Party Infighting ସାମ୍ନାକୁ ଆସିବା ପରେ ବରିଷ୍ଠ ବିଜେଡ଼ି MLA Debi Mishra ଙ୍କୁ ମାଇଲେ ଧକ୍କା, ଛକ ମଝିରେ ହେଲେ ହଟହଟା, ଦେଖନ୍ତୁ VIdeo

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଡ଼ମ୍ବା ନରସିଂହପୁର ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା । କିଛି ଯୁବକ ତାଙ୍କୁ ଠେଲି ଠେଲି କୋଣକୁ ନେଇଗଲେ   । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନରସିଂହପୁରରେ । ତେବେ ଆଗକୁ ପଞ୍ଚାୟତ ନିର୍ବାଚନ । କିନ୍ତୁ ନିର୍ବାଚନର ତାତି ଏବେଠୁ ଆରମ୍ଭ ହେଲାଣି । ପଞ୍ଚାୟତ ନିର୍ବାଚନ ସମିତିସଭ୍ୟ ପ୍ରାର୍ଥୀ ଚୟନକୁ ନେଇ ବିରୋଧର ସମ୍ମୁଖୀନ ହୋଇଛନ୍ତି ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ବାସେଳିହତା ଗ୍ରାମରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ପହଞ୍ଚିବା ସମୟରେ ଏଭଳି ଅଘଟଣ ଘଟିବା ସହ ବିଜେଡିର ଗୋଷ୍ଠୀ ବିବାଦ ପଦାରେ ପଡିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଚୟନକୁ ନେଇ ନରସିଂହପୁର ବ୍ଲକ ବାସେଳିହତା ଛକରେ ଏଭଳି ଘଟଣା ଘଟିଛି । ବିଧାୟକ ଦେବୀ ପ୍ରସାଦ ମିଶ୍ର ପହଞ୍ଚିବା ପରେ ତାଙ୍କ ଗାଡିକୁ ଘେରିଯାଇଥିଲେ ଓ ବିଧାୟକ ଗାଡ଼ିରୁ ଓହ୍ଲାଇବା ମାତ୍ରେ କିଛି ଦଳୀୟ କର୍ମୀ ତାଙ୍କୁ ଠେଲା ପେଲା କରିବା ଦେଖାଯାଇଥିଲା ।

ଦୁଇଗୋଷ୍ଠୀ ମଧ୍ୟରେ ଠେଲା ପେଲା ହେବା ସହ କିଛି କର୍ମୀ ବିଧାୟକଙ୍କୁ ସେହି ଗହଳି ଓ ଠେଲାପେଲା ସ୍ଥଳରୁ ଧରି ସଭାମଂଚ ଆଡକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା । ଏସବୁ ଠେଲାପେଲା ସତ୍ବେ ପୂର୍ବନିର୍ଦ୍ଧାରିତ ସମସ୍ତ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଯେଉଁଭଳି ହେବା କଥା ତା ହୋଇଥିଲା ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ବାସେଳିହତା ଗ୍ରାମ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ସ୍ଥାନୀୟ ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ଭୁବନେଶ୍ୱର ପୂର୍ବତନ ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଆସିଥିଲେ । ପଞ୍ଚାୟତ ପ୍ରବେଶ ପଥରେ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା ।

ବିଧାୟକ ଶ୍ରୀ ମିଶ୍ର ଗାଡ଼ିରୁ ଓହ୍ଲାଇବା ମାତ୍ରେ କିଛି ଦଳୀୟ କର୍ମୀ ତାଙ୍କୁ ଠେଲା ପେଲା କରିବା ଦେଖାଯାଇଥିଲା । ଆଗାମୀ ପଞ୍ଚାୟତ ନିର୍ବାଚନରେ ବାସେଳିହତା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପଦବିଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବିଜୁ ଜନତା ଦଳ ପକ୍ଷରୁ କବିତା ସାହୁ ଓ ସୁକାନ୍ତି ମହାଳିକ ଦୁଇ ଜଣ ମହିଳା ପ୍ରାର୍ଥୀ ଏହି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବା ଆଶାୟୀ ରହିଛନ୍ତି ।

ସ୍ଥାନୀୟ ବିଧାୟକ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମକୁ ସର୍ବସାଧାରଣଙ୍କ ସମ୍ମୁଖରେ ଦଳୀୟ ସମର୍ଥିତ ପ୍ରାର୍ଥୀଭାବେ ଘୋଷଣା କରିବା ପାଇଁ ଦୁଇ ଗୋଷ୍ଠୀ ଜିଦ ଧରିଥିଲେ । ଏହି ଘଟଣାକୁ ନେଇ ଦୁଇ ବିଜେଡି ଗୋଷ୍ଠୀ ମଧ୍ୟରେ ଠେଲା ପେଲା ହୋଇଥିଲା । ତେବେ ଏହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *