Sonia ଙ୍କୁ ଖୁସ୍ କରିବେ Naveen Patnaik…

ରାଜନୀତି ନା ସୁବିଧାବାଦ, ରାଷ୍ଟ୍ରପତି ଉପରାଷ୍ଟ୍ରପତି ନିର୍ବାଚନରେ ସାମ୍ନାକୁ ଆସିଲା ବିଜେଡିର ଅସଲ ଚରିତ୍ର । ଆଗରୁ ବିରୋଧ କରୁଥିଲେ ଏବେ ଉଭୟଟିରେ ସାଥ୍ ଦେଲେ । ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହିଥିଲେ ଏବେ ତାଙ୍କ ଶରଣାପନ୍ନ ହେଲେ । କାହିଁକି ଅସହାୟ ହୋଇ ପଡିଛନ୍ତି ନବୀନ ପଟ୍ଟନାୟକ । କେନ୍ଦ୍ରରେ କଂଗ୍ରେସ ଭଳି ରାଜ୍ୟରେ ବିଜୁ ଜନତା ଦଳ ଏଥର ଅସହାୟ ହୋଇ ପଡିଥିବା ଚର୍ଚ୍ଚା ହେଉଛି ।

ସବୁବେଳେ ସମଦୁରତ୍ଵର କଥା କହୁଥିବା ନବୀନ ପଟ୍ଟନାୟକ ବିଜେପିର ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି । 2012 ମସିହାରେ ନବୀନ ନିଜ ତରଫରୁ ବି.ଏ ସାଙ୍ଗାମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଇଲେ । ବିଜେପି ତାଙ୍କୁ ସମର୍ଥନ କରିଲା । ଉପରାଷ୍ଟ୍ରପତିଙ୍କ ବେଳକୁ ହମିଦ ଅଂଶାରିଙ୍କ ବଦଳରେ ଗୋପାଳ କୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ କରିଲେ । ହେଲେ ଉଭୟ ନିର୍ବାଚନ ହାରି ଗଲେ । 

2017 ମସିହାରେ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିଲେ ଅଥଜ ଉପରାଷ୍ଟ୍ରପତି ନିର୍ବାଚନ ବେଳକୁ ବିଜେଡି ସାଂସଦ ଅନୁପସ୍ଥିତ ରହିଲେ । ଏଥର 2022ରେ ବିଜେପିର ଉଭୟ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ ଘୋଷଣା କରି ସାରିଛି । 2014 ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ହେବା ଲାଗି ଅଯୋଗ୍ୟ ବୋଲି କହିଥିଲେ ।  


ହେଲେ ଏବେ ମୋଦୀଙ୍କର ଗୋଟିଏ ଟେଲିଫୋନ କଲ୍ ପାଇବା ପରେ ଫଟାଫଟ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଦେଉଛନ୍ତି ନବୀନ । ଗତ ଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରାଷ୍ଟ୍ରପତି ପଦ ପାଇଁ ଭିକେ ନାଇଡୁଙ୍କ ଲାଗି ଟେଲିଫୋନ ଯୋଗେ ସମର୍ଥନ ମାଗିଥିଲେ ସେତେବେଳେ କାହିଁକି ନବୀନ ଚୁପ ରହିଲେ । ଦ୍ରୌପଦୀ ମୁର୍ମୁଙ୍କୁ ଓଡିଆ ଝିଅ ବୋଲି ସମର୍ଥନ କରିଲେ । ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପଙ୍କର ଓଡିଶା ସହ କଣ ସମ୍ପର୍କ ତାହା ଜଣା ପଡି ନାହିଁ ।

ଏଥର ବିରୋଧୀ ଦଳ ଗୁଡିକ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ କଂଗ୍ରେସ ଛିଡା କରାଇଛି । ଜସବନ୍ତ ସିହ୍ନା ତୃଣାମୂଳ କଂଗ୍ରେସ ଛାଡି ରାଷ୍ଟ୍ରପତି ନିର୍ବାଚନ ଲଢୁ ଥିବା ବେଳେ କଂଗ୍ରେସ ତାଙ୍କୁ ସମର୍ଥନ କରୁଛି । ସେପଟେ ସୋନିଆ ଗାନ୍ଧୀଙ୍କ ସହ ନବୀନଙ୍କ ସମ୍ପର୍କ କଥା ସମସ୍ତେ ଜାଣନ୍ତି ।

ନବୀନ ଏବଂ ସୋନିଆଙ୍କ ପାରିବାରିକ ବନ୍ଧୁତା ମଧ୍ୟ ରହିଛି ତେଣୁ ସୋନିଆଙ୍କୁ ଏବେ ନବୀନ ଖୁସ କରିବା ପାଇଁ ନବୀନ ଉଦ୍ୟମ କରୁଥିବା କଥା ବି ଏବେ ସାମ୍ନାକୁ ଆସୁଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *