Pipili Bypoll: ନିଜ ପୁଅକୁ ନେଇ କିଛି ଏମିତି କହିଲେ ସ୍ବର୍ଗତଃ Pradeep Maharathy ଙ୍କ ପତ୍ନୀ Prativa Maharathy, ଦେଖନ୍ତୁ Video

ନିଜ ବାପାଙ୍କ ଗଡରୁ ଭାଗ୍ୟ ପରୀକ୍ଷା କରୁଥିବା ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭୋଟ ଦେବାକୁ ପହଞ୍ଚି ଛନ୍ତି ସଂପୂର୍ଣ୍ଣ ପରିବାର । ପିପିଲିର ପାଣିତୋଳ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି ପୁରା ମହାରଥୀ ପରିବାର । ସଖାଳୁ ବିଜେଡି ପାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ସହ ଆସିଥିଲେ ମା, ସ୍ତ୍ରୀ, ଭଉଣୀ ଓ ଭେଣେଇ । ରୁଦ୍ର ପ୍ରତାପଙ୍କ ସହ ଭୋଟ ଦେଇଛନ୍ତି ତାଙ୍କ ପତ୍ନୀ ଜାକୃତି, ମା ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ଓ ଭେଣେଇ ଅର୍ଦ୍ଧେନ୍ଦୁ ।

ତେବେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟିଙ୍ଗ ହେଉଛି ସଖାଳ ୭ ରୁ ଓ ମତଦାନ ଆରମ୍ଭ ହୋଇଛି । ଏହା ମଧ୍ୟରେ ୧୦ ଜଣ ପାର୍ଥିଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ପିପିଲି ବାସୀ । ପିପିଲିର ପାଖାପାଖି ୨ ଲକ୍ଷ ୨୯ ହଜାର ଭୋଟର ନିଜର ମତାଧିକାର ସାବସ୍ତ୍ୟ କରୁଛନ୍ତି । କିଏ ହେବ ସେମାନଙ୍କ ଜନ ପ୍ରତିନିଧି ବା ପିପିଲିର ବିଧାୟକ କିଏ ହେବ ସେନେଇ ଭୋଟିଙ୍ଗ ଚାଲିଛି ।

ବର୍ତ୍ତମାନ ସମୟରେ ତିନୋଟି ପାର୍ଥୀ ରହିଛନ୍ତି କଂଗ୍ରେସ, ବିଜେଡି ଓ ବିଜେପି । ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ପାର୍ଥୀ ଭାବେ ଛିଡା ହୋଇଛନ୍ତି । ତେବେ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟିଙ୍ଗ ହେଉଛି । ପାଖାପାଖି ଏକ ବର୍ଷ ବ୍ୟବଧାନ ପରେ ଭୋଟିଙ୍ଗ ହେଉଛି । ବନ୍ଧୁଗଣ ଏ ହେଉଛି ପ୍ରଦିପ ମହାରଥୀଙ୍କ ଗଡ ଓ ପ୍ରଦୀପ ଥିଲେ ପିପିଲିର ସେନାପତି ।

ବର୍ତ୍ତମାନ ପ୍ରଦୀପଙ୍କ ପତ୍ନୀ ଏକ ଗୁରୁତ୍ଵପୂର୍ଣ୍ଣ ମତ ଦେଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରତିଭାଙ୍କ ମତରେ-‘ମୋର ଆଶା ଓ ଆତ୍ମାବିଶ୍ଵାସ ପୁଅ ନିଶ୍ଚିନ୍ତ ଭାବରେ ବିଜୟ ଲାଭ କରିବ । ତା ବାପା ଯେଉଁ ଭଳି ଏହି ଗଡର ସୁରକ୍ଷା କବଚ ସାଜି ସାତ ସାତ ଥର ବିଜୟିନୀ ଟୀକା ପିନ୍ଧି ଥିଲେ ସେ ମଧ୍ୟ ବିଜୟ ଟୀକା ପିନ୍ଧିବ ।

ବହୁତ ଆତ୍ମବିଶ୍ଵାସ ଓ ତ୍ୟାଗ ସମର୍ପଣ ଭାବ ନେଇ ପିପିଲିରେ ଥିବା ସମସ୍ତ ଲୋକ ମାନଙ୍କର ବିଧାୟକ ହେବ’ । ତା ହେଲେ ବନ୍ଧୁଗଣ ନିଜ ପୁଅ ଉପରେ ଆତ୍ମ ବିଶ୍ଵାସ ରଖି ଏହିପରି କିଛି ମତ ଦେଲେ ପ୍ରତିଭା ମହାରଥୀ । ହେଲେ ଆସନ୍ତା ୩ ତାରିଖରେ ଯେତେବେଳେ ଫଳ ଆସିବ ସେତେବେଳେ ଜଣା ପଡିବ କିଏ ଏଠି ବାଜି ମା-ରୁ-ଛି ।

Leave a Reply

Your email address will not be published. Required fields are marked *