କହୁ କହୁ ହଠାତ କାହିଁକି କାନ୍ଦି ପକେଇଲେ ନବୀନ (CM Naveen Patnaik), ଦେଖନ୍ତୁ ଏହି Video

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ନବୀନଙ୍କ ଆଖିରେ ଲୁହ । ରୁମରେ ପ୍ରଭାସି ଓଡିଆଙ୍କୁ ଭେଟିବା ପରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ । ଭାବ ବିହୁଳ ହୋଇଯାଇଥିଲେ ରୋକିପାରି ନଥିଲେ ଆଖିର ଲୁହ । ଜର୍ମାନୀରେ ଗବେଷଣା କରୁଥିବା ସମ୍ବଲପୁର ଜିଲ୍ଲାର ଶେଷ କିଶାନଙ୍କ ସଂଘର୍ଷର କାହାଣୀ ଶୁଣି କୋହ ସମ୍ଭାଳି ପାରି ନଥିଲେ ମୁଖ୍ୟମନ୍ତ୍ରୀ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ।

ଶେଷ କିଶାନ 2018ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଥିଲେ ସେତେବେଳେ ବାଥୃମ ଚପଲ ପିନ୍ଧି ଆସିଥିଲେ ଆଉ ତାଙ୍କ ହାତରେ ନୋକିଆ ଫୋନ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିଲେ ଆଇ ଫୋନ । ଘର କରିବାରେ ସହାୟତା ବି କରିଥିଲେ । ରୁମରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେଦିନର କଥା ମନେ ପକାଇ ଥିଲେ ଶେଷ କିଶାନ । ନବୀନଙ୍କୁ ତାଙ୍କର ବାପା-ମା ବୋଲି କହିଥିଲେ ।

ତାଙ୍କର ମର୍ମ ସ୍ପର୍ଶୀ କଥା ଶୁଣି କୋହ ସମ୍ଭାଳି ପାରିନଥିଲେ ମୁଖ୍ୟମନ୍ତ୍ରୀ । ରମ ଗସ୍ତରେ ଥିବା ନବୀନ ୟୁରୋପର ବିଭିନ୍ନ ରାଷ୍ଟ୍ରରେ ଥିବା ପ୍ରଭାସି ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଓଡିଶାର ବିକାଶ ନେଇ ପ୍ରଭାସି ଓଡିଆଙ୍କ ଦ୍ରୁଷ୍ଟି ଭଙ୍ଗି ସମ୍ପର୍କରେ ଜାଣିବାକୁ ଚାହିଁ ଥିଲେ । ଓଡିଶାର ବିକାଶରେ ସେମାନଙ୍କ ଅଭିଜ୍ଞାତାକୁ ଉପଯୋଗ ପାଇଁ ଆହ୍ଵାନ ଦେଇଛନ୍ତି ।

ସେହି ରୁମରେ ମୁଖ୍ୟମନ୍ତ୍ରୀଙ୍କ ସହ ସମୟ ବିତାଇ ପ୍ରଭାସି ଓଡିଆ ବହୁତ ଖୁସି ଅଛନ୍ତି । ଏହା ସହ ପ୍ରଭାସି ଓଡିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ । 2000 ମସିହା ପରଠାରୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଓଡିଶା କିଭଳି ବିକାଶ କରିପାରିଛି ସେ ବାବଦରେ କହିଥିଲେ ।

ଉତ୍ପାଦନ କ୍ଷେତ୍ରରେ ଓଡିଶା ଏବେ ଶ୍ରେଷ୍ଠ ହୋଇପଡ଼ିଛି । ବାତ୍ୟା ମୁକାବାଲାରେ ସାରା ବିଶ୍ଵକୁ ବାଟ ଦେଖାଇଛି ଓଡିଶା । ମହିଳା ସଶକ୍ତି କରଣ ସ୍କୁଲ ରୂପାନ୍ତରିକରଣ ଉଦ୍ଦେଶ୍ୟକୁ ବଖାଣି ଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ । ତା ହେଲେ ବନ୍ଧୁଗଣ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *