ଶରୀରକୁ ମଜବୁତ କରି ମହାମାରୀ ସହିତ ଲଢିଥାଏ ଭିଟାମିନ ସି ଓ ଡିରେ ଭରପୁର ଏହି ୨୦ଟି ଜିନିଷ

କରୋନା ଭାଇରସ ରୋଗ ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । ଏଥିରେ ବହୁତ ଲୋକ ପ୍ରଭାବିତ ହେଉଛନ୍ତି। ଯାହାର ଶରୀର ଦୁର୍ବଳ ବା ଏହି ରୋଗ ସହିତ ଲଢେଇ କରିବା ପାଇଁ କ୍ଷମତା ନାହିଁ, ସେମାନେ ଏହି ରୋଗରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ କ୍ଷମତା (ଇମ୍ୟୁନ ପାୱର) ବଢେଇବା ଦରକାର  । ସେଥିପାଇଁ ଆପଣ ଏହି ସବୁ ଜିନିଷ ଖାଇବା ନିହାତି ଆବଶ୍ୟକ ।

ଯେଉଁ ଖାଦ୍ୟରେ  ଭିଟାମିନ ସି ଓ  ଡି ଥାଏ, ତାହା କୋବିଡ-୧୯ ଜନିତ ସଂକ୍ରମଣ ଓ ଅନ୍ୟ ଶ୍ଵାସ ଯୁକ୍ତ ରୋଗ ସହିତ ଲଢେଇ କରିବାର କ୍ଷମତା ରଖିଥାଏ । ବର୍ତ୍ତମାନ କରୋନା ଭାୟରସ ରୋଗରେ ଲୋକମାନଙ୍କୁ ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ହେବାରୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଆମେ ସ୍ୱାସ୍ଥ୍ୟ ପାଇଁ ଅନେକ ପୋଷଣ  ସମ୍ବନ୍ଧିତ ଖାଦ୍ୟକୁ ଡାଏଟରେ ସାମିଲ କରନ୍ତୁ ।

ଭିଟାମିନ-ସି ରେ ଭରପୁର ଖାଦ୍ୟ ପଦାର୍ଥ –

ଭିଟାମିନ ସି ପାଇବା ପାଇଁ ପ୍ରତିଦିନ ପିଜୁଳି, ଶିମଲା ଲଙ୍କା, କମଳା, ଅମୃତଭଣ୍ଡା, ବ୍ରୋକଲି, ବିଲାତି, କଦଳୀ, ମଟର, ଲିଚୁ ଆଦି ଖାଇ ପାରିବେ । ଏହି ଖାଦ୍ୟ ଦ୍ରବ୍ୟରେ ପ୍ରତି ଏକ କପରେ ୨୧ mg ଠାରୁ ୩୭୭ mg ପର୍ଯ୍ୟନ୍ତ ଭିଟାମିନ-ସି ମିଳିଥାଏ।

ଭିଟାମିନ-ଡି ରେ ଭରପୁର ଖାଦ୍ୟ ପଦାର୍ଥ –

ଭିଟାମିନ-ଡି ପାଇବା ପାଇଁ ପ୍ରତିଦିନ ସାଇମନ ମାଛ, ଚୂନାମାଛ, ଅଣ୍ଡାର କେସର, ଛତୁ, ଗାଈ କ୍ଷୀର, ସୋୟା ମିଲ୍କ, କମଳା ରସ, ଦଲିଆ ଖାଇବା ଦରକାର । ମହାମାରୀ କରୋନା ଭାୟରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗରେ ଲକ୍ଷ ଲକ୍ଷ ଲୋକମାନେ ସଂକ୍ରମିତ ହେଉଛନ୍ତି ଓ ଦିନକୁ ଦିନ ଏହା ବଢିଆରେ ଲାଗିଛି । ଚୀନରୁ ଏହି ରୋଗ ସୃଷ୍ଟି ହୋଇ ୨୧୧,୬୦୯  ଲୋକଙ୍କର ଜୀବନ ନେଇ ସାରିଲାଣି ।

ଭାରତରେ ମଧ୍ୟ କୋବିଡ-୧୯ରେ ସୋମବାର ଦିନ ସୁଧା ୯୩୯ ଲୋକ ମୃତ୍ୟୁ ବରଣ କରିଛନ୍ତି ଓ ୨୯,୪୫୧ ଜଣ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ୨୧,୩୭୫ ଲୋକ ବର୍ତ୍ତମାନ ସୁଧା ଚିକିତ୍ସିତ ହେଉଛନ୍ତି ଓ ୭,୧୩୭ ଜଣ ରୋଗରୁ ସୁସ୍ଥ ହୋଇଛନ୍ତି ଏବଂ ଜଣେ ବ୍ୟକ୍ତି ବିଦେଶ ଚାଲିଗଲେ । ସମୁଦାୟ ୧୧୧ ବିଦେଶୀ ନାଗରିକ ଏଥିରେ ସାମିଲ ଅଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *