କ’ଣ ପାଇଁ ହଠାତ ଭୋ ଭୋ କାନ୍ଦି ପକାଇଲେ ଅଭିନେତା ପୁପିନ୍ଦର…ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଅଭିନେତା ପୁପିନ୍ଦର ଙ୍କ ଆଖିରୁ ଧାର ଧାର ହୋଇ ଲୁହ ନିଗିଡି ପଡିଥିବାର ଦେଖିବାକୁ ମିଳିଥିଲା । ଏହାକୁ ସମସ୍ତେ ଦେଖି ପଚାରିଲେ ଯେ ଏହିଭଳି କାହିଁକି କାନ୍ଦିଲେ ପୁପିନ୍ଦର । ତେବେ ପୁପିନ୍ଦର ହେଉଛନ୍ତି ଜଣେ ସୁନ୍ଦର ଅଭିନେତା । ସେ ତାଙ୍କ କଳାରେ ସମସ୍ତଙ୍କୁ ହସାନ୍ତି ଏବଂ କନ୍ଦାଇଥାନ୍ତି । ମାତ୍ର ଗୋଟିଏ ଅଭିନେତାଙ୍କୁ ଏହିଭଳି ଭାବରେ କନ୍ଦିବା ହୁଏତଃ ଆପଣ ମାନେ ଦେଖି ନଥିବେ ।

କଳାକାର ମାନଙ୍କୁ ଆମ୍ଭେ ମାନେ କେବଳ ପରଦାରେ ଅଭିନୟ କରୁଥିବା ସମୟରେ କାନ୍ଦିଥିବାର ଦେଖିଥାଉ । ପୁପିନ୍ଦର ଯେତେ ନିଜ କାନ୍ଦ କୁ ଅଟକାଇବାକୁ ଚାହୁଁଥିଲେ ମଧ୍ୟ ତାହାକୁ ଅଟକାଇ ପାରୁନଥିଲେ । ତାଙ୍କ ଆଖି ପୁରା ଲାଲ ପଡିବା ସହିତ ଆଖିରୁ ଧାର ଧାର ଲୁହ ବୋହି ଯାଇଥିଲା । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପୁପିନ୍ଦର ଙ୍କୁ ଚାହୁଁଛନ୍ତି ଏବଂ ସେଠାରେ ଉପସ୍ଥିତ ଥିବା ଲୋକ ପୁପିନ୍ଦର ଙ୍କୁ ବୁଲି ବୁଲି ଚାହୁଁଥିଲେ ।

ତେବେ କ’ଣ ପାଇଁ ସେ ଏହିଭଳି ଭାବରେ କାନ୍ଦିଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ଜାଣିନେବା । ପୁପିନ୍ଦର ଏକ ଫିଲ୍ମ ହଲରେ କାନ୍ଦୁଥିବାର ନଜର ଆସିଥିଲେ । ସେ କହିଥିଲେ ଯେ ଫିଲ୍ମ ଦେଖୁ ଦେଖୁ ତାଙ୍କୁ ତାଙ୍କ ବାପା ଙ୍କ କଥା ମନେ ପଡିଯାଇଥିଲା । ଏଥିପାଇଁ ସେ ହଠାତ କାନ୍ଦିପକାଇଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କୁ ତାଙ୍କ ବାପା ଙ୍କ କଥା ବହୁତ ମନେ ପଡୁଛି ।

ଏହି ଲୁହ ହେଉଛି ତାଙ୍କ ବାପା ଙ୍କ ପାଇଁ । ପୁପିନ୍ଦର ଫିଲ୍ମ ହଲ କୁ ଫିଲ୍ମ “ପ୍ରତୀକ୍ଷା” ଦେଖିବାକୁ ଯାଇଥିଲେ । ଏହି ଚଳଚିତ୍ର ଟି ତାଙ୍କୁ ତାଙ୍କ ବାପା ଙ୍କ କଥା ମନେ ପକାଇବାକୁ ବାଧ୍ୟ କରିଦେଇଥିଲା । ସେ କହିଥିଲେ ଯେ ଫିଲ୍ମ ରେ ଏହିଭଳି ଅନେକ ଜିନିଷ ରହିଛି ଯାହା କି ତାଙ୍କୁ ତାଙ୍କ ବାପା ଙ୍କ ସହିତ ଜଡିତ ହୋଇଥିବା ମନେ ହେଉଛି ।

ତେବେ ଦମନ ପରେ ପ୍ରତୀକ୍ଷା ବର୍ତ୍ତମାନ କିଭଳି ଭାବରେ ଲୋକପ୍ରିୟତା ସାଉଁଟି ପାରିବ ତାହା ପୁପିନ୍ଦର ଙ୍କ ଆଖି ଲୁହରୁ ହିଁ ଜଣା ପଡୁଛି । ଓଡିଆ ଫିଲ୍ମ ପ୍ରତି ପୁଣିଥରେ ଓଡିଶାବାସୀ ମାନଙ୍କର ଉତ୍କଣ୍ଠା ଜାତ ହେବ ବୋଲି ପ୍ରଯୋଜକ ତଥା ନିର୍ଦ୍ଧେଶକ ମାନେ ନିଜର ମତାମତ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *