ମମତାଙ୍କୁ ଉଁହୁଁ, ନବୀନଙ୍କୁ ହୁଁ…

ନମସ୍କାର ବନ୍ଧୁଗଣ ତେବେ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଇଟାଲୀ ଏବଂ ସାଉଦି ଆରବ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ସେ ଭାଟିକାନ ସିଟିରେ ଥିବା କ୍ୟାଥଲିକ ଚର୍ଟ୍ଟର ମୁଖ୍ୟ ପୋପ ଫ୍ରାନସିସ୍କୋଙ୍କୁ ଭେଟିବେ ବୋଲି ସୂଚନା ରହିଛି । ପୋପଙ୍କୁ ନବୀନ ଭେଟିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ରହିଛି । ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି ।


ଯଦି ନବୀନ ପୋପଙ୍କୁ ଭେଟିବେ ତାହେଲେ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ଭେଟିବାରେ ସୁଯୋଗ ପାଇବେ । ତେବେ ବିଗତ ୧୦ ବର୍ଷ ତଳେ ମେ ମାସରେ ନବୀନ ଲଣ୍ଡନ ଗସ୍ତରେ ଯାଇଥିଲେ । ଆଉ ଏହି ଗସ୍ତର ଫାଇଦା ନେଇ ତାଙ୍କୁ ସରକାରରୁ କ୍ଷମତାଚ୍ୟୁତ କରିବାକୁ ପ୍ରୟାସ ହୋଇଥିଲା । ଆଉ ଏହି ଅପରେସନର ନେତୃତ୍ୱ ନେଇଥିଲେ ତାଙ୍କର ଏକାନ୍ତ ଅନୁଗତ ତଥା ସ୍ୱର୍ଗତ ତତ୍କାଳୀନ ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର ।

ମିଳିଥିବା ସୂଚନା ଅନୁଯାୟୀ,  ନବୀନ ଏହି ଗସ୍ତ ସମୟରେ ବିଭିନ୍ନ ଉଦ୍ୟୋଗୀଙ୍କୁ ଭେଟିବେ । ଏଥିସହ ପ୍ରବାସୀ ଓଡିଆଙ୍କ  ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ରହିଛି । ଜୁନ ୨୮ରେ ସେ ୟୁଏଇରେ ଶିଳ୍ପପତି ଏବଂ ଅନ୍ୟମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ପୋପଙ୍କ ସହ ନବୀନଙ୍କ ଏହି ପ୍ରସ୍ତାବିତ ଭେଟଘାଟ ଭାବମୂର୍ତ୍ତିକୁ କିଛି ମାତ୍ରାରେ ଉପରକୁ ନେବାର ପ୍ରୟାସ ବୋଲି କୁହାଯାଇପାରେ ।

ଏଭଳି ହାଇପ୍ରୋଫାଇଲ୍ ବୈଠକରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି କୁହାଯାଉଛି । ନବୀନ ୨୫ ବର୍ଷ ହେବ ରାଜନୈତିକ ନେତା ଭାବେ ରହିଛନ୍ତି । ଏହି ଅବସରରେ ପୋପଙ୍କୁ ଭେଟି ନବୀନ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତିକୁ ବଢାଇବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଉଛି । ଯାହାକି ଆଗାମୀ ଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ଆହୁର ବଢିବ ।


ତେବେ କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ନବୀନଙ୍କ ପୂର୍ବରୁ ଗତବର୍ଷ ଅକ୍ଟୋବର ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୋପଙ୍କୁ ଭେଟିବାର ସୂଚନା ରହିଥିଲା । ମମତା ଇଟାଲୀ ଯିବେ ବୋଲି ସ୍ଥିର ହୋଇଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ସହ ମମତା ସରକାରର ବିବାଦ ପାଇଁ ମମତାଙ୍କ ଇଟାଲି ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେଇନଥିଲେ । କିନ୍ତୁ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ପୋପଙ୍କୁ ଭେଟିଥିଲେ ।


ତେବେ ପୁଣିଥରେ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ଭାରତୀୟ ଜନତା ପାର୍ଟିର କିଛି ନେତା ପଶ୍ଚିମବଙ୍ଗଠାରୁ ଅଲଗା ରାଜ୍ୟ ଦାବି କରିଛନ୍ତି । ବାସ ଏହା ପରେ ମମତା ବାର୍ନାଜୀ ଶାସକ ଦଳକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଉତ୍ତରପ୍ରଦେଶର ସମସ୍ତ ସମ୍ପ୍ରଦାୟର ଲୋକମାନେ ଦଶନ୍ଧି ଧରି ଏକାଠି ରହୁଛନ୍ତି, କିନ୍ତୁ ବିଜେପି ଲୋକଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଛି । ଦଳର ଏକ ବୈଠକକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି ଯେ ବିଜେପି

ବେଳେବେଳେ ଗୋରଖାଲାଣ୍ଡ ଏବଂ ଉତ୍ତର ପଶ୍ଚିମବଙ୍ଗ ଗଠନ କରିବାକୁ ଦାବି କରୁଛି । ଆବଶ୍ୟକ ହେଲେ ମୁଁ ମୋର ଜୀବନ ଦେଇଦେବି ପଛେ କିନ୍ତୁ ରାଜ୍ୟକୁ ବିଭାଜନ କରିବାକୁ ଦେବି ନାହିଁ । ମମତା ବାନାର୍ଜୀ କହିଛନ୍ତି ଯେ କିଛି ଲୋକ ମୋତେ ଧମକ ଦେଉଛନ୍ତି ମୁଁ ସେମାନଙ୍କୁ ଭୟ କରୁ ନାହିଁ ବୋଲି ମମତା ବାର୍ନାଜୀ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *