କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ? ଦେଖନ୍ତୁ କଣ ସିଗନାଲ୍ ଦେଲେ ମୁଖ୍ୟମନ୍ତ୍ରୀ Naveen Patnaik

ବନ୍ଧୁଗଣ, ସୂଚନା ଅନୁଯାୟୀ ଉତ୍ତରାଧିକାରୀ ନେଇ ପାର୍ଟି ର ରହିଅଛି ନିର୍ଦ୍ଧିଷ୍ଟ ପ୍ଳାନ କହିଲେ ନବୀନ । ତେବେ ଆଗରୁ ବିଜେଡି ନେତା କହିଥିଲେ ରଥଟଣା କଥା ଏବଂ ନବୀନ ଥାଉ ଥାଉ ଆସିବେ ଉତ୍ତରାଧିକାରୀ । ଏକ ଇଣ୍ଟରଭିୟୁ ରେ ନବୀନ ଙ୍କୁ ପ୍ରଶ୍ନ ଥିଲା ଯେ ଆପଣଙ୍କ ପରେ ବିଜେଡି କୁ କିଏ ସମ୍ଭାଳିବ ? ଆପଣଙ୍କର କିଛି ଉତ୍ତରାଧିକାରୀ ଯୋଜନା ଅଛି କି ? ନବୀନ ଉତ୍ତର ଦେଇଥିଲେ ଯେ ଦଳର ଦୃଢ ଗଣତାନ୍ତ୍ରିକ ମୂଲ୍ୟବୋଧ ରହିଅଛି ।

ଲୋକ ଙ୍କ ହୃଦୟ ଜିଣିବାରେ ଦଳ ସକ୍ଷମ ହୋଇଛି ଉତ୍ତରାଧିକାରୀ ନେଇ ଦଳର ନିର୍ଦ୍ଧିଷ୍ଠ ଯୋଜନା ରହିଅଛି । ଲୋକଙ୍କ ପାଇଁ ଆଦର ସହକାରେ ସେବା କରିବା ଲାଗି ଦଳର ଲମ୍ବା ଯୋଜନା ରହିଅଛି । ତେବେ ଉତ୍ତରାଧିକାରୀ ନେଇ ନବୀନ ଆଗରୁ କହିଥିଲେ ଯେ ଓଡିଶାବାସୀ ତାଙ୍କର ଉତ୍ତରାଧିକାରୀ ବାଛିବେ । ଉତ୍ତରାଧିକାରୀ ଦଳ ଭିତରୁ ହିଁ ଆସିବେ ବୋଲି କହିଥିଲେ ।

ଏହାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି ଯେ ନବୀନ ବାବୁ ଥାଉ ଥାଉ ଆସିଯିବେ ଉତ୍ତରାଧିକାରୀ । ଏହି ପ୍ରକ୍ରିୟା ବର୍ତ୍ତମାନ ଦଳରେ ଆରମ୍ଭ ହୋଇଗଲାଣି । ସେପଟେ ବରିଷ୍ଠ ସାମ୍ବାଦିକ ପ୍ରଶନ୍ନ ମହାନ୍ତି କହିଛନ୍ତି ଯେ ଦଳ ଉତ୍ତରାଧିକାରୀ ନିମନ୍ତେ ଚିନ୍ତା କରୁଛି । ଗତ ୨୯ ତଥା ୩୦ ତାରିଖରେ ବିଜେଡି ର କର୍ମୀ ସମ୍ମିଳନୀ ରେ ଦଳର ଉତ୍ତରାଧିକାରୀ ନେଇ କିଛି ସିଗନାଲ ମିଳିଥିଲା ।

ଏତେ ବର୍ଷ ପରେ ମଧ୍ୟ ଦଳ ଏହାର ପ୍ରତିବଧ୍ଵତା ରୁ ବିଚ୍ୟୁତ ହୋଇ ନାହିଁ । ତେଣୁ ଏହାକୁ ଆଗକୁ ନେବା ଲାଗି ଉତ୍ତର ଦାଇତ୍ଵ ରହିଅଛି । ଏ କଥା କହିଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେହିପରି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ରଥ କୁ ଗଡାଇ ଦେଇଛନ୍ତି ।

ରଥ କୁ ଟାଣି ଟାଣି ନେବା ଆମ୍ଭର ଦାଇତ୍ଵ ଏଭଳି କିଛି ସଙ୍କେତ ମିଳିଥିଲା ଦଳର ବୈଠକ ରୁ । ଏହାପରେ ଚର୍ଚ୍ଚା ହୋଇଥିଲା ଯେ ଦଳକୁ ଆଗକୁ ନେବାକୁ କଣ କିଛି ଯୋଜନା ହୋଇଛି କି ? ଦଳ ଭିତରୁ କିଏ ଆସିବେ ନା ବାହାରୁ ଜଣେ ହେବେ ଉତ୍ତରାଧିକାରୀ ? ତେବେ ଏହିସବୁ ଚର୍ଚ୍ଚା ଭିତରେ ଆଗକୁ ଓଡିଶା ରାଜନୀତି ରେ ରୋଚକ ପର୍ବ ଆସିପାରେ ବୋଲି ଅନୁମାନ କରାଯାଉଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *