ଅଭିନେତା Rai Mohan Parida ପତ୍ନୀ Ranjita ଙ୍କ ପ୍ରେମରେ ଥିଲେ ପୁରା ପାଗଳ, ସାମ୍ନାକୁ ଆସିଲା ପ୍ରେମ ଭରା ଚିଠି, ଲେଖା ହୋଇଛି କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ରଞ୍ଜିତା ଙ୍କ ପ୍ରେମରେ ପାଗଳ ଥିଲେ ରାଇମୋହନ । ଚିଠି ରେ ଲେଖୁଥିଲେ ନିଜ ମନର କଥା । ତେବେ ଚଳଚିତ୍ର ରେ ଭୟଙ୍କର ଅଭିନୟ କରୁଥିବା ରାଇମୋହନ ପରିଡା । ଯୌବନ ଅବସ୍ଥାରେ ପଡିଥିଲେ ପ୍ରେମରେ । ମନର ମାନସି ଙ୍କୁ ପାଇବା ପାଇଁ ହୋଇଥିଲେ ପାଗଳ ଏବଂ ଚିଠିରେ ଲେଖୁଥିଲେ ମନର କଥା । ଦିନେ କି ଦୁଇ ଦିନର ନଥିଲା ପ୍ରେମ ବରଂ ସାତ ବର୍ଷ ର ପ୍ରେମ ସମ୍ପର୍କ ପରେ ନେଇଥିଲେ ବିବାହ ର ନିଷ୍ପତ୍ତି ।

ବର୍ତ୍ତମାନ ଅଭିନେତା ରାଇମୋହନ ଙ୍କ ବିୟୋଗ ପରେ ତାଙ୍କର ନିଆରା ପ୍ରେମ କାହାଣୀ କୁ ନେଇ ବର୍ତ୍ତମାନ ଚର୍ଚ୍ଚା । ମଲ୍ଟିଟ୍ୟାଲେଣ୍ଟ ଥିବା ଅଭିନେତା ରାଇମୋହନ ପରିଡା ଥିଲେ କଳାପ୍ରେମୀ । ପିଲାଦିନୁ ରାଇମୋହନ ଥିଲେ କଳାରେ ନିପୁଣ । ଏବଂ କଳା ନିମନ୍ତେ ସେ ନିଜ ଜନ୍ମ ସ୍ଥାନ କେନ୍ଦୁଝର ଛାଡିଦେଇ ଆସିଥିଲେ ଭୁବନେଶ୍ଵର କୁ । କଳିଙ୍ଗ ରେ ସଙ୍ଗୀତ ଏବଂ ଅଭିନୟ ଶିଖିବା ସମୟରେ ଦେଖିଥିଲେ ରଞ୍ଜିତା ଙ୍କୁ ଏବଂ ପଡି ଯାଇଥିଲେ ତାଙ୍କ ପ୍ରେମ ରେ ।

ସେ ବହୁ ପରିଶ୍ରମ କରି ଓଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଥିଲେ । ଏହା ପରେ ସେ ଅତି ସହଜରେ ଯାତ୍ରା ଜଗତ ହେଉ କି ଓଡିଆ ଚଳଚିତ୍ର ସବୁଆଡେ ନିଜର ଅବିଷ୍ମୟ ଅଭିନୟ ଜରିଆରେ ପହଞ୍ଚି ପାରିଥିଲେ ଦର୍ଶକ ଙ୍କ ହୃଦୟରେ । ମାତ୍ର ସୁଟିଙ୍ଗ ରୁ ଫ୍ରି ହେବା କ୍ଷଣି ସେ ନିଜ ମନର ମାନସୀ ରଞ୍ଜିତା ଙ୍କ ପାଇଁ ଲେଖୁଥିଲେ ଚିଠି ଏବଂ ଚିଠିରେ ଆଙ୍କୁଥିଲେ ଦିଲ ।

ତେବେ ଉଭୟ ଙ୍କ ପ୍ରେମ ବହୁତ ନିର୍ମଳ ଏବଂ ପବିତ୍ର ଥିଲା । ଏହାପରେ ରଞ୍ଜିତା ହଁ କହିବା ପରେ ତାଙ୍କ ବିଷୟରେ ରାଈମୋହନ ନିଜ ଘରେ ବାପା ଙ୍କୁ ତଥା ପରିବାର ଲୋକଙ୍କୁ କହିଥିଲେ । ଏବଂ ପୁଅ ର କଥା ରେ ରାଜି ହୋଇଥିଲେ ବାପା । କିନ୍ତୁ ରଞ୍ଜିତା ଙ୍କ ବାପା ରାଜି ନଥିଲେ । ରଞ୍ଜିତାଙ୍କ ବାପା ଙ୍କ କଥା କୁ ଖାତିରି ନ କରି ରଞ୍ଜିତା ରାଇମୋହନ ଙ୍କ ହାତ ଧରିଥିଲେ । ୧୯୯୨ ମସିହାରେ ହୋଇଥିଲା ରାଇମୋହନ ପରିଡା ଙ୍କ ବିବାହ ।

ଭୁବନେଶ୍ଵର ର AMOFOI ସଂସ୍ଥା ସାହାର୍ଯ୍ୟ ରେ ରାଇମୋହନ ଙ୍କ ବିବାହ ହୋଇଥିଲା । ରାଇମୋହନ ଗୋଟିଏ ଇଣ୍ଟରଭିୟୁ ରେ କହିଥିଲେ ଯେ ତାଙ୍କ ସ୍ତ୍ରୀ ସବୁ ପରିସ୍ଥିତି ରେ ତାଙ୍କ ସାଥିରେ ଛିଡା ହୋଇଛନ୍ତି । ତେବେ ହଠାତ ଅଭିନେତା ରାଇମୋହନ କେଉଁ କାରଣ ନିମନ୍ତେ ଜୀବନ ହାରିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *