Narmada ନଦୀ ମଝାମଝି ପାଦରେ ଚାଲି ଚାଲି ଯାଉଥିବାର ଦେଖାଗଲେ ମହିଳା ! ଦର୍ଶନ କରିବା ପାଇଁ ଲାଗିଲା ଲୋକଙ୍କ ଭିଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନର୍ମଦା ନଦୀ ଉପରେ ଚାଲିଲା ଜଣେ ଚମତ୍କାରୀ ମହିଳା ! ପାଦରେ ଚାଲି ଚାଲି ପାଣି ଉପରେ ଯିବାର ଚମତ୍କାରୀ ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ହୋଇଲେ ଆଶ୍ଚର୍ଯ୍ୟ ! କହିଲେ ସ୍ଵୟଂ ନର୍ମଦା ମା’ ହୋଇଛନ୍ତି ଆବିଷ୍କାର ! ତେବେ ଏପରି କିଛି ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଯେଉଁଠାରେ କି ଜଣେ ବୃଦ୍ଧା ମହିଳା ଗଭୀର ପାଣିରେ ନବୁଡିକି ସିଧା ସିଧା ଚାଲି ଚାଲି ଯାଉଛନ୍ତି ।

ଯାହାକୁ ଦେଖି ସାଧାରଣ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନଦୀର ଯେଉଁ ଜାଗାରେ କି ୧୦୦ ଫୁଟରୁ ଅଧିକ ଗଭୀର ହେବାର ଲୋକେ ଅନୁମାନ କରିଛନ୍ତି । କାରଣ ସାଧାରଣତଃ ଆମେ ଜାଣିଥାଉ । ଯେ ନଦୀର ପାଣି ଉପରେ କେହି ମଧ୍ୟ ଚାଲି ଚାଲି ଯାଇପାରିବେ ନାହିଁ । ତେବେ ଏଭଳି ଭାବରେ ପାଦରେ ଚାଲି ଚାଲି ଯାଉଥିବା ମହିଳାଙ୍କୁ ଦେଖି ଲୋକେ ସେହି ବୃଦ୍ଧା ମହିଳାଙ୍କୁ ନର୍ମଦା ମା’ ବୋଲି ଭାବି ନେଇଛନ୍ତି । ଏହା ସହିତ ମା’ ଙ୍କର ଜୟ ଜୟ କାର କରିବାର ଲାଗି ପଡିଛନ୍ତି ।

ତେବେ ସେହି ବୃଦ୍ଧା ମହିଳାଙ୍କର ନାମ ହେଉଛି ଜ୍ଯୋତିବାଇ । ତେବେ ଏଭଳି ଭାବରେ ବୃଦ୍ଧା ମହିଳା ଜ୍ଯୋତିବାଇଙ୍କର ମହାନତା ଦେଖି କାହିଁ କାହିଁ ଦୂରରୁ ଭକ୍ତଙ୍କର ଦର୍ଶନ ନିମନ୍ତେ ସୁଅ ଛୁଟି ଥିଲା । ଘଟଣା ସ୍ତଳରେ ବହୁ ଭକ୍ତଙ୍କର ଭିଡର ସମାଗମ ଦେଖିବାକୁ ମିଳିଥିଲା ।  ତେବେ ଜ୍ଯୋତିବାଇ ମା’ ମଧ୍ୟ ଲୋକଙ୍କୁ ନିରାଶ ନକରି ଆଶ୍ରୀବାଦ ଦେଇଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ନର୍ମଦା ମା’ ଙ୍କର ଝିଅ ଭାବେ ଜ୍ଯୋତିବାଇଙ୍କୁ ମାନ୍ୟତା ଦେଇଥିଲେ ।

ଏତେ ମାତ୍ରାରେ ଭିଡର ସମାଗମ ଦେଖି ପୋଲିସ ମଧ୍ୟ ସେଠାରେ ପହଞ୍ଚିଥିଲା । ତେବେ ପୋଲିସ ମଧ୍ୟ ସମ୍ମାନ ସହକାରେ ମା’ ଜ୍ଯୋତିବାଇଙ୍କୁ ପ୍ରଣାମ ଜଣାଇଥିଲେ । ସୂଚନା ମୁତାବିକ ଜ୍ୟୋତିବାଇ ନାମକ ମହିଳାଙ୍କର ଏପରି ଭାବରେ ନର୍ମଦା ନଦୀର ପାଣି ଉପରେ ଚାଲିବାର ଦୃଶ୍ୟ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ହେଲେ ଜ୍ଯୋତିବାଇ ନାମକ ମହିଳା ନିଜର କୌଣସି ସିଦ୍ଧି ତନ୍ତ୍ର, ମନ୍ତ୍ର ପାଖରେ ନାହିଁ ବୋଲି କହିଥିଲେ । ମୁଁ ଜଣେ ସାଧାରଣ ମହିଳା ଅଟେ । ମୋ ପାଖରେ ସେମିତି କୌଣସି ପ୍ରକାର ମଧ୍ୟ ଅଲୌକିକ ଶକ୍ତି ନାହିଁ ବୋଲି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *