ସୋମବାରର ରାଶିଫଳ 20 ଜୁଲାଇ 2020, ଏହି 6ଟି ରାଶି ପାଇଁ ଆଜି ବନୁଛି ଶୁଭଯୋଗ, ଭୋଳାନାଥ ହେବେ ପ୍ରସନ୍ନ, ଦେବେ ମନ ଚାହୁଁଥିବା ବରଦାନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 20 ଜୁଲାଇ 2020 ସୋମବାରର ରାଶିଫଳ ।

ମେଷ

ଆଜି ଆପଣ ଭବିଷ୍ୟତ ପାଇଁ ନିଜର ଆର୍ଥିକ ଯୋଜନା କରିବେ ଏବଂ ନିଜର ଯୋଜନା ଏବଂ ଲକ୍ଷକୁ ଠିକ କରିବାର ଚେଷ୍ଟା କରିବେ । ସାଙ୍ଗ ମାନଙ୍କ ସହିତ କିଛି କରିବା ସମୟରେ ନିଜ ଆଗ୍ରହକୁ ଅଣଦେଖା କରନ୍ତୁ ନାହିଁ, ସେମାନେ ହୁଏତ ଆପଣଙ୍କ ଆବଶ୍ୟକତାକୁ ଗମ୍ଭୀରତାର ସହ ନେଇ ପାରନ୍ତି ନାହିଁ । ସାବଧାନ ରୁହନ୍ତୁ, ଅଧିକ ଚାପ ପାଇଁ ଆପଣ ନିଜ ଜୀବନସାଥୀଙ୍କ ଉପରେ ଅନାବଶ୍ୟକ ରାଗିଯାଇ ପାରନ୍ତି । ଆଜି ବାର୍ତ୍ତାଳାପର ନିପୁଣତା ଏବଂ ବୁଦ୍ଧିମତା ଦ୍ଵାରା ଆପଣଙ୍କ କାମ ସଫଳ ହେବ ।

ବୃଷ

brusha rashi

କାର୍ଯ୍ୟ କ୍ଷେତ୍ରରେ ବିବାଦ ଶେଷ ହେବା ଦ୍ଵାରା ସେଠାରେ ଶାନ୍ତି ଏବଂ ସୁଖ ବଢିବ । ପ୍ରତିଷ୍ଠାରେ ବୃଦ୍ଧି ହେବ । କଥା ଉପରେ ନିୟତ୍ରଣ ରଖିବା ବହୁତ ଆବଶ୍ୟକ ଅଟେ । ହଜିଯାଇ ଥିବା ଜିନିଷ ମିଳିପାରେ । ନୂତନ ଲୋକଙ୍କ ଠାରୁ ଲାଭ ହେବାର ସମ୍ଭାବନା ଅଛି । ବେପାର ବଢିବ । ଘରୋଇ ସ୍ତରରେ ସମସ୍ୟାର ସାମନା କରିବାକୁ ପଡିପାରେ । ଆଜି ଆପଣଙ୍କ ମନରେ ଏବଂ ହୃଦୟରେ ରୋମାନ୍ସ ଭରି ରହିବ । କାହା ସହିତ ପରିଯୋଜନା କିମ୍ବା ଭାଗୀଦାରୀ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।

ମିଥୁନ

ଆଜି ବ୍ୟବସାୟ ପ୍ରଣାଳୀରେ ପରିବର୍ତ୍ତନ ଦ୍ଵାରା ଲାଭ ମିଳିବ । ଆପଣଙ୍କ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ହଠାତ ଆସି ଥିବା ଖର୍ଚ ଆର୍ଥିକ ବୋଝ ବଢାଇ ପାରେ । ମହିଳା ମାନେ କାହା କଥାରେ ଆସନ୍ତୁ ନାହିଁ । ଭଲ ଲୋକଙ୍କ ସହିତ ବିବାଦ ହୋଇ ପାରେ । ଆପଣ ସେହି ଯୋଜନାରେ ନିବେଶ କରିବା ପୂର୍ବରୁ ଦୁଇ ଥର ଭଲ ଭାବରେ ଭାବନ୍ତୁ ଯାହା ଆଜି ଆପଣଙ୍କ ସାମନାକୁ ଆସିଛି । ବେରୋଜଗାର ଲୋକଙ୍କୁ କୌଣସି ଭଲ କମ୍ପାନୀରୁ ଭଲ ଚାକିରିର ଅଫର ମିଳିପାରେ ।

କର୍କଟ

karkat rashi

ଏହି ରାଶିର ଲୋକ ଆଜି ନକରାତ୍ମକ ବିଚାର ଠାରୁ ଦୂରେଇ ରୁହନ୍ତୁ । ଇଷ୍ଟଦେବତାଙ୍କୁ ସ୍ମରଣ କରନ୍ତୁ ଏହାଦ୍ୱାରା ସମସ୍ୟାର ନିବାରଣ ହୋଇ ପାରେ । ଆୟରେ ବୃଦ୍ଧି ହେବ । ବ୍ୟସ୍ତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନହେଲେ ଆପଣଙ୍କୁ ଜୀବନରେ ପରେ ଅନୁତାପ କରିବାକୁ ପଡିପାରେ । ଟିକେ ଭୁଲ କରିବା ଦ୍ଵାରା ଆପଣଙ୍କୁ ବଡ କ୍ଷତି ହୋଇ ପାରେ । ନିଜ ପ୍ରେମ ପ୍ରସଙ୍ଗ ବିଷୟରେ କାହା ଆଗରେ ଅଧିକ କଥା କୁହନ୍ତୁ ନାହିଁ । ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ ଏବଂ ଘରେ ଶାନ୍ତି ରହିବ । କାର୍ଯ୍ୟ କ୍ଷେତ୍ରରେ ସବୁକିଛି ଆପଣଙ୍କ ପକ୍ଷରେ ରହିବ ।

ସିଂହ

ଏହି ରାଶିର ଲୋକଙ୍କୁ ଆଜି ନିଜ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ । ଆଜି ଦିନର କାମ ଶରୀରକୁ କଷ୍ଟ ଦେଇ ପାରେ । ଜୀବନସାଥିଙ୍କ ସହଯୋଗ ଏବଂ ଭଲ ପାଇବା ମିଳିବ ଯାହାଦ୍ୱାରା ଆପଣଙ୍କ ସାହାସ ଏବଂ କ୍ଷମତାରେ ବୃଦ୍ଧି ହେବ । ଯସ୍ୟ କୌଣସି ନୂଆ ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି ତାହେଲେ ସେଥିରେ ସକାରାତ୍ମକ ରୂପ ଦେଇ ପାରନ୍ତି । ମନରେ କଷ୍ଟ ଏବଂ ଅସନ୍ତୋଷର ଭାବନା ରହିବ । ଆଖିରେ କଷ୍ଟ ହେବାର ସମ୍ଭାବନା ଅଛି ।

କନ୍ୟା

kanya rashi

ଆଜି ସାମାଜିକ ମେଳଜୋଳ ଆପଣଙ୍କୁ ଖୁସି ରଖିବ । ସମ୍ପର୍କୀୟ ମାନେ ଆପଣଙ୍କ ଦୁଖଃରେ ଭାଗୀଦାର ହେବେ । ଆଜି ପରିବାରର ଦାୟିତ୍ଵ ବଢିପାରେ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଖାଇବା ପିଇବାରେ ସାବଧାନ ରୁହନ୍ତୁ । ରାଗ ଠାରୁ ଦୂରେଇ ରୁହନ୍ତୁ । ନକରାତ୍ମକ ଭାବନାକୁ ସକାରାତ୍ମକତାରେ ଦୂର କରିବେ । ଜୀବନସାଥୀଙ୍କୁ ନପଚାରୀ କିଛି ଯୋଜନା କରନ୍ତୁ ନାହିଁ ନହେଲେ ତାଙ୍କ ତରଫରୁ ନକରାତ୍ମକ ପ୍ରତିକ୍ରିୟା ମିଳିପାରେ ।

ତୁଳା

ଆଜି ହଠାତ ମିଳିଥିବା କୌଣସି ଖୁସି ଖବର ନିଦରେ ଆପଣଙ୍କୁ ମିଠା ସ୍ଵପ୍ନ ଦେବ । ବନ୍ଧୁଙ୍କ ସହଯୋଗ ମିଳିବ କିନ୍ତୁ ଜୀବନସାଥୀଙ୍କ ସହିତ କୌଣସି ଛୋଟ କଥାରେ ଝଗଡା ହୋଇ ପାରେ ଯାହା ଘରର ଶାନ୍ତିକୁ ଭାଙ୍ଗି ପାରେ । ନୂଆ ପରିଯୋଜନା ଆରମ୍ଭ କରିବା ପାଇଁ ଆଜିର ଦିନ ଶୁଭ ଅଛି । ସରକାରଙ୍କ ତରଫରୁ ଲାଭ ହେବାର ସମ୍ଭାବନା ଅଛି । ମନରେ ଚିନ୍ତା ଏବଂ ବ୍ୟାକୁଳତା ରହିପାରେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ମନୋରଞ୍ଜନ ଏବନହ କିଛି ଜରୁରୀ ଜିନିଷ କିଣିବାରେ ଖର୍ଚ ବଢିବ ।

ବିଛା

bichha rashi

ଆଜି କିଛି ଲୋକଙ୍କ ପାଇଁ ହଠାତ ବ୍ୟସ୍ତତା ଏବଂ ଚାପଗ୍ରସ୍ତ ରହିବ । ଆପଣ ଆପଣଙ୍କର ସବୁଠାରୁ ବଡ କାମ ଉପରେ ଧ୍ୟାନ ଦିଅନ୍ତୁ, ଆପଣଙ୍କୁ ଲାଗିବ କି ଆପଣଙ୍କର ଉତ୍ପାଦ ଏବଂ ଆପଣଙ୍କ ସେବାର ବିସ୍ତାର କରିବା ଦରକାର ଅଟେ । ଆପଣଙ୍କ ପରୀକ୍ଷାରେ ସଫଳତା ପାଇବା ପାଇଁ ଆପଣଙ୍କ ଚେଷ୍ଟା ନିଶ୍ଚିନ୍ତ ରୂପରେ ଫଳ ଦେବ । ଆପଣଙ୍କ ଜୀବନସାଥୀ ଆପଣଙ୍କୁ କୌଣସି ବଡ ଉପହାର ଦେଇ ପାରନ୍ତି । ଆପଣ ନିଜ କାମକୁ ଜାରି ରଖନ୍ତୁ ନିଶ୍ଚିନ୍ତ ଭାବରେ ସଫଳତା ମିଳିବ ।

ଧନୁ

ଆତ୍ମବିଶ୍ଵାସ ଏବଂ ମାନ ସଂମ୍ମାନ ବଢିବ । ବ୍ୟବସାୟରେ ବିସ୍ତାର ହେବ । କାମରେ ସଫଳତା ମିଳିବ । ବୈବାହିକ ଜୀବନରେ ଗୋପନୀୟତାର ଧ୍ୟାନ ରଖିବା ମଧ୍ୟ ଆବଶ୍ୟକ ଅଟେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ । ଆପଣଙ୍କ ବାପା ମାଆଙ୍କ ଠାରୁ ମିଳିଥିବା ଭଲ ପାଇବା ଏବଂ ସମର୍ଥନ ଆପଣଙ୍କ ଆତ୍ମବିଶ୍ଵାସ ଏବଂ ଉତ୍ସାହକୁ ବଢାଇବାରେ ସାହାଯ୍ୟ କରିବ । ଆପଣଙ୍କ ମନରେ ଶୀଘ୍ର ରୋଜଗାର କରିବାର ଇଛା ସୃଷ୍ଟି ହେବ ।

ମକର

makar rashi

ଭୋଳାନାଥଙ୍କ କୃପାରୁ ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । ଆପଣ ଏହି ସମୟର ସଦୁପଯୋଗ ନିଜ ବ୍ୟବସାୟ ବଢାଇବାରେ କରି ପାରନ୍ତି । ଆପଣ ଆପଣଙ୍କ ପିଲା ମାନଙ୍କ ସହିତ କିଛି ଭଲ ସମୟ ବିତାଇବେ ଯେଉଁଥିରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ । ଅନ୍ୟ ପାଇଁ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଆସିବାର ସମ୍ଭାବନା ଅଛି । ପରିବାରର ଦାୟିତ୍ଵ ପାଳନ କରିବା ପାଇଁ ବହୁତ କିଛି ତ୍ୟାଗ କରିବା ଆବଶ୍ୟକ ଅଟେ । ଅଟକି ଥିବା ଟଙ୍କା ଫେରସ୍ତ ମିଳିପାରେ ।

କୁମ୍ଭ

ଆଜି ଦିନରେ କାର୍ଯ୍ୟଳୟର ବାତାବରଣ ଭଲ ରହିବ । ଆଜି ଆପଣଙ୍କୁ ଉପହାର ଏବଂ ସଂମ୍ମାନ ମିଳିବ । ଆପଣଙ୍କ ଅପେକ୍ଷା ଅନୁସାରେ ଆର୍ଥିକ ଲାଭ ମିଳିବା ଆପଣଙ୍କୁ ବହୁତ ଖୁସି କରିପାରେ । ବୈବାହିକ ଜୀବନ ଉପରେ ଭୟର ବାଦଲ ବୁଲିପାରେ । ବହୁତ ଦିନ ଧରି ଥିବା ରୋଗରୀ ଆଜି ଆରାମ ମିଳିବ । ପିଲାଙ୍କ ସହିତ ଯୋଡି ହୋଇଥିବା ସମସ୍ୟାର ସମାଧାନ ପାଇଁ କିଛି ସମୟ ଅଲଗା ସମୟ ବାହାର କରନ୍ତୁ ।

ମୀନ

mina rashi

ଏହି ରାଶିର ଲୋକ ପ୍ରତିଯୋଗିତାରେ ଆଗରେ ରହିବେ । ଶିକ୍ଷା, ପ୍ରେମ ଏବଂ ସନ୍ତାନ ପକ୍ଷ ଆନନ୍ଦଦାୟକ ରହିବ । ସମ୍ପର୍କକୁ ବଳ ମିଳିବ । ଆଜି ଆପଣ ଆପଣଙ୍କ ସାଥିଙ୍କ ବିଷୟରେ କିଛି ନୂଆ କଥା ଜାଣିବେ ଏବଂ ଏହି ନୂଆ ସୂଚନାରୁ ଆପଣଙ୍କୁ ବଡ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ଏକ ଖୁସି ଆଶ୍ଚର୍ଯ୍ୟ ହେବ । ଆପଣ ଜିତିବା ପାଇଁ କିଛି ବି କରିବା ପାଇଁ ପ୍ରସ୍ତୁତ ରହିବେ । ଅନ୍ୟକୁ ପ୍ରଭାବିତ କରିବା ପାଇଁ ଆବଶ୍ୟକ ଠାରୁ ଅଧିକ ଖର୍ଚ କରନ୍ତୁ ନାହିଁ । ବୃଦ୍ଧ ସମ୍ପର୍କୀୟ ମାନେ ସେମାନଙ୍କର ଅନ୍ୟାୟ ଦାବିରେ ଆପଣଙ୍କୁ ଚିନ୍ତିତ କରି ପାରନ୍ତି ।

Leave a Reply

Your email address will not be published. Required fields are marked *