ଯଦି ଦ୍ରୌପଦୀ ରାଷ୍ଟ୍ରପତି ହୁଅନ୍ତି…କେତେ ଟଙ୍କା ପାଇବେ ଦରମା ଓ ଏହା ସହ ପାଇବେ କେଉଁ କେଉଁ ସୁବିଧା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଶା ର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ରାଷ୍ଟ୍ରପତି ଙ୍କ ମର୍ଯ୍ୟାଦା ଏବଂ ସୁବିଧା ସୁଯୋଗ କୁ ନେଇ ଓଡିଶା ରେ ବର୍ତ୍ତମାନ ଅଧିକ ଚର୍ଚ୍ଚା । ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି, ଏବଂ ଭାରତର ରାଷ୍ଟ୍ରପତି ହୁଅନ୍ତି, ତେବେ କେତେ ଟଙ୍କା ଦରମା ପାଇବେ ଏବଂ କ’ଣ କ’ଣ ଅତିରିକ୍ତ ସୁବିଧା ପାଇବେ ତାକୁ ନେଇ ସମସ୍ତଙ୍କ ଭିତରେ ଉତ୍କଣ୍ଠା । ତେବେ ଆସନ୍ତୁ ଜାଣିନେବା ରାଷ୍ଟ୍ରପତି କେତେ ଟଙ୍କା ଦରମା ପାଆନ୍ତି ଏବଂ କ’ଣ କ’ଣ ସୁବିଧା ପାଆନ୍ତି ?

ସୂଚନା ଅନୁସାରେ ଭାରତର ରାଷ୍ଟ୍ରପତି ଙ୍କ ମାସିକ ଦରମା ୫ ଲକ୍ଷ ଟଙ୍କା । ରହିବା ପାଇଁ ରାଷ୍ଟ୍ରପତି ଭାବନ, ଯେଉଁଠାରେ ୩୪୦ ବଖରା ଘର, ଚିକିତ୍ସ୍ୟା ନିମନ୍ତେ ଜୀବନ ବ୍ୟାପୀ ମାଗଣା ଚିକିତ୍ସ୍ୟା ସୁବିଧା । ଛାଡିବା ପାଇଁ ସୁରକ୍ଷା ସମ୍ପନ୍ନ ମର୍ଷିଡିଜ ବେଞ୍ଚ ଏସ-୬୦୦ । ଭାରତର ରାଷ୍ଟ୍ରପତି କେବଳ ଯେ କ୍ଷମତାରେ ଥିବା ଯାଏଁ ସୁବିଧା ପାଆନ୍ତି ତାହା ନୁହେଁ ।

୫ ବର୍ଷ ର କାର୍ଯ୍ୟକାଳ ସରିବାପରେ କେତେ ଟଙ୍କା ପେନସନ ଆକାରରେ ମିଳେ ଏବଂ କ’ଣ କ’ଣ ଅତିରିକ୍ତ ସୁବିଧା ମିଳେ ଆସନ୍ତୁ ନଜର ପକାଇବା । କାର୍ଯ୍ୟକାଳ ସରିବା ପରେ ରାଷ୍ଟ୍ରପତି ଙ୍କୁ ମାସିକ ଦେଢଲକ୍ଷ ଟଙ୍କା ପେନସନ ମିଳେ । ପତ୍ନୀ କିମ୍ବା ପତି ଥିଲେ ମାସିକ ୩୦ ହଜାର ଟଙ୍କା ଆର୍ଥିକ ରାଶି ମିଳେ ।

ରହିବା ପାଇଁ ଟାଇପ ଥ୍ରୀ ବର୍ଗ ର ଏକ ବଙ୍ଗଳା ମିଳେ । ଫୋନ ରେ କଥା ହେବା ପାଇଁ ଲ୍ୟାଣ୍ଡଲାଇନ ଏବଂ ମୋବାଇଲ ସୁବିଧା ମାଗଣାରେ ମିଳେ । ପୂର୍ବତନ ରାଷ୍ଟ୍ରପତି ଙ୍କ ଯତ୍ନ ନେବା ପାଇଁ ୫ ଜଣ ବ୍ୟକ୍ତିଗତ ସହାୟକ ଦିଆଯାଇଥାଏ । କର୍ମଚାରୀ ଙ୍କ ଖର୍ଚ୍ଚ ପାଇଁ ବାର୍ଷିକ ୬୦ ହଜାର ଟଙ୍କା ଖର୍ଚ୍ଚ ମିଳେ ।

ମାଗଣା ଟ୍ରେନ ଏବଂ ବିମାନ ଯାତ୍ରା ର ସୁବିଧା ମିଳେ । ଯଦି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୁଅନ୍ତି, ତେବେ ଅନ୍ୟ ରାଷ୍ଟ୍ରପତି ଙ୍କ ଭଳି ତାଙ୍କୁ ମଧ୍ୟ ଏହି ସମସ୍ତ ସୁବିଧା ଭାରତ ସରକାର ଙ୍କ ତରଫରୁ ଯୋଗାଇ ଦିଆଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *