2-2 ଟି କମ୍ପାନୀର ମାଲିକାଣୀ Archana Nag, ଆଲିଶାନ ଘର ଭିତରେ ଚାଲିଥିଲା ମିନିବାର….ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବଡ ବଡିଆ ଙ୍କୁ ହନିଟ୍ରାପ କରି ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଥିବା ଅର୍ଚ୍ଚନା ନାଗ ଗତବର୍ଷ ମଧ୍ୟରେ କେବଳ ଗୋଟିଏ ଆଲିଶାନ ଘର ନୁହେଁ ବରଂ ଦୁଇଟି ନୂଆ କମ୍ପାନୀ ମଧ୍ୟ ଖୋଲିଛନ୍ତି । ବିଳାଶପୂର୍ଣ୍ଣ ଜୀବନ ବିତାଉଥିବା ଅର୍ଚ୍ଚନା ନିଜର ଆଲିଶାନ ଘରେ ଏକ ମିନି ବାର ଖୋଲି ସେଠାରେ ଦାମୀ ବ୍ରାଣ୍ଡ ର ମଦ ମଧ୍ୟ ରଖିଥିବାର ଫଟୋଚିତ୍ର ପଦାକୁ ଆସିଛି । ପୂର୍ବ ରୁ ତାଙ୍କର ବିଳାସପୂର୍ଣ୍ଣ ଗାଡି ସହିତ ଘୋଡା ବିଦେଶୀ କୁକୁର ରହିଥିବା ତଥ୍ୟ ପଦାକୁ ଆସିଥିଲା ।

କରୀଦକର୍ମା ନାଗ ଦମ୍ପତ୍ତି ଙ୍କର କମ୍ପାନୀ ମଧ୍ୟ ଦୁଇଟି ରହିଥିଲା ଗୋଟିଏ ହେଉଛି ଗୋଲ୍ଡେନ ଏମପ୍ଲେସ ପ୍ରାଇଭେଟ ଲିମିଟେଡ ଏବଂ ଆଦିତ୍ୟ ପ୍ରେଷ୍ଟିଜ ଏଗ୍ରୋ ପ୍ରାଇଭେଟ ଲିମିଟେଡ ନାମରେ ଦୁଇଟି କମ୍ପାନୀ ମଧ୍ୟ ଚଳାଉଥିଲେ । ଗୋଲ୍ଡେନ ଏମପ୍ଲେସରେ ଦୁଇଜଣ ହିଁ ନିର୍ଦ୍ଧେଶକ ଥିଲେ । ସେମାନେ ହେଉଛନ୍ତି ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ । ଗତ ଜୁନ ୨୨ ରେ ଏହି କମ୍ପାନୀ ପଞ୍ଜୀକୃତ ହୋଇଛି ।

କମ୍ପାନୀ ର ମୋଟ କ୍ୟାପିଟାଲ ୨୦ ଲକ୍ଷ ଟଙ୍କା ରହିଅଛି । ସତ୍ୟ ବିହାର ନିଜ ଘରକୁ ଅଫିସ କରିଥିଲେ । ହୋଟେଲ ଏବଂ ରେଷ୍ଟୁରାଣ୍ଟ କାଟାଗୋରୀ ର ଏହି କମ୍ପାନୀ ପଞ୍ଜିକରଣ ହୋଇଛି । ସେହିଭଳି ଆଦିତ୍ୟ ପ୍ରେଷ୍ଟିଜ ଏଗ୍ରୋ ପ୍ରାଇଭେଟ ଲିମିଟେଡ ଯାହା କି ୨୦୨୧ ରୁ ପଞ୍ଜୀକୃତ ହୋଇଛି ତେବେ ତାହାର ମଧ୍ୟ ଉଭୟ ଦମ୍ପତ୍ତି ନିର୍ଦ୍ଧେଶକ ରହିଛନ୍ତି ।

ଏହି ଦୁଇ କମ୍ପାନୀ ବ୍ୟତୀତ ସେମାନଙ୍କର ପୁରୁଣା ଏକ ଗାଡି ସୋ ରୁମ ମଧ୍ୟ ରହିଛି । ତେବେ ଫେସବୁକ ରୁ ବନ୍ଧୁତା ଏହାପରେ ସେମାନଙ୍କ ସହିତ ଫୋନ ରେ ରୋମାଣ୍ଟିକ କଥା ହୋଇ ସେମାନଙ୍କୁ କୌଣସି କାରଣରୁ ନିଜ ଘରକୁ ଡାକନ୍ତି । ଏହା ପରେ ଯୋଜନା ଅନୁଯାୟୀ ଲାଗିଯାଇଥାନ୍ତି ସେମାନଙ୍କ ସହିତ ଏକ ବନ୍ଦ କୋଠରୀକୁ ଜାଆନ୍ତି ।

ଏହାପରେ ସେଠାରେ ଅନ୍ତରଙ୍ଗ ହୁଅନ୍ତି, ଏହିସବୁ ମୂହୁର୍ତ୍ତ ସେଠାରେ ଥିବା କ୍ୟାମେରା କଏଦ କରିଥାଏ । ଏବଂ ପରେ ସେମାନଙ୍କୁ ଭା-ଇ-ରା-ଲ ର ଧମକ ଦେଇ ସେମାନଙ୍କ ଠାରୁ ମୋଟା ଆକାରରେ ଟଙ୍କା ଆଦାୟ କରିଥାନ୍ତି । ଏହିସବୁ ପ୍ଳାନ ପାଇଁ ସ୍ଵାମୀ ଜଗବନ୍ଧୁ କହିଥାନ୍ତି । ତେବେ ବର୍ତ୍ତମାନ ପୋଲିସ ଙ୍କ ତଦନ୍ତ ସୂତ୍ରରୁ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନା କୁ ଆସିବାରେ ଲାଗିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *