ମୁଖ୍ୟମନ୍ତ୍ରୀ Naveen Pattnaik ଙ୍କ ପାଇଁ ଗୀତ ଗାଇଲେ Bollywood ସିଙ୍ଗର Udit Narayan, ଗୀତରେ ଗୀତରେ ନବୀନଙ୍କୁ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ, ଓଡିଶାରେ ମୁଖ୍ୟତ ଅନେକ ପ୍ରକାରର ସଂଗୀତ ମାନ କଣ୍ଠଶିଳ୍ପୀ ମାନେ ନିଜ ସୁମଧୁର କଣ୍ଠ ରେ ପରିବେଷଣ କରି ଆସିଛନ୍ତି । ସୂଚନା ଅନୁଯାୟୀ ବଲିଉଡ ତଥା ଓଲିଉଡ ର କଣ୍ଠଶିଳ୍ପୀ “ଉଦିତ ନାରାୟଣ” ବର୍ତ୍ତମାନ ଓଡିଶା ର “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ” ନେଇ ଏକ ସଙ୍ଗୀତ ପରିବେଷଣ କରିଛନ୍ତି । ଏବଂ ସେ କହିଛନ୍ତି ଯେ, “ପ୍ରଣାମ ମୁଁ ହେଉଛି ଉଦିତ ନାରାୟଣ । ଭାରତର ସବୁଠାରୁ ଲୋକ ପ୍ରିୟ CM ମୁଖ୍ୟମନ୍ତ୍ରୀ, ଆଦରଣୀୟ ନବୀନ ପଟ୍ଟନାୟକ ଙ୍କ ଉପରେ ମତେ ଗୀତ ଗାଇବାର ସ୍ଵଭାବ ପ୍ରାପ୍ତ ହୋଇଅଛି ।

ଯେଉଁଥିରେ ମ୍ୟୁଜିକ ଡାଇରେକ୍ଟର ଜାପାନୀ ଭାଇ, ଏବଂ ଗୀତିକାର ତପୁ ନାୟକ । CM ସମ୍ବନ୍ଧରେ ଏହି ଗୀତ ମାଧ୍ୟମରେ କୁହାଯାଇଛି ଯେ ସେ କେତେ ନିର୍ମଳ, ଲୋକପ୍ରିୟ ଅଟନ୍ତି ଏହିସବୁ କଥା ଏଥିରେ ବର୍ଣ୍ଣନା କରାଯାଇଅଛି । ସେହି ଗୀତ ଟି ହେଉଛି, “ବିଶ୍ଵ ଦରବାରରେ ଜଗନ୍ନାଥ ଦେଶ ସନ୍ନମାନିତ ହେଉଥିବ”, “ଯେତେ ଦିନ ଆମ ନବୀନ ମୁଣ୍ଡରେ କାଳିଆ ର ହାତ ଥିବ” ।

ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ ଯେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଖୀ ତଥା ଦରିଦ୍ର ଲୋକ ମାନଙ୍କୁ କେଉଁଭଳି ଭାବରେ ଦୁଖ ବୁଝୁଛନ୍ତି । ଗରିବ ଶ୍ରେଣୀର ଲୋକ ମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି । ସେହି ଯୋଜନା ରୁ ସେମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ମଧ୍ୟ ଯୋଗାଇ ଦିଆ ଯାଉଅଛି । କିଛି ଗରିବ ଶ୍ରେଣୀର ବ୍ୟକ୍ତି ମାନେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ କୃତଜ୍ଞ ମଧ୍ୟ ହୋଇଛନ୍ତି ।

ବର୍ତ୍ତମାନ ଦୀର୍ଘ ୨ ବର୍ଷ ଧରି କରୋନା ମହାମାରୀ ର ସଂକ୍ରମଣ କିଭଳି ଭାବେ ସାରା ଦେଶ ତଥା ରାଜ୍ୟକୁ ସଂକ୍ରମଣ କରିବାରେ ଲାଗିଛି ତାହା ଆପଣ ମାନେ ବେସ ଭଲ ଭାବରେ ଅବଗତ । ଏହିଭଳି ପରିସ୍ଥିତି ରେ ପୁଣି ଓଡିଶା ର ଲୋକେ ବାତ୍ୟା ବନ୍ୟା ଭଳି ବିପଦ ର ସମୁଖୀନ ହେଉଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପରିସ୍ଥିତିରେ ଅସହାୟ ଙ୍କ ଦୁଖ ବୁଝି ସମସ୍ତ ପ୍ରକାରର ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଙ୍କ ଏପରି ଉଦାରତା ଦେଖି ବର୍ତ୍ତମାନ ତାଙ୍କୁ ନେଇ ଏକ ଗୀତ କଣ୍ଠଶିଳ୍ପୀ ଉଦିତ ନାରାୟଣ ଗାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *