୍ତି । ଧନର ଅପବ୍ୟୟ ହେବା ସହିତ ବ୍ୟବସାୟରେ ବାଧା ଉପସ୍ଥିତ ହୋଇ ପାରେ ।

ଧନୁ

ଆପଣଙ୍କ ଶତ୍ରୁ ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବେ କିନ୍ତୁ ସେଥିରେ ସଫଳ ହେବେ ନାହିଁ । ଜୀବନରେ ଆସୁଥିବା ସବୁ ପ୍ରକାର କଷ୍ଟ ଶେଷ ହୋଇଯିବ । ଅଟକି ଥିବା କାମ ପୁରା ହେବା ସହିତ ଆପଣ ଶାରିରୀକ ଏବଂ ମାନସିକ ରୂପରେ ଆଜାଦ ଅନୁଭବ କରିବେ । ଚାକିରି କରିଥିବା ଲୋକଙ୍କ ଉପରେ ଉଚ ଅଧିକାରୀଙ୍କ କୃପାଦୃଷ୍ଟି ରହିବ । ପୁରୁଣା କାମ ବି ପୁରା ହେବ । ପ୍ରମୋଶନ ହେବା କାରଣରୁ ଆର୍ଥିକ ଲାଭ ବି ହୋଇ ପାରେ ।

ମକର

ଆଜି ଆପଣଙ୍କ ଧର୍ଯ୍ୟଶୀଳତା ରେ କଷ୍ଟ ଆସିପାରେ । ଆଜି ଆପଣ ଆତ୍ମସୟତ ରହିବ । ବଡ ଲୋକ ଏବଂ ସେହ୍ନି ଜନଙ୍କ ସହଯୋଗ ମିଳିବ । ହଠାତ ଧନ ଲାଭ ହେବା ସହିତ ସାନ୍ତାନ ଙ୍କ ଠାରୁ କିଛି ଲାଭ ହେବ । ଆସୁଥିବା ସମୟରେ ଆପଣଙ୍କୁ ଶିକ୍ଷା ସହିତ ଯୋଡି ହୋଇଥିବା କୌଣସି ବି କାର୍ଯ୍ୟକ୍ରମ ସବନ୍ଧିତ ଯାତ୍ରା କରିବାକୁ ପଡିପାରେ । ହଠାତ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖା ଦେବ । ଆଜି ଆପଣଙ୍କ ମାଆ ଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

କୁମ୍ଭ

ଶନିଦେବ ଙ୍କ କୃପାରୁ ଆପଣଙ୍କ ବ୍ୟବସାୟ ଉଚସ୍ତର ରେ ପହଞ୍ଚିବା ସହିତ ସମାଜରେ ମାନ ସଂମ୍ମାନ ବଢିବ । ବ୍ୟବସାୟରେ ସଫଳତା ମିଳିବ । ପରିବାରରେ ସନ୍ତାନ ସୁଖ ପ୍ରାପ୍ତି ହେବ । ଯାହାଦ୍ୱାରା ଧନ ଲାଭ ହୋଇ ପାରେ । ଆପଣଙ୍କର ଅଟକି ଥିବା ସବୁ କାମ ପୁରା ହେବ । ବିବାହ କରିଥିବା ଲୋକ ଆଜି ନିଜର ବୈବାହିକ ଜୀବନର ବହୁତ ଆନନ୍ଦ ନେବେ । ସାମାଜିକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ । ନିବେଶ କରିବା ପାଇଁ ଚିନ୍ତା କରି ପାରନ୍ତି ।

ମୀନ

ଆଜି ମାଆ ଙ୍କ ସହିତ ବିଚାରକୁ ମତଭେଦ ହୋଇ ପାରେ । ଆପଣଙ୍କର ରହିବା ସହିବା କଷ୍ଟଦାୟକ ରହିବ । ଭଲ ହେବ ଚୁପ ରହି ଶାନ୍ତିପୂର୍ଣ ଭାବେ ରଣନୀତି କୌଶଳରେ ଆଗକୁ ବଢନ୍ତୁ । ଆଜି ଆପଣ ଯେଉଁ କାମରେ ବି ହାତ ଦେବେ ତାହା ସହଜରେ ପୁରା ହୋଇଯିବ । ଅବିବାହିତ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଦୈନଦିନ ରାଶିଫଳ ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *