‘କିଛି ହେବ ନାହିଁ ଆମେ ସମସ୍ତେ ଅଛୁ…’ ବନ୍ୟା ଅଞ୍ଚଳ ବୁଲି ଲୋକଙ୍କୁ ଏମିତି ସାନ୍ତ୍ଵନା ଦେଲେ ବିଧାୟକ Rudra Maharathy, ଦେଖନ୍ତୁ Video

ବନ୍ଧୁଗଣ ବର୍ଷା ରେ ବନ୍ୟା ଯୋଗୁଁ ବନ୍ୟା ଜଳ ରେ ବୁଡିଲା ପିପିଲି ବ୍ଲକର ତିରିଶ ରୁ ଉର୍ଦ୍ଧ୍ବ ଗ୍ରାମ । ଗାଁ ଦାଣ୍ଡରେ ଅଣ୍ଟାଏ ପାଣି, ଉଚ୍ଚ ସୁଅ ସାଙ୍ଗକୁ ଘର ଦ୍ୱାର, ଦୋକାନରେ ବି ବନ୍ୟା ପାଣି ପସି ଲହଡି ଭାଙ୍ଗିଲା । ପିପିଲି ବ୍ଲକର ଭାରତିପୁର ,ହାଟସାହି, ପାଣିଦୋଳ, କଣ୍ଟି, ପଞ୍ଚାୟତ ର ୩୦ରୁ ଉର୍ଦ୍ଧ ଗାଁ ରେ ବନ୍ୟା ପାଣି ପସିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଘରେ ପଣି ପସି ଯିବାରୁ ଲୋକେ ପିଲା ଛୁଆ , ଗୃହ ପାଳିତ ପଶୁମାନଙ୍କୁ ନେଇ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି । ଆଉ କେତେକ ଲୋକମାନେ ଗାଁ ର ସ୍କୁଲ ଘରେ ଅଶ୍ରୟ ନେଇଛନ୍ତି । ଗତ କିଛି ଦିନ ହେବ ହାଟିସାହି ଗାଁରେ ପଣି ପସିଥିବା ବେଳେ ଲୋକଙ୍କ ଘରେ ଚୁଲି ଜଳି ପାରୁନାହିଁ । ବନ୍ୟା ବିପନ୍ନ ଲୋକ ମାନଙ୍କୁ ଗାଁ ର ସରପଞ୍ଚ ରନ୍ଧା ଖାଦ୍ୟ ଦେଉଥିବା ବେଳେ ପାଣି ଘେରରେ ରହୁଥିବା ଲୋକେ ଜିଲ୍ଲା ପ୍ରଶାସନ ର ସହଯୋଗ କୁ ଚାହିଁ ବସିଛନ୍ତି ।

କିନ୍ତୁ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବର୍ତ୍ତମାନ ପିପିଲି ବିଧାୟକ ରୁଦ୍ର ମହାରଥୀ ନିଜେ ଏକ ଡ଼ଙ୍ଗା ସାହାଯ୍ୟ ରେ ସମ୍ପୂର୍ଣ୍ଣ ବନ୍ୟା ଅଞ୍ଚଳ କୁ ବୁଲୁଛନ୍ତି । ତେବେ ସେ ଲୋକ ମାନଙ୍କ ପାଖରେ ପହଁଚି ସେମାନଙ୍କୁ ଉଦ୍ଧାର କରୁଛନ୍ତି ଏବଂ ସମସ୍ତ ଙ୍କୁ ସେ ଆଶ୍ୱାସନା ଦେଉଛନ୍ତି ଏବଂ ତାଙ୍କର ଖାଦ୍ୟ ପାନୀୟ ର ବ୍ୟବସ୍ଥା ମଧ୍ୟ ବୁଝୁଛନ୍ତି । ହାଟିସାହି ର ବିଭିନ୍ନ ଅଞ୍ଚଳ କୁ ବୁଲିବୁଲି ସେ ଗ୍ରାମବାସୀ ଙ୍କୁ ସହଯୋଗ ର ହାତ ବଢ଼ାଇଛନ୍ତି ଏବଂ ଏହା ଆଶା ଦେଇ କହିଛନ୍ତି ଯେ, ସେ ଥିବା ପର୍ଯ୍ୟନ୍ତ କୌଣସି ଅସୁବିଧା ହେବ ନାହିଁ ।

ତେବେ ହୀରାକୁଦ, ମୁଣ୍ଡଳିରୁ ଜଳସ୍ତର କମୁଛି । ଆହୁରି କମିବା ନେଇ ଆକଳନ କରାଯାଉଥିବା ବେଳେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ । ମହାନଦୀକୁ ଛାଡି ଅନ୍ୟ ନଦୀର ଜଳସ୍ତର କମୁଛି । ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର କମିବାରେ ଲାଗିଛି । ୧୪ଟି ଗେଟର ପାଣି ବରମୂଳ ଅତିକ୍ରମ କଲାଣି । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ ।

ପାଖାପାଖି ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ୩ରୁ ୪ଦିନ ଭିତରେ ୮ରୁ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ । ହୀରାକୁଦରେ ଯେତିକି ଗେଟ୍ ଖୋଲାଯାଇଛି ସେଥି ମଧ୍ୟରୁ କେତୋଟି ଗେଟ୍ ବନ୍ଦ କରାଯିବ ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ନିସ୍ପତ୍ତି ନିଆଯିବ । ଯେହେତୁ ହୀରାକୁଦରେ ଜଳସ୍ତର କମୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ କରାଯିବ ନେଇ ନିସ୍ପତ୍ତି ନିଆଯିବ ଏବଂ ବର୍ଷାକୁ ଦେଖି ଗେଡ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୪.୬୯ଫୁଟ୍ ରହିଛି । ଏବେ ବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଛି । ସେହିଭଳି ଖଇରାମାଳରେ ୮ଲକ୍ଷ ୭୦ହଜାର କ୍ୟୁସେକ ଜଳ ପାସ୍ କରୁଛି । କଟକ ମୁଣ୍ଡୁଳୀରେ ଏବେ ୧୦ ଲକ୍ଷ ୧୮ହଜାର ୩୭୨ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ତେବେ ଆସନ୍ତା ସମୟ ରେ କଣ ସ୍ଥିତି ହେବ ତାହା ଭବିଷ୍ୟତ ରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *