ରାକେଶ ରୋଶନ ସାରା ଜୀବନ ଲଣ୍ଡା ରହିବାର କରିଥିଲେ ଶପଥ, କାରଣ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ

ବଲିଉଡ ର ଜଣାଶୁଣା ଅଭିନେତା ଓ ନିର୍ମାତା ରାକେଶ ରୋଶନଙ୍କୁ ଆପଣ ପ୍ରାୟତଃ ସବୁବେଳେ ବିନା ବାଳରେ ମାନେ ଲଣ୍ଡା ହୋଇଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ବି ଏହି କଥା ଭାବିଛନ୍ତି କି ସେ ସବୁବେଳେ ଲଣ୍ଡା କାହିଁକି ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟରେ ଫିଲ୍ମ ‘ଖୁଦଗର୍ଜ’ ସୁପରହିଟ ହେବା ଓ ରାକେଶ ରୋଶନ ସବୁବେଳେ ଲଣ୍ଡା ହେବାର କନେକ୍ସନ ବିଷୟରେ କହିବାକୁ ଯାଉଛୁ ।

ଆମେ ସମସ୍ତେ ଏହି କଥା ଭଲ ଭାବରେ ଜାଣିଛୁ କି ବଲିଉଡର ଅଭିନେତା ରାକେଶ ରୋଶନ ନିଜର ଅଭିନୟର ଜାଦୁ ବଡ ପରଦାରେ ଦେଖାଇ ପାରି ନଥିଲେ । କିନ୍ତୁ ଏସବୁ ପରେ ମଧ୍ୟ ସେ ନିଜର ପ୍ରୟାସ ଛାଡି ନଥିଲେ ଓ ଫିଲ୍ମ ପ୍ରଡ୍ୟୁସ କରିବା ପାଇଁ ଭାବିଲେ । ନିଜ ପରିବାରର ଦେଖାଶୁଣା ଓ ପାଳନ ପୋଷଣ କରିବା ପାଇଁ ସେ ଫିଲ୍ମରେ ଛୋଟ ଛୋଟ ରୋଲ ବି କରିଲେ । କିନ୍ତୁ ଏତେ ସବୁ ପରେ ମଧ୍ୟ ତାଙ୍କ କ୍ଯାରିୟର ଶେଷ ହେବାକୁ ଯାଉଥିଲା ।

ଯେତେବେଳେ ସେ ଦେଖିଲେ କି ଫିଲ୍ମରେ ତାଙ୍କର ଆକଟିଂ କ୍ଯାରିୟର ର ଗ୍ରାଫ ଲଗାତାର ତଳକୁ ଖସୁଛି ସେତେବେଳେ ସେ ନିଜ ମନରେ ଫିଲ୍ମ ପ୍ରଡ୍ୟୁସ କରିବାର ବିଚାର କଲେ । କିନ୍ତୁ ତାଙ୍କ ଭାଗ୍ୟ ଏମିତି ଥିଲା କି ଏଠାରେ ମଧ୍ୟ ତାଙ୍କ ଭାଗ୍ୟ ତାଙ୍କ ସହିତ ନଥିଲା । ୧୯୮୬ ରେ ସେ ଫିଲ୍ମ “ଭଗବାନ ଦାଦା” ପ୍ରଡ୍ୟୁସ କରିଥିଲେ ଯିଏ କି ବକ୍ସ ଅଫିସ ରେ ପୁରା ଫ୍ଲପ ହୋଇଥିଲା । ଏହି ଫିଲ୍ମ ଫ୍ଲପ ହେବା ପରେ ରାକେଶ ରୋଶନଙ୍କର କ୍ୟାରିୟର ପୁରା ପୁରି ବର୍ବାଦ ହୋଇଗଲା ।

ଏତେ ସବୁ ହେବା ପରେ ମଧ୍ୟ ସେ ନିଜର ଧୈର୍ଯ୍ୟ ହରାଇ ନଥିଲେ ଓ ଲଗାତାର ପ୍ରୟାସ କରୁଥିଲେ । ଅଭିନୟ ଓ ପ୍ରଡ୍ୟୁସର ଭାବରେ ଫ୍ଲପ ହେବା ପରେ ସେ ଫିଲ୍ମ ଡାଇରେକ୍ସନ ରେ କ୍ଯାରିୟର ବନାଇବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହା ତାଙ୍କ ପାଇଁ ଏତେ ବି ସହଜ ନଥିଲା । ସେ ଜାଣିଥିଲେ କି ତାଙ୍କ କ୍ଯାରିୟର ଏ ପର୍ଯ୍ୟନ୍ତ କୌଣସି ଖାସ କମାଲ କରି ପାରି ନାହିଁ । ଏହା ସବୁ ପରେ ମଧ୍ୟ ଗୋଟିଏ ଫିଲ୍ମ ଡାଇରେକ୍ଟ କରିବା ବହୁତ ବଡ କଥା ଅଟେ ।

ରାକେଶ ରୋଶନ ନିଜର ପ୍ରୟାସକୁ ଜାରି ରଖି ମଲ୍ଟିଷ୍ଟାର ଫିଲ୍ମ “ଖୁଦଗର୍ଜ” କୁ ଡାଇରେକ୍ଟ କଲେ । ଏହି ଫିଲ୍ମ ତାଙ୍କ ନିର୍ଦ୍ଦେଶନାରେ ପ୍ରଥମ ଫିଲ୍ମ ଅଟେ । ଏହି ଫିଲ୍ମରେ ଜିତେନ୍ଦ୍ର, ଗୋବିନ୍ଦା ଓ ନୀଲମ ଙ୍କ ପରି କେତେକ ବଡ କଳାକାର ଥିଲେ । ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ରାକେଶ ରୋଶନ ତିରୁପତି ଯାଇ ଫିଲ୍ମ ପାଇଁ ମନୋକାମନା ଜଣାଇଥିଲେ ।

ସେ କହିଥିଲେ କି ଯଦି ମୋର ଏହି ଫିଲ୍ମ ହିଟ ହେଇଯିବ ତେବେ ମୁଁ ସାରା ଜୀବନ ଲଣ୍ଡା ହିଁ ରହିବି । ୩୧ ଜୁଲାଇ ୧୯୮୭ ରେ ଫିଲ୍ମ ରିଲିଜ ହେଲା ଓ ଏହି ଫିଲ୍ମ ସୁପରହିଟ ପ୍ରମାଣିତ ହେଲା । ତାଙ୍କର ମନୋସ୍କାମନା ପୂର୍ଣ୍ଣ ହେବା ସହିତ ତାଙ୍କର ସଫଳତାର କାହାଣୀ ଆରମ୍ଭ ହେବାକୁ ଲାଗିଲା । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *