ଭାବୁକ ହେଲେ Draupadi Murmu ଙ୍କ ଡ୍ରାଇଭର କହିଲେ ‘ମୁଁ କ’ଣ ରାଷ୍ଟ୍ରପତିଙ୍କ କାର୍ ଚଲେଇ ପାରିବି, ସେ ମତେ…?’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଭାବୀ ରାଷ୍ଟ୍ରପତିଙ୍କ ଡ୍ରାଇଭର ନରେନ୍ଦ୍ର କହିଛନ୍ତି ଯେ “ଆଜ୍ଞା ମୁଁ ବହୁତ ଖୁସି ଅଛି” । ଆମ୍ଭ ମ୍ୟାଡାମ ରାଷ୍ଟ୍ରପତି ପ୍ରାର୍ଥୀ । ମାତ୍ର ତାଙ୍କୁ ଟିକିଏ ଦୁଃଖ ଲାଗୁଛି ବୋଲି ସେ କହିଛନ୍ତି । କାରଣ ମ୍ୟାଡାମ ଙ୍କର କାର ଆଉ ସେ ଚଳାଇ ପାରିବେ ନାହିଁ । ସେ ଦୀର୍ଘ 15 ବର୍ଷ ହେବ ଗାଡି ଚଲାଉଥିଲେ । ମ୍ୟାଡାମ ଙ୍କ ସାଥିରେ ସାଥିରେ ଥିଲେ । ମ୍ୟାଡାମ ଡ୍ରାଇଭର ନରେନ୍ଦ୍ର ଙ୍କୁ କହିଛନ୍ତି ଯେ କିଛି ଅଶୁବିଧା ହେଲେ ଫୋନ କରିବୁ ।

ଦ୍ରୌପଦୀ ମୁର୍ମୁ NDR ର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଏବେ ରାଷ୍ଟ୍ରପତି ହେବା ମଧ୍ୟ ସମ୍ଭାବନା ରହିଅଛି । ଏବଂ ଯଦି ସେ ରାଷ୍ଟ୍ରପତି ହୋଇଯାଆନ୍ତି ତେବେ ସେ ଚଢିବେ ମର୍ଷିଡିଜ ବେଞ୍ଚ ଏସ-600 । ଯେଉଁ ଗାଡି କୁ ଚଳନ୍ତି ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଡ୍ରାଇଭର । ତେବେ ଦ୍ରୌପଦୀ ଙ୍କ ଡ୍ରାଇଭର କହିଛନ୍ତି ଯେ ମ୍ୟାଡାମ ଙ୍କ ସହିତ ସମ୍ପର୍କ ସବୁଦିନ ଲାଗି ରହିବ । ରାଷ୍ଟ୍ରପତି ହେଲେ ମଧ୍ୟ ରହିବ ନହେଲେ ମଧ୍ୟ ରହିବ ।

ଦ୍ରୌପଦୀ କହୁଥିଲେ ଯେ ରାସ୍ତାରେ କେତେ ଲୋକେ ଆଦର କରୁଛନ୍ତି । ସେ ସମସ୍ତଙ୍କ ସହିତ ମିଶିବା ପାଇଁ ଚାହୁଁଥିଲେ । ମାତ୍ର ପ୍ରୋଟୋକଲ ଅନୁଯାୟୀ ସେ ଆଉ ମିଶି ପାରୁନାହାଁନ୍ତି । ସେ ଯେ ହେତୁ ରାଷ୍ଟ୍ରପତି ପଦ ପଦବୀ ରେ ଆସିଗଲେଣି ଆଉ ମିଶି ପାରୁନାହାଁନ୍ତି । ମାତ୍ର ମାଡାମ ରାଷ୍ଟ୍ରପତି ପାଇଁ ନିର୍ବାଚିତ ହେଲେ ମଧ୍ୟ ତାଙ୍କ ମନରେ ଟିକିଏ ଗର୍ବ ଅହଂକାର ନାହିଁ ।

ସେ ଆହୁରି ଆଶୀର୍ବାଦ ଦେଇ କହିଛନ୍ତି ତାଙ୍କ ଡ୍ରାଇଭର କୁ ଯେ ମତେ ଫୋନ କରିବ, ସବୁବେଳେ ମୋ ସହିତ କଥା ହେବ, ମୁଁ ରାଷ୍ଟ୍ରପତି ହେଲେ କ’ଣ ହେଲା ? ତେବେ ଆସନ୍ତୁ ଜାଣିବା ଯେ ଭାରତର ରାଷ୍ଟ୍ରପତି କେଉଁ ଗାଡି ବ୍ୟବହାର କରନ୍ତି ଏବଂ ଏହାର ବିଶେଷତ୍ଵ କ’ଣ ? ତେବେ ଭାରତର ରାଷ୍ଟ୍ରପତି ବ୍ୟବହାର କରନ୍ତି ସୁରକ୍ଷା ସମ୍ପନ୍ନ ମର୍ଷିଡିଜ ବେଞ୍ଚ ଏସ-600 ।

ରାଷ୍ଟ୍ରପତି ଙ୍କ ଏହି ଗାଡି ସ୍ପେଶାଲ ଷ୍ଟିଲ ରେ ନିର୍ମାଣ ହୋଇଥାଏ । ଏହି ଗାଡି ହେଉଛି ବୁଲେଟ ପୃବ, ବୋମା ଏବଂ ଗ୍ରେନେଡେ ମଧ୍ୟ କ୍ଷତି କରିପାରିବ ନାହିଁ । ଏହି ଗାଡିରେ ବସି ସିଧାସଳଖ ମନ୍ତ୍ରଳୟା ସହିତ ଯୋଗାଯୋଗ କରିବେ । ବିଶ୍ଵର ପ୍ରତିଷ୍ଠିତ ତଥା କ୍ଷମତା ସମ୍ପନ୍ନ ବ୍ୟକ୍ତି ଏଭଳି କାର ବ୍ୟବହାର କରନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *