ନିଜ ସ୍ୱାମୀକୁ ପ୍ରେମିକା ହାତରେ ଟେକିଦେଲା ସ୍ତ୍ରୀ, ହେଲେ ବଦଳରେ ନେଲା ଦେଢ଼ କୋଟିର ସମ୍ପତ୍ତି, ପୁରା ଘଟଣା ଜାଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ‘ଜୁଦାଇ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅନିଲ କପୁର, ଶ୍ରୀଦେବୀ ଓ ଊର୍ମିଲା ନଜର ଆସିଥିଲେ । ଏହି ଫିଲ୍ମର କାହାଣୀ ବହୁତ ଅଲଗା ଥିଲା ଓ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ ।

ଏହି ଫିଲ୍ମରେ ଏକ ବହୁତ ଭଲ କାହାଣୀ ରହିଥିଲା । କିପରି ଜଣେ ସ୍ତ୍ରୀ ଟଙ୍କା ପାଇଁ ନିଜ ସ୍ଵାମୀକୁ ବିକିଦେଲା ତାହା ବିଷୟରେ ଆପଣ ମାନେ ଏହି ଫିଲ୍ମରେ ଦେଖିବାକୁ ପାଇବେ । ହେଲେ ଏହି ରିଲ ଲାଇଫର ଘଟଣାଟି ବର୍ତ୍ତମାନ ରିଅଲ ଲାଇଫରେ ଦେଖିବାକୁ ମିଳିଛି । ମଧ୍ୟପ୍ରେଦେଶର ରାଜଧାନୀ ଭୋପାଳରେ ଏକ ଏପରି ଘଟଣା ଘଟିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ସ୍ଥାନରେ ଜଣେ ସ୍ତ୍ରୀ ଟଙ୍କା ପାଇଁ ନିଜ ସ୍ଵାମୀକୁ ବିକି ଦେଇଛି ।

ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ । ଆଜିଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ, ଗତ କିଛି ଦିନ ତଳେ ଏକ ନାବାଳିକା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ନାବାଳିକା ଜଣକ ଅଭିଯୋଗ କରିଥିଲେ ଯେ, ତାଙ୍କ ବାପାଙ୍କର ତାଙ୍କରି ଅଫିସରେ ଥିବା ଏକ ମହିଳାଙ୍କ ସହ ପ୍ରେମ ସମ୍ବନ୍ଧ ଚାଲିଛି । ଯେଉଁ କାରଣରୁ ଘରେ ଝଗଡା ଲାଗି ରହିଛି ।

ଏହି କାରଣରୁ ତାଙ୍କ ଘର ବରବାଦ ହେବାକୁ ପସିଛି ଯାହାଫଳରେ ସେ ଓ ତାଙ୍କ ଭଉଣୀ ପାଠ ପଢି ପାରୁ ନାହାନ୍ତି ।ଲଗାତାର ଝଗଡା ହେତୁ ନାବାଳିକା ଜଣକ ଫାମିଲି କୋର୍ଟରେ ଅଭିଯୋଗ କରିଥିଲେ । ନାବାଳିକାଙ୍କ ବାପା ତାଙ୍କ ଠାରୁ ବୟସରେ ବଡ ଥିବା ମହିଳାଙ୍କ ସହ ସମ୍ବନ୍ଧ ରଖିଛନ୍ତି । ହେଲେ ନାବାଳିକାଙ୍କ ମା ଏହାର ବିରୋଧ କରୁଥିବାରୁ ଫାମିଲି କୋର୍ଟରେ ଏହି ସମସ୍ୟାର ସମାଧାନ ହୋଇଛି ।

ଯେହେତୁ ସ୍ଵାମୀ ସେହି ମହିଳାଙ୍କ ସହ ରହିବାକୁ ଚାହୁଁ ଥିଲେ ତେଣୁ ସ୍ତ୍ରୀ ଗୋଟିଏ ସର୍ତ୍ତରେ ସ୍ଵାମୀଙ୍କୁ ଛାଡିବା ପାଇଁ ରାଜି ହୋଇଗଲେ । ସର୍ତ୍ତ ହେଉଛି ସ୍ଵାମୀ ବଦଳରେ ଗାର୍ଲଫ୍ରେଣ୍ଡ ସ୍ତ୍ରୀଙ୍କୁ ଦେବେ ଟଙ୍କା । ଗାର୍ଲଫ୍ରେଣ୍ଡ ତାଙ୍କୁ ଏକ ଫ୍ଲାଟ ଓ ୨୭ ଲକ୍ଷ ଟଙ୍କା ଦେବା ପାଇଁ ସର୍ତ୍ତ ରଖିଥିଲେ ପତ୍ନୀ । ଏହି ସର୍ତ୍ତରେ ପ୍ରେମିକା ରାଜି ହେବା ପରେ ସ୍ତ୍ରୀ ଜଣକ ନିଜ ସ୍ଵାମୀଙ୍କୁ ମୁକ୍ତି ଦେଇଛନ୍ତି ।

ଏପଟେ ପ୍ରେମିକା ସିନା ଟଙ୍କା ହରାଇଛନ୍ତି ହେଲେ ପାଇଛନ୍ତି ନିଜ ପ୍ରେମିକକୁ । ପତ୍ନୀଙ୍କ କହିବା ଅନୁସାରେ, ଯେହେତୁ ଏତେ ବର୍ଷର ବିବାହ ପରେ ତାଙ୍କ ସ୍ଵାମୀ ଓ ତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଲା ନାହିଁ ତେଣୁ ଅଲଗା ହୋଇ ରହିବା ଉଚିତ ହେବ । ଏଥିପାଇଁ ସେ ସ୍ଵାମୀଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସ୍ଵାମୀ ନିଜ ପ୍ରେମିକାଙ୍କ ସହ ରହିବାକୁ ଚାହୁଁଛନ୍ତି ଓ ଏହା ବଦଳରେ ତାଙ୍କୁ ଦେଢ କୋଟି ଟଙ୍କା ମିଳୁଛି ତ ସେ ମନା କରିଥାନ୍ତେ କାହିଁକି ବୋଲି କହିଛନ୍ତି ସ୍ତ୍ରୀ ।ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଘଟଣା ପ୍ରତି ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *