ବିଜେଡି ଜିଲ୍ଲା ପରିଷଦ Dharmendra Sahu ଙ୍କ ସନ୍ଦେହଜନକ ଆତ୍ମହତ୍ୟାକୁ ନେଇ ଦେଖନ୍ତୁ କଣ କହିଲେ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସାଂସଦ ସୁର ରାଉତରାୟ ମର୍ମାହତ ହୋଇ କହିଛନ୍ତି ଯେ ମୋ ସାନ ଭାଇ ଦୁଶାସନ ସ୍ଵାଇଁ ଙ୍କର ଜ୍ଵାଇଁ ସେ ଯିଏ ଆର ପାରି କୁ ଚାଲିଗଲେ । ଆମେ ଝିଅ ବିବାହ କରିଛୁ । ଏବଂ ଭଲ ଭାବରେ ଉଚ୍ଚକୋଠିର ବିବାହ ହୋଇଛି । କୌଣସି ପ୍ରକାରର ଘଟଣା ଘଟିନାହିଁ । ଏହା ସହିତ ଅତି ସୁନ୍ଦର ଭାବରେ ପରିବାର ଚାଲୁଥିଲା । ସେ ଜଣେ ଜିଲ୍ଲା ପରିଷଦ ଥିଲେ ଏବଂ ତାଙ୍କର ଚଳନ ବହୁତ ଭଲ । ସେ ଜଣେ ଉଚ୍ଚ କୋଟିର ବ୍ୟକ୍ତି । ଏହା ଛଡା ସେଭଳି କିଛି ବିଶେଷ ଲୋନ ମଧ୍ୟ କରି ନାହାଁନ୍ତି ।

ସେଭଳି କିଛି ଘଟଣା ମଧ୍ୟ ଦୃଷ୍ଟିକି ଆସିନାହିଁ । ମାତ୍ର ଏକ ଏଭଳି ଘଟଣା ଘଟିଯାଇଛି ଯାହା ବହୁତ ଚକିତ କରୁଛି । ଖବର ଅନୁସାରେ ଧର୍ମେନ୍ଦ୍ର ସାହୁ କେଉଁ କାରଣ ନିମନ୍ତେ ଆତ୍ମହତ୍ୟା କରିଛନ୍ତି ସେ ବାବଦରେ ତାଙ୍କ ପରିବାର ଲୋକେ ମଧ୍ୟ ସଠିକ ଭାବରେ କେହି କିଛି କହିପାରୁ ନାହାଁନ୍ତି । ସେ ଅତି ନିର୍ମାୟା ତଥା ଅତି ଉଚ୍ଚ କୋଟିର ଲୋକ ଅଟନ୍ତି ।

ତେବେ ନିମାପଡା ନିର୍ବାଚନ ମଣ୍ଡଳୀର ୧୧ ନମ୍ବର ଜୋନର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଙ୍କ ସନ୍ଦେହ ଜନକ ମୃତ୍ୟୁ କୁ ନେଇ ଏବେ ଚାରିଆଡେ ଚହଳ ପଡିଯାଇଅଛି । ସୁର ବାବୁ କହିଛନ୍ତି ଯେ ସେ ଯାହା ଯେତେବେଳେ ଚାହିଁଛନ୍ତି ତାଙ୍କ ସାନଭାଇ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିଛନ୍ତି । ଯେତେବେଳେ ଯେଉଁ କାର୍ଯ୍ୟ ତଥା ଯାହା ଲୋଡା ଥାଏ ସବୁଥିରେ ତାଙ୍କୁ ସହଯୋଗ କରାଯାଇଅଛି ।

ମାତ୍ର ହଠାତ ଏଭଳି ଏକ ଘଟଣା ଘଟିଗଲା ଯାହାକୁ ନେଇ ଆମେ ସମସ୍ତେ ମର୍ମାହତ ଅଛୁ । ତାଙ୍କ ତରଫରୁ କୌଣସି ତ୍ରୁଟି ନାହିଁ ବୋଲି ସେ କହିଛନ୍ତି । କୌଣସି ଅସୁବିଧା ମଧ୍ୟ କରାଇ ଦିଆଯାଇନଥିଲା । ଯେତେବେଳେ ଯାହା ଆସିଛି ତାହାର ମୁକାବିଲା କରାଯାଇଅଛି । ମାତ୍ର ପଛରେ ଏହିଭଳି କାଣ୍ଡ ଭିଆଇବାରେ ଯଦି ଅନ୍ୟ କାହାର ହାତ ଥାଇପାରେ ତାହା ଆମେ କହି ପାରିବୁ ନାହିଁ ବୋଲି କହିଛନ୍ତି ସୁର ରାଉତରାୟ ।

ଏହା ଅତି ଦାରୁଣ ଦୁଃଖ ର ବିଷୟ ଅଟେ ଯେ ଧର୍ମେନ୍ଦ୍ର ସାହୁ ଆଉ ଏ ଦୁନିଆରେ ନାହାଁନ୍ତି । ତାଙ୍କ ଆତ୍ମାର ସଦଗତି ହେଉ ବୋଲି ଇଶ୍ଵରନ୍କାସ ନିକଟରେ ପ୍ରାର୍ଥନା କରିଛନ୍ତି ସୁର ରାଉତରାୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *