ବନ୍ଧୁଗଣ, ସୂଚନା ଅନୁଯାୟୀ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ ଗଢିଉଠିଥିବା ସମ୍ପର୍କକୁ ନେଇ ନିଜର ମୁହଁ ଖୋଲିଛନ୍ତି । ତେବେ ସେମାନେ କ’ଣ କହିଛନ୍ତି ଆସନ୍ତୁ ଜାଣିନେବା । ଜଣେ ମହିଳା କହିଛନ୍ତି ଯେ ପ୍ରକୃତିଙ୍କୁ ଏଭଳି ଛୋଟକାର୍ଯ୍ୟ କରିବାକୁ ଟିକିଏ ଘୃଣା ଲାଗିଲାନି ? ପ୍ରକୃତି ଯାହା କରିଛନ୍ତି କ’ଣ ତାହା ଠିକ କରିଛନ୍ତି ? ସଂପୂର୍ଣ୍ଣ ନାରୀଜାତି ନିମନ୍ତେ ପ୍ରକୃତି ଗୋଟିଏ କଳଙ୍କ ବୋଲି ସେ କହିଛନ୍ତି । ମାତ୍ର ଏମିତି କରିଲେ ଯେ କଳାକାରଙ୍କୁ ସଂପୂର୍ଣ୍ଣ ଭାବରେ ତଳକୁ ଖସାଇ ଦେଲେ ।
ବାବୁସାନ ଜଣେ ସୁପରଷ୍ଟାର ପ୍ରକୃତି ମଧ୍ୟ ଜଣେ ଷ୍ଟାର ଅଟନ୍ତି । ମାତ୍ର ଏଭଳି ଛୋଟ କାମ କରିବାକୁ ଉଭୟଙ୍କୁ ଟିକିଏ ଘୃଣା ଲାଗିଲା ନହିଁ ? ବାବୁସାନ ଙ୍କର ପିଲା ଅଛି, ସ୍ତ୍ରୀ ଅଛି କିଭଳି କରିଲେ ? ମାତ୍ର ତୃପ୍ତି ମାଡାମ ତ କେବଳ ମାରିଲେ କିନ୍ତୁ ମୁଁ ହୋଇଥିଲେ କ’ଣ ଯେ କରିଥାନ୍ତି ତାହା ଭାଷାରେ ମଧ୍ୟ କହିପାରୁନାହିଁ । ଏହିଭଳି କହିବା ସହିତ ମହିଳା ଜଣକ ଏହା ମଧ୍ୟ କହିଛନ୍ତି ଯେ ପ୍ରକୃତିଙ୍କୁ କ’ଣ ପୁଅ ମିଳିଲେନି ?
ସେ ଜଣେ ଅବିବାହିତ ଝିଅ । ମାତ୍ର ବାବୁସାନ ବିବାହ କରିଛନ୍ତି ତଥା ତାଙ୍କର ସଂସାର ଅଛି । ପ୍ରକୃତି କାହିଁ ତାଙ୍କ ସଂସାର ମଧ୍ୟକୁ ପଶୁଛନ୍ତି ? ଏବଂ ବାବୁସାନଙ୍କ ମା’ କ’ଣ ମିଛ କହୁଛନ୍ତି ? ଅପରାଜିତା ମାଡାମ ପରା ବାବୁସାନଙ୍କୁ ଜନ୍ମ କରିଛନ୍ତି । ମାତ୍ର ଜଣେ ଜନ୍ମ କରିଲା ମା’ ତାଙ୍କ ପୁଅ ନାମରେ କେବେ କ’ଣ ମିଛ କହିବ ?
ସେମାନେ ଶାଶୁ ଶଶୁର ହୋଇ କାହିଁକି ବୋହୁର ଷପୋର୍ଟ ନେଉଛନ୍ତି, କିନ୍ତୁ ପୁଅର ଷପୋର୍ଟ ନେଇ ପାରୁନାହାଁନ୍ତି ? କାରଣ ବୋହୂ ଭଲ ପୁଅ ହିଁ ଖରାପ । ଅପରାଜିତା କହିଥିଲେ ମି-ଡି-ଆ ସମ୍ମୁଖରେ ଯେ ପ୍ରକୃତି ବ୍ଲାକମେଲ କରୁଛନ୍ତି । ମାତ୍ର ଏଭଳି କି ରସ ଅଛି ବାବୁସାନଙ୍କ ପାଖରେ ଯାହାକି ଅଲଗା ପୁଅଙ୍କ ପାଖରେ ନାହିଁ । ତେବେ ଆପଣ ବାଡୁଅ ଝିଅ ଆପଣଙ୍କୁ ବାଡୁଅ ପୁଅ ମିଳୁନାହାଁନ୍ତି ?
ବିବାହ କରିଥିବା ପୁଅ ଏତେ ସୁନ୍ଦର ଲାଗୁଛନ୍ତି ? ମହିଳା ଜଣଙ୍କ ହାତଯୋଡି ଅଭିନେତ୍ରୀ ପ୍ରକୃତିଙ୍କୁ କହିଛନ୍ତି ଯେ ନାରୀଜାତି ପାଇଁ ଆଉ କଳଙ୍କ ହୁଅନ୍ତୁ ନାହିଁ ତଥା ସେହି ବାଟରୁ ଓହରି ଆସନ୍ତୁ । ଆଇନ କାନୁନ ନାରୀଜାତି କୁ ଯେତିକି ଲେବଲରେ ରଖିଛନ୍ତି ଆପଣ ସେତିକି ଲେବଲରେ ରହିବାକୁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।