ନିଜ ଲୁହ ପୋଛି, ସୁକାନ୍ତଙ୍କୁ ପରିବାରକୁ ସାହାର୍ଯ୍ୟ କରିବାକୁ ଆଉ ଲୋକଙ୍କୁ ହସାଇବାକୁ ପୁଣି ଷ୍ଟେଜକୁ ଚଢିଲେ Rani Panda…

ବନ୍ଧୁଗଣ, ଅଭିନେତ୍ରୀ ରାଣୀ ପଣ୍ଡାଙ୍କର କାର ଦୁର୍ଘଟଣା ପରେ ସେ ମର୍ମାହତ ହୋଇ ନିଜର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ କିଛି ଏଭଳି କଥା ସେୟାର କରିଛନ୍ତି, ତେବେ ଆସନ୍ତୁ ଜାଣିନେବା ଏହି ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ରାଣୀ ପଣ୍ଡା କହିଛନ୍ତି ଯେ ସେ ଗୋଟିଏ କଳାକାର ଏବଂ ତାଙ୍କ କଳା ପରିବେଷଣ କରିବା ନିହାତି ଦରକାର ଅଛି । ତାଙ୍କ ହୃଦୟରେ ଯେତେ କଷ୍ଟ ଥିଲେ ମଧ୍ୟ ସେ ନାଚିବେ ତଥା ଦର୍ଶକଙ୍କୁ ତାଙ୍କୁ ହସାଇବାକୁ ପଡିବ । ଏହାଛଡା ଅନ୍ୟକିଛି ବାଟ ନାହିଁ, ସେ ନାଚି ନାଚି ଏବେ ସୁକାନ୍ତ ଙ୍କ ପରିବାରକୁ ବର୍ତ୍ତମାନ ସାହାର୍ଯ୍ୟ କରି ପାରିବେ ।

ରାଣୀ କହିଛନ୍ତି ଯେ ସେ ଭୁଲି ପାରୁ ନାହାଁନ୍ତି ସେହି ରାତି ତଥା ସେହି ଦୁର୍ଘଟଣା । ଯେଉଁଥିରେ ସୁକାନ୍ତ ଙ୍କ ଜୀବନ ଚାଲିଗଲା । ରାଣୀ କହିଛନ୍ତି ଯେ ସେ କେବେ ମଧ୍ୟ ଚିନ୍ତା କରିନଥିଲେ ଯେ ସୁକାନ୍ତ ଏହିଭଳି ଗାଡି ଧରି ତାଙ୍କ ସାମ୍ନାକୁ ଚାଲିଆସିବ ଏବଂ ଏଭଳି ତାଙ୍କ ଗାଡିରେ ପିଟିହୋଇ ସୁକାନ୍ତ ଙ୍କ ଜୀବନ ଚାଲିଯିବ । ବର୍ତ୍ତମାନ ରାଣୀ ନିଜ ମନକୁ ଦୃଢ କରି ଆଜି ଯାଇଛନ୍ତି କଳା ପ୍ରଦର୍ଶଣ କରିବା ପାଇଁ ।

ସମସ୍ତେ ବର୍ତ୍ତମାନ କହୁଛନ୍ତି ଯେ ରାଣୀପଣ୍ଡା ଙ୍କ ସାହାସକୁ ମାନିବାକୁ ପଡିବ । ସୁକାନ୍ତ ଙ୍କ ପରିବାରରୁ ତାଙ୍କ ପୁଅ ଚାଲିଗଲା ପରେ ରାଣୀ ପଣ୍ଡା ମଧ୍ୟ ଭାବିଥିଲେ ଯେ ତାଙ୍କ ଦ୍ଵାରା ଏହି ଦୁନିଆରା କିଛି ଗୋଟିଏ ବଡ ଭୁଲ ହୋଇଗଲା । କିନ୍ତୁ ରାଣୀ ପଣ୍ଡା ଏହା ଜାଣିଛନ୍ତି ଏବଂ ସେ କୁହନ୍ତି ମଧ୍ୟ ଯେ ସେ କିଛି ଭୁଲ କରି ନାହାଁନ୍ତି ତଥାପି ସେ ସୁକାନ୍ତ ଙ୍କୁ ସାହାର୍ଯ୍ୟ କରିବେ ।

ରାଣୀ ପଣ୍ଡା ବର୍ତ୍ତମାନ ପୁଣିଥରେ ମଞ୍ଚ କୁ ଫେରିଛନ୍ତି । ନିଜ କଳା ପରିବେଷଣ କରି କିଛି ଟଙ୍କା ରୋଜଗାର କରି, ସେହି ଟଙ୍କାରେ ସୁକାନ୍ତ ଙ୍କ ପରିବାର କୁ ସାହାର୍ଯ୍ୟ କରିବେ । ରାଣୀ ପଣ୍ଡା ବର୍ତମାନ ୩୫ ହଜାର ଟଙ୍କା ମଧ୍ୟ ସୁକାନ୍ତ ଙ୍କୁ ସାହାର୍ଯ୍ୟ କରିସାରିଛନ୍ତି । ଆଗକୁ ସେ ପିଲା ମାନଙ୍କ ଭବିଷ୍ୟତ ଦେଖିବା ସହିତ ସେ ପରିବାରର ବୁଝାସୁଝା କରିବେ ।

ବୁଝାସୁଝା କରିବାକୁ ରାଣୀପଣ୍ଡା ଙ୍କ ପାଖରେ କେବଳ ଗୋଟିଏ ବାଟ ରହିଛି । ଯେଉଁଭଳି ସାରା ଓଡିଆ ଜାଣିଛି ଯେ ରାଣୀପଣ୍ଡା ନାଚ କରନ୍ତି ତଥା ଦର୍ଶକ ମାନଙ୍କୁ ହସାଇଥାନ୍ତି । ଏହିଭଳି କିଛି ବର୍ତ୍ତମାନ ଷ୍ଟେଜ କୁ ଫେରିଛନ୍ତି ରାଣୀପଣ୍ଡା । ରାଣୀ ପଣ୍ଡା ଙ୍କୁ ଷ୍ଟେଜରେ ଦେଖି ବସିଥିବା ଦର୍ଶକ ଙ୍କ ଆଖିରେ ଲୁହ ବୋହି ଯାଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *