ୟୁକ୍ରେନ ଆକାଶରେ ବୁଲୁଛି ଯମ, ଖୋଜି ଖୋଜି ଋଷ ସୈନ୍ୟଙ୍କ ନେଉଛି ପ୍ରାଣ, ଦେଖନ୍ତୁ କିଏ ଏହି ଯମ ?

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୯ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଏହି ମହାଯୁଦ୍ଧ ଆକାଶରେ ବୁଲୁଛନ୍ତି ପିଶାଚ । ହୃଦୟରେ ପ୍ରତିଶୋଧର ନିଆଁ ମୃତ୍ୟୁର ସଉଦାଗର ସାଜି ଛନ୍ତି ୟୁକ୍ରେନ ପାଇଲଟ ।

ଋଷିଆ ସୈନ୍ୟଙ୍କୁ ଦେଶ ସାରା ତନତନ କରି ଖୋଜୁ ଛନ୍ତି । ୟୁକ୍ରେନର ସଶସ୍ତ୍ର ବାହିନୀର ଭେରୀଫାଏଡ ଫେସବୁକ ଆକାଉଣ୍ଟରୁ ଏପରି ଏକ ଫଟୋ ଏବେ ପୋଷ୍ଟ କରାଯାଇଛି । ଏହି ଫଟୋରେ ଜଣେ ଫାଇଟର ପାଇଲଟକୁ ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ଫଟୋରେ ଥିବା କ୍ୟାପ୍ସନ । ଏଥିରେ ଲେଖା ହେଇଛି ‘ହେଲୋ ଋଷିଆ ଭିଲେକ ମୁ ତମର ଜୀବନ ନେବା ପାଇଁ ଆସୁଛି’ ।

ୟୁକ୍ରେନ ପକ୍ଷରୁ ଶତ୍ରୁଙ୍କ ପାଇଁ ସ୍ଵତନ୍ତ୍ର ମେସେଜ ଓ ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋଟିକୁ ଗୋଟିଏ ଦିନରେ ଫେସବୁକ ପେଜରେ ୭ ହଜାର ୭ ଶହରୁ ଅଧିକ ଥର ସେୟାର କରାଯାଇଛି । ‘ଘୋସ୍ଟ ଅଫ କ୍ଵିବ୍’ ନାମକ ଜଣେ ପାଇଲଟ ୧୦ ଋଷିଆ ବିମାନକୁ ଖସାଇ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ଅଛନ୍ତି । ହେଲେ ଏହାର ସତ୍ୟତା ବିଷୟରେ ବର୍ତ୍ତମାନ କିଛି ସ୍ପର୍ଷ୍ଟ ହୋଇ ନାହିଁ ।

ଅନେକ ଲୋକ ଏହାକୁ ଏକ କାଳ୍ପନିକ କାହାଣୀ ବୋଲି କହୁଛନ୍ତି । ହେଲେ ଫେସବୁକରେ ଏହି ଫଟୋ ପୋଷ୍ଟ ହେବା ପରେ ଏହି ପିଶାଚ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ହେଲେ ଏହି ଫଟୋରେ ପାଇଲଟଙ୍କ ନାମ କିମ୍ବା ପରିଚୟ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *