ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମୋ ଜୀବନ ସାଥୀ ନାରୀ ନୁହଁ ପରୁଷ। ଝିଅ କହି ପୁଅ ସହ ମୋତେ ବାହା କରାଇ ଦେଲେ’। ଏମିତି ଏକ ଆଚମ୍ବିତ କଲା ଭଳି ଜଣେ ଯୁବକ ଅଭିଯୋଗ ଆଣିଛନ୍ତି।
ଅଦ୍ଭୁତ ଲାଗୁଥିବା ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମ କୋର୍ଟ ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ସ୍ଵାମୀ ଜଣକ ଠକାମିର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି । ଶାରୀରିକ ଗଠନ ଦୃଷ୍ଟିରୁ ତାଙ୍କ ପତ୍ନୀ ମହିଳା ହୋଇଥିଲେ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟ ପୁରୁଷଙ୍କ ଭଳି ହୋଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।
ମଧ୍ୟପ୍ରଦେଶ ଗ୍ଵାଲିୟରରୁ ଜଣେ ବିବାହିତ ପୁରୁଷ ଆଣିଥିବା ଏହି ଅଭିଯୋଗ ଉପରେ ଶୁଣାଣି କରିବା ପାଇଁ ସୁପ୍ରିମ କୋର୍ଟ ସହମତି ପ୍ରକାଶ କରିଛନ୍ତି । ପତ୍ନୀଙ୍କ ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରାରମ୍ଭରୁ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ନଥିଲେ । କିନ୍ତୁ ମେଡିକାଲ ରିପୋର୍ଟର ଅନୁଧ୍ୟାନ କରିବା ପରେ ସମ୍ପୃକ୍ତ ମହିଳାଙ୍କୁ ନୋଟିସ ଜାରି କରିଛନ୍ତି କୋର୍ଟ ।
ମେଡିକାଲ ରିପୋର୍ଟରେ ଜୈବକ ଦୃଷ୍ଟିରୁ ସେହି ପତ୍ନୀ ଜଣକ ମହିଳା ତାଙ୍କର ଅଭାଲୋରି ମଧ୍ୟ ଅଛି । କିନ୍ତୁ ଏହା ସଳଘ୍ନ ପୁରୁଷ ଯୌନାଙ୍ଗ ଅଛି । ଉଭୟଙ୍କ ବିବାହ ୨୦୧୬ ମସିହାରେ ହୋଇଥିଲା କିନ୍ତୁ କିଛି ଦିନ ପରେ ପତ୍ନୀ ବିବାହକୁ ମାନିବାକୁ ଆରାଜି ହେଲେ । ହେଲେ ପତ୍ନୀଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସ୍ଵାମୀ ଯେତେବେଳେ ପ୍ରୟାସ କଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।
ତାଙ୍କ ପତ୍ନୀଙ୍କ ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଜାଣିବାକୁ ପାଇଥିଲେ । ଏହା ପରେ ସେ ତାଙ୍କ ପତ୍ନୀଙ୍କୁ ନେଇ ମେଡିକାଲ ପରୀକ୍ଷା କରିବାକୁ ଯାଇଥିଲେ । ମେଡିକାଲ ରିପୋର୍ଟରେ ଏହା ତାଙ୍କ ଜନ୍ମଗତ ସମସ୍ୟା ବୋଲି ଜଣା ପଡିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ ।
ପରେ ପତ୍ନୀଙ୍କୁ ବାପ ଘରକୁ ପଠାଇ ଦେଇଥିଲେ ସ୍ଵାମୀ ଓ ପରେ ଉଭୟ ପରିବାର ମଧ୍ୟରେ କଳହ ମଧ୍ୟ ଆରମ୍ଭ ହୋଇଥିଲା । ଏବେ ସ୍ଵାମୀ ସୁପ୍ରିମ କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।