‘ହେଲିକ୍ୟାପ୍ଟର ରେ ଯିବେ କଣାରେ ଦେଖିବେ…6 ଦିନ ହେଲା କଣ ତୁମେ କରୁଛ ହୋ…’ Naveen ଙ୍କ ଉପରେ କାହିଁକି ଏମିତି ଗର୍ଜିଲେ Sura…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଗତ ଦୁଇ ଦିନ ହେବ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ବନ୍ଧ ଜଳମଗ୍ନ ହୋଇଛି । ପିପିଲି ଅଞ୍ଚଳର ତିରିଶ ରୁ ଉର୍ଦ୍ଧ୍ବ ଗ୍ରାମ ରେ ପଶିଛି ବନ୍ୟା ଜଳ । ବନ୍ୟା ଯୋଗୁଁ ଗାଁ ରାସ୍ତା ଗୁଡ଼ିକ ମଧ୍ୟ ଜଳମଗ୍ନ ହୋଇଛି । ଯେଉଁ କାରଣରୁ ରାସ୍ତା ରେ ଯାତାୟାତ ଅସମ୍ଭବ ହୋଇ ପଡ଼ିଛି । ଲୋକମାନେ ଖାଇବା ପିଇବା କୁ ନେଇ ମଡ ସମସ୍ୟା ର ସମ୍ମୁଖରେ ହେଉଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟା ସ୍ଥିତି ର ସ୍ଥାୟୀ ନିୟନ୍ତ୍ରଣ ତଥା ସମାଧାନ ପାଇଁ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ । ଗ୍ରାମବାସୀ ଙ୍କ ପାଖରେ ସରକାର ମଧ୍ୟ ନିଜ ତରଫରୁ କୌଣସି ପ୍ରକାର ସହଯୋଗ ର ହାତ ବଢ଼ାଇ ନାହିଁ । ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଥିଲେ ଯେ, ହେଲିକ୍ୟାପ୍ଟର ସହଯୋଗ ରେ ସେ ସମସ୍ତ ବନ୍ୟା ଅଞ୍ଚଳରେ ସମୀକ୍ଷା କରିବେ ଏବଂ ଲୋକ ମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିବେ ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସାହାଯ୍ୟ ବନ୍ୟା ହୋଇଥିବା ଅଞ୍ଚଳ ର ଲୋକ ମାନଙ୍କ ପାଖରେ ପହଞ୍ଚି ନାହିଁ । ତେବେ ଏ ବାବଦରେ କଂଗ୍ରେସ ବିଧାୟକ ସୁର ରାଉତରାୟ ନିଜର ମତାମତ ପ୍ରକାଶ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ବ୍ୟଙ୍ଗ କରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ରେ ଯିବେ ଏବଂ ସେହି କଣା ରେ ଟିକେ ଦେଖି ଦେଇ ଆସିବେ କେଉଁ ଜାଗା ରେ କଣ ଅସୁବିଧା ହୋଇଛି ।

ଏହା ଏକ ଲଜ୍ଜା ଜଣକ ବିଷୟ । ଚାରି ଦିନ ହେବ ରିଲିଫ ତାଙ୍କ ତରଫରୁ ମିଳିଛି । ଚୂଡ଼ା, ଗୁଡ଼, ବିସ୍କୁଟ, ଚାଉଳ ଆମେ ନିଜ ହାତରୁ ବଣ୍ଟା ଆରମ୍ଭ କରିଛୁ । ସେ କହିଛନ୍ତି କେବଳ ଆଜି ନୁହେଁ ଦୀର୍ଘ ୫୦ ବର୍ଷ ହେବ ଏଭଳି ସ୍ଥିତିରେ ସେ ଲୋକ ମାନଙ୍କୁ ରିଲିଫ ବଣ୍ଟନ କରି ଆସିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଏଭଳି ସ୍ଥିତି କୁ ନେଇ ସେ ମର୍ମାହତ ।

ଛତିଶଗଡ଼ ର ମନମାନି କାର୍ଯ୍ୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାୟୀ । ଆଜି ତାଙ୍କ ପାଇଁ ହିଁ ଏଭଳି ବନ୍ୟା ସୃଷ୍ଟି ହୋଇଛି । ଏହା ସହିତ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କହିଛନ୍ତି ଯେ, ଯଥା ଶୀଘ୍ର ସମ୍ଭବ ସେ ଏହାର କୌଣସି ପ୍ରକାରେ ସ୍ଥାୟୀ ସମାଧାନ କରନ୍ତୁ । ନଚେତ ସେ ତାଙ୍କ ଘର ସାମ୍ନା ରେ ଧାରଣା ଦେଇ ଅନଶନ କରିବେ । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *