1947 ରୁ 2022 ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ନୂଆ ଲିଷ୍ଟ, କିଏ କେବେ କାର୍ଯ୍ୟ କରିଥିଲେ ଦେଖନ୍ତୁ ପୁରା ଲିଷ୍ଟ…

ବନ୍ଧୁଗଣ ନମସ୍କାର ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତ ସ୍ୱାଧୀନ ହେବା ପରଠାରୁ ଆମ ରାଜ୍ୟ ଯେଉଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ପାଇଛି ସେମାନେ କେଉଁ ଜିଲ୍ଲା ରୁ ଆସିଛନ୍ତି ଏବଂ କେଉଁ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚିତ ହୋଇ ସେମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବିଷୟରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧- ଓଡ଼ିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଡାକ୍ତର ହରେକୃଷ୍ଣ ମହତାବ । ଭଦ୍ରକ ଜିଲ୍ଲା ରେ ଜନ୍ମିତ । କଟକ ବିଧାନସଭା ଆସନ ରୁ ଲଢ଼ି ବିଧାୟକ ହୋଇ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲ ।

୨- ଦ୍ଵିତୀୟ ରେ ହେଉଛି ନବକୃଷ୍ଣ ଚୌଧୁରୀ । ଜଗତସିଂହପୁର ର ଏକ ସଂଭ୍ରାନ୍ତ ଓକିଲ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ଯାଜପୁର ବଡ଼ଚନା ଆସନ ରୁ ବିଧାୟକ ହୋଇ ଓଡିଶା ର ଶାସନ ଭାର ସମ୍ଭାଳି ଥିଲେ ।

୩- ତୃତୀୟ ରେ ହେଉଛନ୍ତି ହରେକୃଷ୍ଣ ମହତାବ । ୧୯୬୧ ମସିହାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ ହେବା ପରେ ସରକାର ଭାଙ୍ଗିଥିଲା ସେହି ସମୟରେ ହରେକୃଷ୍ଣ ମହତାବ ହୋଇଥିଲେ ।

୪- ଚତୁର୍ଥ ରେ ହେଉଛନ୍ତି ଓଡ଼ିଆ ମାଟି ର ବୀରପୁତ୍ର ବିଜୁ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ।

୫- ପଞ୍ଚମ ରେ ବିରେନ ମିତ୍ର କଟକ ସିଟି ବିଧାନସଭା ଆସନ ରୁ ଲଢ଼ି ବିଧାୟକ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶାର ଶାସନ ଡୋରି ସମ୍ଭାବନା ଥିଲେ ।

୬- ଷଷ୍ଠ ରେ ହେଉଛନ୍ତି ସଦାଶିବ ତ୍ରିପାଠୀ । ସେ ନିଜ ଜୀବନ ର ଶେଷ ସମୟରେ ବହୁ ସଂଘର୍ଷ କରିଥିଲେ ।


୭- ସପ୍ତମ ରେ ରାଜେନ୍ଦ୍ର ନାରାୟଣ ସିଂ ଦେଓ । ବଲାଙ୍ଗୀର ବିଧାନସଭା ଆସନ ରୁ ବିଧାୟକ ଭାବରେ ନିର୍ବାଚିତ ହୋଇ ସେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୮- ଅଷ୍ଟମ ରେ ହେଉଛନ୍ତି ବିଶ୍ଵନାଥ ଦାସ ବିଧାନସଭା ରେ ବିଧାୟକ ଭାବରେ ନିର୍ବାଚିତ ହୋଇ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୯- ନବମ ରେ ହେଉଛନ୍ତି ନନ୍ଦିନୀ ଶତପଥୀ । ତେବେ ୧୯୭୨ ମସିହାରେ ଓଡ଼ିଶା ର ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଙ୍କ ହାତକୁ ଯାଇଥିଲା

୯- ନବମ ରେ ହେଉଛନ୍ତି ବିନାୟକ ଆଚାର୍ଯ୍ୟ । ଗଞ୍ଜାମ ଜିଲ୍ଲା ରେ ଜନ୍ମିତ ବିନାୟକ ବ୍ରହ୍ମପୁର ଆସନ ରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

୧୦- ଦଶମ ରେ ନୀଳମଣି ରାଉତରାୟ । ବାଲେଶ୍ଵର ଜିଲ୍ଲା ରେ ଜନ୍ମିତ ନୀଳମଣି ପରେ ଭଦ୍ରକ ଜିଲ୍ଲା ର ବାସୁଦେବ ପୁର ବିଧାନସଭା ର ବିଧାୟକ ହୋଇ ଓଡ଼ିଶା ର ଶାସନ ଡୋର ସମ୍ଭାବନା ଥିଲେ ।

୧୧- ଏଗାର ରେ ପୁରୀ ଜିଲ୍ଲାର ଜାନକୀ ବଲ୍ଲଭ ପଟ୍ଟନାୟକ । ସେ ଆଠଗଡ ବିଧାନସଭା ରୁ ବିଧାୟକ ହୋଇଥିଲେ । ଏହାପରେ ହେମାନନ୍ଦ ବିଶ୍ୱାଳ ମାତ୍ର ୮୮ ଦିନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

୧୨- ଦ୍ଵାଦଶ ରେ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଭାବରେ ପୁନର୍ବାର ଶପଥ ନେଇଥିଲେ ବିଜୁ ପଟ୍ଟନାୟକ ।

୧୩- ତେର ନମ୍ବର ରେ ବିଜୁ ଙ୍କ ପରେ ପୁଣି ଗାଡ଼ି କୁ ଫେରିଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ ।

୧୪- ଚଉଦ ନମ୍ବର ରେ ଆଜି ପର୍ଯ୍ୟନ୍ତ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ରହିଛନ୍ତି ବିଜୁ ପଟ୍ଟନାୟକ ଙ୍କ ପୁତ୍ର ତଥା ଓଡ଼ିଶାର ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଗାଦୀ ରେ ସୁଯୋଗ ପାଇଥିବା ବିଜେଡ଼ି ର ମୁଖ୍ୟ ନବୀନ ପଟ୍ଟନାୟକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *