ବିବାହିତ ମହିଳା ମାନେରଖନ୍ତୁ ଏହି ୪ ଟି କଥା, ସ୍ବାମୀ ସବୁବେଳେ କରୁଥିବ ପ୍ରେମ, ୨ୟ କଥାତ ନିଶ୍ଚୟ ଜାଣନ୍ତୁ

ବିବାହ ଅର୍ଥାତ୍ ଦୁଇ ମନର ମିଳନ । ଦୁଇ ଜଣଙ୍କ ମଧ୍ୟରେ ସାମାଜିକ ବା ଧାର୍ମିକ ମିଳନ, ଯାହାକି ତାଙ୍କ ସମ୍ପର୍କକୁ ବିବାହର ମାନ୍ୟତା ଦେଇଥାଏ ଏବଂ ସମାଜ ମଧ୍ୟ ଏହାକୁ ସମର୍ଥନ କରିଥାଏ ଏବଂ ତାଙ୍କ ସମ୍ପର୍କରୁ ଜାତ ସନ୍ତାନକୁ ମଧ୍ୟ ସମାଜରେ ବସବାସ କରୁଥିବା ଲୋକ ସ୍ଵିକାର କରିଥାନ୍ତି ଏବଂ ଉଭୟଙ୍କର ଉଭୟଙ୍କ ପ୍ରତି ଅଧିକାର ଓ ଦାୟିତ୍ଵ ଆସିଥାଏ ।

ଏମିତି ବହୁତ୍ ମହିଳା ଅଛନ୍ତି ଯିଏ କି ନିଜର ବୈବାହିକ ଜୀବନକୁ ନେଇ ବହୁତ୍ ଚିନ୍ତିତ ରହନ୍ତି । ଏହା ପଛରେ ବହୁତ୍ କାରଣ ରହିଥାଏ ଯାହାକୁ କି ସେ ପ୍ରକାଶ କରିପାରନ୍ତି ନାହିଁ । କିନ୍ତୁ ମହାଭାରତରେ ଦ୍ରୌପଦୀ କିଛି କଥା କହିଛନ୍ତି, ଯାହାକୁ ସବୁ ସ୍ତ୍ରୀ ଲୋକ ମନେରଖିବା ଦ୍ଵାରା ସ୍ଵାମୀ ପ୍ରେମରୁ କେବେବି ବଞ୍ଚିତ ହେବେ ନାହିଁ । ଆଜି ଆମେ ଆପଣଙ୍କୁ ସେହି ୪ ଟି କଥା ସମ୍ବନ୍ଧରେ କହିବୁ ।

ପ୍ରଥମ କଥା

ନାରୀ କୁ କେବେବି ନିଜ ଘରେ ଘଟୁଥିବା କଥାକୁ ଅନ୍ୟ ଆଗରେ କହିବା କଥା ନୁହେଁ, ସେ ଯେପରି କଥା ହେଉଥାଉ ନା କାହିଁକି । କାରଣ ବାହାର ଲୋକଙ୍କୁ କହିବା ଦ୍ଵାରା ସେ କଥାର ସମାଧାନ ହେବା ତ ଦୂରର କଥା, ସେ କଥାର ପରିହାସ କରିଥାନ୍ତି । ଯାହା ଫଳରେ ସମ୍ପର୍କରେ ତିକ୍ତତା ଆସିଥାଏ ।

ଦ୍ଵିତୀୟ କଥା

କୌଣସି ବିବାହିତ ନାରୀ କେବେବି ଭାବିବା କଥା ନୁହେଁ କି ତାଙ୍କ ସ୍ଵାମୀ କେବଳ ତାଙ୍କ କଥାରେ ପରିଚାଳିତ ହେବେ ବା ତାଙ୍କ ବଶରେ ରହିବେ ବୋଲି । କାରଣ ଏପରି ଚିନ୍ତାଧାରା ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ ।

ତୃତୀୟ କଥା

କୌଣସି ଭଲ ବା ସଚ୍ଚୋଟ ମହିଳାଙ୍କୁ ଖଳ ପ୍ରକୃତିର ସ୍ତ୍ରୀ ଲୋକଙ୍କ ଠାରୁ ଦୂରରେ ରହିବା ଆବଶ୍ୟକ । କାରଣ ଏପରି ମହିଳାଙ୍କ ସହ ସମ୍ପର୍କ ରଖିଲେ ହସଖୁସିର ସଂସାର ଭାଙ୍ଗିବାକୁ ଅଧିକ ସମୟ ଲାଗୀ ନାହିଁ ।

ଚତୁର୍ଥ କଥା

କୌଣସି ଖରାପ ପରିସ୍ଥିତିରେ ଡରି ନ ଯାଇ ତାର ସମ୍ମୁଖୀନ କରିବା ଆବଶ୍ୟକ ଓ ସ୍ଵାମୀଙ୍କ କାନ୍ଧରେ କାନ୍ଧ ମିଳାଇ ତାଙ୍କୁ ପ୍ରୋତ୍ସାହନ ଦେବାକୁ ପଡ଼ିବ । ଏହା କରିବା ଦ୍ୱାରା ଆପଣଙ୍କୁ ସୁଖ ନ ମିଳିପାରେ କିନ୍ତୁ ସ୍ଵାମୀଙ୍କ ପ୍ରେମରୁ କେବେ ବଞ୍ଚିତ ହେବେ ନାହିଁ । ତାଙ୍କ ହୃଦୟରେ ସଦା ସର୍ବଦା ଆପଣଙ୍କ ପାଇଁ ପ୍ରେମ ଭରପୁର ହୋଇ ରହିବ । ଆପଣଙ୍କୁ ଯଦି ଆମ ଖବର ଭଲ ଲାଗିଥିବ ଆମ ପେଜକୁ ଲାଇକ କରନ୍ତୁ ଓ ପେଜ କୁ ଫଲୋ କରନ୍ତୁ । ଜୟ ଜଗନ୍ନାଥ ।

Leave a Reply

Your email address will not be published. Required fields are marked *