‘ଏ ଯୁଗର ଯମ ମୋ ଶଶୁର, ସେ ହିଁ ମୋ ସ୍ବାମୀଙ୍କୁ…’ ନିଜ ସ୍ଵାମୀ ଓ ଶ୍ବଶୁରଙ୍କ ସମ୍ପର୍କକୁ ନେଇ କିଛି ଏମିତି କହିଲେ Tapaswini, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଛନ୍ତି ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସୁମିତ ଦେହ ଅସୁସ୍ଥ ଥିବାର କାରଣ ଦର୍ଶାଇ ୫ ଦିନ  ଛୁଟି ନେଇ ଚାଲି ଯାଇଥିବା ଜଣା ପଡ଼ିଥିଲା ।


ପୁଣି ଗତକାଲି ମଧ୍ୟ ଆଉ ୫ ଦିନ ପାଇଁ ଛୁଟି ବଢ଼ାଇବା ଆବେଦନ କରି ହସ୍ପିଟାଲ୍ କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ତେବେ ପୂର୍ବରୁ କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ । ଏହାପରେ ଗତ ୯ ତାରିଖରେ କୋର୍ଟରେ ସୁମିତଙ୍କ ପକ୍ଷ ରଖିବାର ଥିଲା । ମାତ୍ର ତାଙ୍କ ଓକିଲ ଆଉ ୭ଦିନ ସମୟ ମାଗିବାରୁ କୋର୍ଟ ତାଙ୍କୁ ସେନେଇ ଅନୁମତି ଦେଇଥିଲେ ।

ଏହାପରେ ହଠାତ୍ ୧୦ ତାରିଖ ଦିନ ସୁରକ୍ଷା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ । ତପସ୍ୱିନୀ ଏକାଧିକ ଭିଡିଓ ମାଧ୍ୟମରେ ସୁମିତଙ୍କ ନିଖୋଜ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏପରିକି କେହି ତପସ୍ୱିନୀଙ୍କୁ ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ସେ କହିଛନ୍ତି କି ମୋ ସ୍ୱାମୀ ମୋତେ ଛାଡ଼ି ଯାଇନାହାନ୍ତି ବରଂ ମୋଠୁ ଜବରଦସ୍ତି ଛଡ଼ାଇ ନିଆଯାଇଛି ।

ତାଙ୍କ ଉପରେ ଚାପ ପକାଇ ମୋଠୁ ଛଡାଇ ନିଆଯାଇଛି । ଏଥିରେ ମୋ ଶ୍ୱଶୂର ପ୍ରମୋଦ କୁମାର ସାହୁଙ୍କ ହାତ ରହିଛି ବୋଲି ତପସ୍ୱିନୀ କହିଛନ୍ତି । ଏହା ସହିତ ସୁମିତଙ୍କୁ ଚାପ ପକାଯାଇଥିବା କଥା ମଧ୍ୟ ସେ କହିଛନ୍ତି । ତେବେ ସେ କହିଛନ୍ତି କି ମୋ ସ୍ୱାମୀ ଙ୍କ ଉପରେ କିମ୍ବା ମୋ ଜୀଵନ ଉପରେ କୌଣସି ବି ବିପଦ ଆସିଲେ ସେଥିପାଇଁ ମୋ ଶ୍ବଶୁର, ଦେଢଶୁର ଏବଂ ମୋ ଶାଶୂ ହିଁ ଦାୟୀ ରହିବେ ।


ତେବେ ସେ ଏହା ମଧ୍ୟ କହିଛନ୍ତି କି ଯେପରି ସାବିତ୍ରୀ ଯମ ଙ୍କ ଠାରୁ ନିଜ ସ୍ୱାମୀ ଙ୍କୁ ଛଡାଇ ଆଣିଥିଲା ସେହିପରି ଏ ଯୁଗର ଯମ ହେଉଛନ୍ତି ମୋ ଶ୍ବଶୁର ଏବଂ ମୁଁ ତାଙ୍କ ଠାରୁ ମୋ ସ୍ୱାମୀ ଙ୍କୁ ଛଡେଇ ନିଶ୍ଚିତ ଆଣିବି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *