Malika Bachana- ଭାଙ୍ଗିବ ହୀରାକୁଦ ବନ୍ଧ, ଚିତଳ ମାଛ ହାଡରେ ହେବ ନୂଆ କବାଟ ବଦଳିବ କଟକ ନାଁ ଆଉ ବୁଲିବେ ଚଣ୍ଡୀ ଚାମୁଣ୍ଡା…ଦେଖନ୍ତୁ Hirakud ବନ୍ଧକୁ ନେଇ କଣ କୁହେ ମାଳିକା…

ବନ୍ଧୁଗଣ ୨୦୨୬ ମସିହାରେ ଭାଙ୍ଗିଯିବ ହୀରାକୁଦ ବନ୍ଧ । ସମୁଦ୍ର ରୁ ବାହାରି ଆସିବ ଏକ ବିଶାଳକାୟ ଚିତଳ ମାଛ । ରାହାମା ଠାରେ ଏହି ମାଛ ଟି ଶାରଦା ମାଆ ଙ୍କୁ ଦର୍ଶନ କରି ଛତିଆବଟରେ ପ୍ରାଣ ହାରିବ । ଏହି ବିଶାଳ ମାଛ ର ଅସ୍ତି ରେ ତିଆରି ହେବ ନୂତନ ବନ୍ଧ ଆଉ କବାଟ । ଏହି କଥା କହୁଛି ମାଳିକା । ୨୦୨୬ ରେ ଆସୁଛି ଏକ ବଡ଼ ବିପଦ । ଅର୍ଥାତ ଆଉ ଚାରି ବର୍ଷ ପରେ ।

ମାଳିକା ରେ ଏହା ପଦ ମାଧ୍ୟମରେ କୁହାଯାଇଛି । ଯଦି ଏହି କଥାକୁ ଆମେ ଥରେ ଚିନ୍ତା କରିବା ତେବେ ଜାଣି ପାରିବା ଯେ, ୨୦୨୬ ମସିହା ରେ ଏଭଳି ଏକ ଘଟଣା ଘଟିବାକୁ ଯାଉଛି । ଯଦି ସମ୍ବଲପୁର ର ହୀରାକୁଦ ଜଳଭଣ୍ଡାର ବିଷୟ ରେ ଦେଖିବା ତେବେ ୧୯୪୭ ମସିହାରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ୧୦ ବର୍ଷ ଲାଗିଥିଲା ଏହାକୁ ତିଆରି କରିବା ପାଇଁ ।

୧୯୫୭ ମସିହାରେ ଏହି ବନ୍ଧ ର ନିର୍ମାଣ କାମ ବି ସରିଥିଲା । ବର୍ତ୍ତମାନ ଏହି ବନ୍ଧ ଦୁର୍ବଳ ହୋଇ ଗଲାଣି ଏବଂ ଏଥିରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । କିନ୍ତୁ ମାଳିକା ଯେଉଁ କଥା କହୁଛି ତାହା ହୋସ ଉଡ଼ାଇ ଦେବା ଭଳି । ଭବିଷ୍ୟତ ର ସବୁ କଳ୍ପନା କୁ ଏହି ପଦ ଗୁଡ଼ିକ ରେ ଗୋଟିଗୋଟି କରି ଲେଖା ଯାଇଛି ।

ତେବେ ବଙ୍ଗଳାଦେଶ ରେ ଦେଖିବାକୁ ମିଳେ ଏହି ଚିତଳ ମାଛ । ଏହି ମାଛ ସମୁଦ୍ର ର ଗର୍ଭ ରେ ରହିବ । ଏହି ମାଛ ମାଆ ଶାରଦା ଙ୍କୁ ଦର୍ଶନ କରି ଛତିଆବଟ ରେ ପହଂଚିବ ଏବଂ ନିଜର ପ୍ରାଣ ହାରିବ । ଏହାପରେ ଏହି ମାଛ ର ଅସ୍ତି ରେ ନିର୍ମାଣ ହେବ ହୀରାକୁଦ ବନ୍ଧ । ହୀରାକୁଦ ବନ୍ଧ ଟି ସମ୍ପୂର୍ଣ୍ଣ ରୂପରେ ମାଟି ରେ ତିଆରି । ଭବିଷ୍ୟତ ରେ ଏହି ବନ୍ଧ ଚିତଳ ମାଛ ର ଅସ୍ତି ରେ ତିଆରି ହେବ ।

ମାଳିକା ରେ ଲେଖା ଯାଇଛି ଯେ, ଏହି ସଂହାର ଲୀଳା ବା ଏହି ମହାବିପଦ ଏତେ ଶୀଘ୍ର ଟଳିବ ନାହିଁ । ଏହା ସହିତ ଲେଖା ଯାଇଛି ଯେ ୨୦୩୦ ବେଳକୁ ସମୁଦ୍ର ନିଜର ଅଶାନ୍ତ ରୂପ ଧାରଣ କରି ଆଗକୁ ଆସିବ ଏବଂ କଟକ ର ନୂତନ ନାମ ହେବ ଅମରାବତୀ । ତେବେ ମାଳିକା ରେ ଲେଖା ଯାଇଥିବା କଥା କେତେ ସତ ଏବଂ କେତେ ମିଛ ତାହା ତ ଭବିଷ୍ୟତ ରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *