Weather Alert: ଆଜି ରାଜ୍ୟର ଏହି 9 ଟି ଜିଲ୍ଲାରେ ଘଡଘଡି ସାଙ୍ଗକୁ ଭୀଷଣ ବର୍ଷା ! ସତର୍କ କଲା ପାଣିପାଗ ବିଭାଗ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାଜ୍ୟର ଉପକୂଳ ଜିଲ୍ଲା ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ! ପଶ୍ଚିମାଝଡର ଅନୁଭୂତ ହେତୁ ବର୍ଷା ଆହୁରି ଅଧିକରୁ ଅଧିକ ବର୍ଷିବାକୁ ନେଇ ଘୋଷଣାନାମ ଜାରୀ କରିଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ! ତେବେ ସମସ୍ତ ରାଜ୍ୟ ବ୍ୟାପୀ ଲୋକଙ୍କୁ ବର୍ଷା ନେଇ ଆଗୁଆ ସମ୍ଭାବନା ସୁଚେଇବା ସହ ସତର୍କବାଣୀ ମଧ୍ୟ ପାଣିପାଗ ବିଜ୍ଞାନ ତରଫରୁ ସୂଚନା ମିଳୁଛି ।

ଆସନ୍ତା ୨୪ ଘଣ୍ଟା ପର୍ଜତନ୍ତ ପ୍ରବଳ ବର୍ଷର ସମ୍ଭାବନା ରହିଅଛି । ଯାହାକୁ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ମଧ୍ୟ ଜାରୀ କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ, ଦେବଗଡ, ପୁରୀ, ଗଞ୍ଜାମ, ଗଜପତି, ମାଲ୍କାନାଗିରି, କୋରାପୁଟ, ବୌଦ୍ଧ ଓ କନ୍ଧମାଳ । ତେବେ ଏହା ସମେତ ୧୨ ଜିଲ୍ଲାକୁ ପାଣିପାଗ ବିଜ୍ଞାନ ତରଫରୁ ଅରେଞ୍ଜ ୱାର୍ନିଙ୍ଗ ଜାରୀ କରାଯାଇଛି ।

ସେହି ସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରପଡା, ଜଗତସିଙ୍ଘପୁର, କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ, ଯାଜପୁର ତେବେ ଏହି ସମସ୍ତ ଜିଲ୍ଲା ମାନଙ୍କୁ ଅରେଙ୍ଗ ୱାର୍ନିଙ୍ଗ ଜାରୀ କରାଯାଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷ ହେବା ଲାଗି ସୂଚନା ମିଳୁଅଛି । ତେବେ କେବଳ ବର୍ଷା ହିଁ ହେବ ନାହିଁ । ବର୍ଷା ସହିତ ୪୦ ରୁ ୫୦ କିଲୋମିଟର ବ୍ପାବାନ ବହିବା ସହ ଘଡଘଡି ଓ ବିଜୁଳି ସମେତ ବର୍ଷା ହେବାଲାଗି ସମ୍ଭାବନା ରହିଅଛି ।

ତେବେ ବର୍ଷା ହେବା ଯୋଗୁ ରାଜ୍ୟବ୍ୟାପୀ ତାପମାତ୍ରା ହ୍ରାସ ପାଇବ ବୋଲି ମଧ୍ୟ ଆଲୋଚନା ହେଉଅଛି । ତେବେ ସମୁଦ୍ରରୁ ଓଡିଶା ମୁହାଁ ଯେଉଁ ସାମୁଦ୍ରିକ ପବନ ପ୍ରବାହିତ ହେଉଛି । ତେଣୁ ବିଶେଷ କରି ଉପକୂଳ ଓଡିଶା ମାନଙ୍କରେ ଆଦ୍ରତାର ପରିମାଣ ବାଢୁଛି । ଯେଉଁ କାରଣରୁ ବର୍ଷା ହେବାର ଆଲର୍ଟ ଜାରୀ କରାଯାଇଛି । ତେବେ କାଲି ରାତି ଠାରୁ ହିଁ ବର୍ଷା ଓଡିଶାର ବହୁ ଜିଲ୍ଲାରେ ବର୍ଷିଛି ।

ଯାହାକୁ ନେଇ ପ୍ରାୟତଃ ଏରିଆ ମାନଙ୍କରେ ପାଗ କୋହଲା ରହିବା ସହିତ ଥଣ୍ଡା ମଧ୍ୟ ଅନୁଭୂତ ହେଉଛି । ବହୁ ଗୁଡିଏ ଜିଲ୍ଲାରେ ଆଜି ମଧ୍ୟ ବର୍ଷା ହୋଇ ବର୍ଷର ଅନୁଭୂତ ହେଉଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *