Tapaswini ଓ Sumit ଙ୍କ ବିବାହ ବିବାଦକୁ ନେଇ ସୋସିଆଲ ମିଡିଆରେ ଏମିତି କଣ କହିଲେ ଏହି ମହିଳା, ଯାହା ଏବେ ହେଉଛି ଖୁବ ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଦିନକୁ ଦିନ ଜଟିଳ ହେଉଛି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ ଜୀବନ । ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ । ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ । ହେଲେ ତାହା ହୋଇନଥିଲା ।


ତେବେ ଅଷ୍ଟମ ଦିନରେ ସୁମିତ ପତ୍ନୀ ତପସ୍ୱିନୀଙ୍କୁ ଛାଡ଼ି ପଳାଇ ଗଲେ । ଯାହା ଯାଇଛନ୍ତି ଯେ ଯାଇଛନ୍ତି । ଆଉ ଫେରିନାହାନ୍ତି । ହଜିଲା ସ୍ୱାମୀଙ୍କ ଫେରିବା ରାସ୍ତାକୁ ଚାହିଁ ଚାହିଁ ଆଜି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ଡାକ୍ତର ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶକକୁ ଅବମାନନା କରିଛନ୍ତି ବୋଲି ତପସ୍ୱିନୀ ପିଟିସନ୍‌ରେ ଦର୍ଶାଇଛନ୍ତି ।
ତେବେ ନିର୍ଦ୍ଦେଶ ମୁତାମକ ସୁମିତ ମୋ ସହିତ ରହିବେ ଓ ମୋ’ ଦାୟିତ୍ୱ ନେବେ କଥା ।

କିନ୍ତୁ ଗତ ଚାରି ଦିନ ହେଲେ ସେ କୋର୍ଟଙ୍କ ନିର୍ଦ୍ଦେଶ ଅମାନ୍ୟ କରିଛନ୍ତି । ମୋତେ ଛାଡି କେଉଁ ଆଡେ ଚାଲି ଯାଇଛନ୍ତି । ମୁଁ ଏବେ କେମିତି ଅଛି? କଣ ଖାଉଛି? ସେକଥା ଜମାରୁ ବୁଝୁ ନାହାନ୍ତି । ତେଣୁ ବାଧ୍ୟହୋଇ ପୁଣି ଥରେ ଏସ୍‌ଡିଜେଏମ୍‌ରେ ପିଟିସନ୍‌ ଦାଖଲ କରିଛି । ଏହା ପରେ ଏସ୍‌ଡିଜେଏମ୍‌ ଯାହା ନିର୍ଦ୍ଦେଶ ଦେବେ ତାହା ମୁଁ ପାଳନ କରିବି ବୋଲି ତପସ୍ୱିନୀ କହିଛନ୍ତି ।

ତେବେ ଏହାକୁ ନେଇ ବର୍ତ୍ତମାନ ଜଣେ ଭଉଣୀ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ପୋଷ୍ଟ କରି ସେଥିରେ ସେ ତପସ୍ୱିନୀ ଏବଂ ସୁମିତ ଙ୍କ ସମ୍ପର୍କ ବିଷୟରେ କହିଥିଲେ । ତେବେ ସେ ପ୍ରଥମେ ଗଣ ମାଧ୍ୟମ କୁ ସବୁ ଖବର ଜଣାଇବା ପାଇଁ ଧନ୍ୟବାଦ ଜଣାଇଥିଲେ ଏହା ସହ ସେ କହିଥିଲେ କି ଦୁଇ ମାସର ବିବାହ ରେ ତାହା ଫୁଣି ପ୍ରେମ ବିବାହ ରେ ଛାଡ଼ପତ୍ର ଏକ ବହୁତ ବଡ଼ ଜିନିଷ ଅଟେ ।

ତେବେ ଏହା ନିଶ୍ଚିତ ଭାବରେ କାହାର ଚାପ ଯୋଗୁଁ ହିଁ ଘଟୁଛି କାରଣ ତପସ୍ୱିନୀ ନିଜେ କହିଛନ୍ତି କି ତାଙ୍କ ସ୍ୱାମୀ ଏକ ନଡ଼ିଆ ସେ ବାହାରକୁ ଯେତେ ଶକ୍ତ ଦେଖାଇହେଲେ ମଧ୍ୟ ଭିତରୁ ସେ ବହୁତ ନରମ ଏବଂ ସେ ଚାହୁଁଥିଲେ କି ଦୁହେଁ ଏକାନ୍ତ ରେ କିଛି ସମୟ ଅତିବାହିତ କରିବା ପାଇଁ ଚାହୁଁଥିଲେ ଏବଂ କୋର୍ଟ ମଧ୍ୟ ସେହି ନିର୍ଦ୍ଦେଶ ଦେଇଥିଲା ।


କିନ୍ତୁ ସୁମିତ ବର୍ତ୍ତମାନ ଫେରାର ହେବାର କାରଣ କାହାର ଚାପ ତେବେ ସୂଚନା ଯୋଗ୍ୟ ଯେ, ତପସ୍ୱିନୀ ହାର ନ ମାନି ନିଜର ଲଢେଇ କୁ ନିଜେ ଲଢ଼ୁଛନ୍ତି ଏବଂ ଯେପର୍ଯ୍ୟନ୍ତ ସୁମିତ ଫେରି ଆସି ନାହାନ୍ତି ସେ ପର୍ଯ୍ୟନ୍ତ ନିଜର ଲଢେଇ ଜାରି ରଖିବେ । ତେବେ ବର୍ତ୍ତମାନ ସମସ୍ତେ ସୁମିତ ଙ୍କ ଫେରିବାକୁ ଅପେକ୍ଷା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *