ନିଜ ଭଉଣୀକୁ ବାହା ହେବା ପାଇଁ ଜିଦି ଧରିଲା ଭାଇ ତ ମା ନିଜ କଲିଜାରେ ପଥର ରଖି ନେଲେ ଏହି ନିଷ୍ପତ୍ତି

ଆଜି କାଲି ଏମିତି ସବୁ ଘଟଣା ଘଟୁଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଏହି ପରି ଏକ ଘଟଣା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ଉତ୍ତର ପ୍ରଦେଶ ର ଗୋରଖପୁର ଜିଲ୍ଲାର ଏକ ଭାଇ ନିଜ ଭଉଣୀ ସହ ବିବାହ କରିବା ପାଇଁ ନିଜ ଜିଦିରେ ଅଟଳ ରହିଲା । ତାକୁ ବୁଝାଇବା ଦ୍ଵାରା ସେ ମାରପିଟ କରିବାକୁ ଉଠିଥିଲା । ପୁଅର ଏହି ଖରାପ ବ୍ୟବହାରକୁ ଦେଖି ମା ନିଜର ଦୁଇ ଝିଅଙ୍କୁ ନେଇ ଘର ଛାଡି ଚାଲିଗଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଭାଇ ଏହିପରି କାମ କରିବାରୁ ମା ନିଜ ଦୁଇଝିଅଙ୍କୁ ନେଇ ଘର ଛାଡି ଚାଲିଯାଇଥିଲା । ବର୍ତ୍ତମାନ ସେମାନେ ପୋଲିସ ପାଖରେ ଗୁହାରି କରିଛନ୍ତି । ମାଙ୍କ ମତରେ, ଯଦି ତାଙ୍କ ପୁଅ ଜନ୍ମ ହେବା ପୂର୍ବରୁ ମରିଯାଇଥାନ୍ତା ତା ହେଲେ ତାଙ୍କୁ ଏହି ଦିନ ଦେଖିବାକୁ ପଡି ନଥାନ୍ତା । ବର୍ତ୍ତମାନ ଯେତେବେଳ ପର୍ଯ୍ୟନ୍ତ ତାଙ୍କ ପୁଅ ଜେଲ ଯାଇନାହିଁ ସେତେବେଳ ପର୍ଯ୍ୟନ୍ତ ମା ନିଜ ଦୁଇ ଝିଅଙ୍କୁ ନେଇ ଘରକୁ ଯାଇପାରିବେ ନାହିଁ ।

ଏହି ମାର ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ବଡ ଝିଅକୁ ୧୬ ବର୍ଷ ହୋଇଥିବା ବେଳେ ସାନକୁ ୧୨ ବର୍ଷ ଓ ତାଙ୍କର ପୁଅର ବୟସ ହେଉଛି ୧୮ ବର୍ଷ । ମହିଳାଙ୍କ ମତରେ ସପ୍ତାହ ସାରା ତାଙ୍କ ପୁଅ ନିଜ ଭଉଣୀ ଉପରେ ଖରାପ ନଜର ପକାଉଥିଲା । ତାଙ୍କ ପୁଅ ନିଜ ଭଉଣୀ ସହ ଖରାପ ବ୍ୟବହାର କରିବା ପାଇଁ ଚେଷ୍ଟା କରିଥିଲା । ଯେତେବେଳେ ଝିଅ ନିଜ ଭାଇକୁ ବିରୋଧ କରିଲା, ସେତେବେଳେ ଭାଇ ନିଜ ଭଉଣୀର ଗଳା ଦବାଇ ଥିଲା । ଏଥିପାଇଁ ଯେତେବେଳେ ମା ନିଜ ପୁଅକୁ ବୁଝେଇବା ପାଇଁ ଯାଇଥିଲା ସେତେବେଳେ ପୁଅ ନିଜ ମାକୁ ମାରପିଟ କରିଥିଲା । ଏହା ପରେ ମା ଓ ଝିଅମାନେ ବହୁତ ଡରି ଯାଇଥିଲେ, ଯାହାଫଳରେ ସେମାନେ ସେହି ଘର ଛାଡି ଚାଲିଯାଇଥିଲେ ।

ମହିଳାଙ୍କ ଅନୁସାରେ ତାଙ୍କ ପୁଅ କହୁଛି ତା ଉପରେ ଜୈତ୍ରର ଆତ୍ମା ଅଛି ଯିଏ ତାକୁ ନିଜ ଭଉଣୀ ସହ ବିବାହ କରିବା ପାଇଁ ବାଧ୍ୟ କରୁଛି । ଏହି ଘଟଣା ପରେ ମା ନିଜ ଝିଅଙ୍କୁ ନେଇ ତିନି ଦିନ ପର୍ଯ୍ୟନ୍ତ ଏପଟ ସେପଟ ହୋଇ ଦିନ କାଟିଲା, ଶେଷରେ ସେମାନେ ପୋଲିସ ପାଖକୁ ଯାଇଥିଲେ । ପୋଲିସ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ଏହାପରେ ପୋଲିସ ମହିଳାଙ୍କ ପୁଅକୁ ଧରିବା ପାଇଁ ସେହି ଘରକୁ ଯାଇଥିଲେ, ହେଲେ ଦୁର୍ଭାଗ୍ୟ ବଶତ ପୁଅଟି ପୋଲିସ ହାତରୁ ଖସି ଯାଇଥିଲା । ଏହା ପରେ ପୋଲିସ ୩ ଥର ସେହି ଘରକୁ ଯାଇସାରିଛି ହେଲେ ସେ ଧରା ପଡୁ ନାହିଁ । ମା ନିଜ ଝିଅ ସହ ଅନ୍ୟ ଜଣଙ୍କ ଘରେ ଦିନ କାଟୁଛନ୍ତି । ବର୍ତ୍ତମାନ ସେହି ପୁଅକୁ ଧରିବା ପାଇଁ ସବୁ ଥାନା କ୍ଷେତ୍ରରୁ ପ୍ରୟାସ କରାଯାଉଛି । ପୋଲିସ ମାନଙ୍କ ମତରେ ବହୁତ ଶୀଘ୍ର ଆରୋପିକୁ ଧରାଯିବାର ଖବର ମିଳିଛି ।

Leave a Reply

Your email address will not be published. Required fields are marked *