ଏବେ ସବୁ ଆଡେ ହେଉଛି ଚର୍ଚ୍ଚା ! କାହା ପାଇଁ ବାହାଘରକୁ ଏତେ ବିଳମ୍ବ କରିଦେଲେ Riya ?

ବନ୍ଧୁଗଣ, ସାଧାରଣତଃ ବର୍ତ୍ତମାନ ଚାରିଆଡେ ଏହି ଚର୍ଚ୍ଚା ଯେ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ରିୟା ଦେ ବିବାହ କରିଲେ । କିନ୍ତୁ ଅଭିନେତ୍ରୀ ରିୟା ବିବାହ କରିବାକୁ ଏତେ ବିଳମ୍ବ କାହିଁକି କରିଦେଲେ ? ସୁନିଲ ନାମକ ଜଣେ ଶିଳ୍ପପତି ଙ୍କୁ ରିୟା ବର୍ତ୍ତମାନ ବିବାହ କରିଛନ୍ତି । ଅଭିନେତ୍ରୀ ରିୟା ଦେ’ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏହାପରେ ସେ କ୍ରୀମିନାଲ, ଏମିତି ବି ପ୍ରେମ ହୁଏ,

ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଗୋଲାପି ଗୋଲାପି, ରଘୁପତି ରାଘବ ରାଜାରାମ, କଳକୀ, ଦିୱାନା ହେଲି ତୋ ପାଇଁ, ପ୍ରେମପାଇଁ ମହାଭାରତ ଭଳି ଅନେକ ଫିଲ୍ମ ରେ ସେ ଅଭିନୟ କରିଥିଲେ । ମାତ୍ର ଏତେ ସମୟ ବୀତିଯାଇଥିଲେ ମଧ୍ୟ ରିୟା ଙ୍କ ବିଷୟରେ କେବେ ମଧ୍ୟ ଜଣାଯାଇନଥିଲା ଯେ ସେ କାହା ସମ୍ପର୍କରେ ଅଛନ୍ତି ତଥା କାହା ସହିତ ରିଲେସନସିପ ରେ ଅଛନ୍ତି ।

ବର୍ତ୍ତମାନ ଯେଉଁ କଥା ଉଠୁଛି ଯେ ରିୟା ଏତେ ବିଳମ୍ବ କାହିଁକି କରିଦେଲେ ବିବାହ କରିବାକୁ ? ତେବେ ଯେତେବେଳେ ବିବାହ କଥା ଉଠେ କୁହାଯାଇଥାଏ ଯେ ଜୀବନର ସବୁଠାରୁ ଗୋଟିଏ ବଡ ନିଷ୍ପତ୍ତି ହେଉଛି ବାହାଘର । ବିବାହ କରିବା ନିମନ୍ତେ ସେହିଭଳି ଗୋଟିଏ ମଣିଷ ମଧ୍ୟ ଆବଶ୍ୟକ । ସେ ତୁମର ଯତ୍ନ ନେବା ସହିତ ଆଗାମୀ ଭବିଷ୍ୟତ ନିମନ୍ତେ ମଧ୍ୟ ସବୁ ସଜାଡିବ ଏବଂ ଦୁଃଖ ସମୟରେ ସାଥ ଦେଉଥିବ ।

ଏହିଭଳି ମଣିଷଟିଏ ଦୁନିଆରେ ମିଳିବା ସମସ୍ତଙ୍କୁ ଲାଗେ ଭାରୀ କଷ୍ଟ । ସେହିଭଳି ହୁଏତ ରିୟାଙ୍କୁ କେହି ମିଳୁନଥିଲେ । ଏହାପରେ ଅଭିନେତ୍ରୀ ରିୟା ଙ୍କ ଜୀବନରେ ସୁନୀଲ ଆସିଲେ । ସୁନୀଲ ଆସିବା ପରେ ରିୟା ଙ୍କ ଜୀବନରେ ସବୁକିଛି ବଦଳିଯାଇଥିଲା । ଏହାପରେ ନିଷ୍ପତ୍ତି ଆଗକୁ ନେଇଥିଲେ ଯେ ଦୁହେଁ ଯାଇ ଆଗକୁ ବିବାହ କରିବେ । ବାହାଘରରେ ହୁଏତ ବିଳମ୍ବ ହୋଇଥାଇପାରେ ମାତ୍ର ନିସ୍ପତି ସଠିକ ନେଇଛନ୍ତି ।

କାରଣ ରିୟା ଙ୍କ ମୁହଁ ରେ ଆଜି ଯେଉଁ ହସ ଦେଖିବାକୁ ମିଳିଛି ତାକୁ ଦେଖିଲେ ଜଣାଯାଉଛି ଯେ ସେ କେତେ ଖୁସି ଅଛନ୍ତି । ତେବେ ଗତ ନଭେମ୍ବର ୧୧ ତାରିଖରେ ରିୟାଙ୍କର ନିର୍ବନ୍ଧ ଶେଷ ହୋଇଥିଲା । ଏଥିରେ ଉଭୟଙ୍କ ପରିବାର ଲୋକେ ଏବଂ ଓଲିଉଡର ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ରିୟା ନିଜ ନିର୍ବନ୍ଧ ଫଟୋ କୁ ଇଂଷ୍ଟାଗ୍ରାମରେ ସେୟାର କରିବା ପରେ ଜଣାଯାଇଥିଲା ଯେ ସେ କେତେ ଖୁସି ଅଛନ୍ତି ବିବାହ କୁ ନେଇ ।

ବିବାହ ପୂର୍ବରୁ ମେହେନ୍ଦି ଏବଂ ହଳଦୀ ସେରେମନୀ ବହୁତ ଧୂମଧାମରେ ଅନୁଷ୍ଠିତ ହୋଇଥିଲା । ବିବାହ ପରେ ଅଭିନେତ୍ରୀ ରିୟା ନିଜ ଶାଶୁ ଘରେ ବେସ ଖୁସିଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *