ଯଦି ମୁଁ ଯିବିନି ତୁ ବି ଯିବୁନି…Prakruti ଙ୍କ ଜିଦ ଆଗରେ ହାରିଗଲେ ବାବୁସାନ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତି ମିଶ୍ରଙ୍କ ଜିଦ ନିମନ୍ତେ ସବୁବେଳେ ନିଜକୁ ସରଣ୍ଡର କରୁଛନ୍ତି ବାବୁସାନ । ଆଉ ସେହି ଜିଦ ନିମନ୍ତେ ହିଁ କାଲି ଯାଇ ପାରି ନଥିଲେ ନିଜର କାର୍ଯ୍ୟକ୍ରମକୁ । ଯେତେବେଳେ ପ୍ରକୃତିଙ୍କୁ ଡକାଗଲା ନାହିଁ ଯେଉଁ କଣ୍ଟ୍ରଭର୍ସି ପ୍ରକୃତି ଏଠାରେ ତିଆରି କରିଦେଇଛନ୍ତି । ଆଉ ଏହା ପରେ ପରେ ପ୍ରକୃତି ଜିଦ କରିଥିଲେ ଯଦି ମୁଁ ଯାଉନାହିଁ ତେବେ ତୁମ୍ଭେ ମଧ୍ୟ କାର୍ଯ୍ୟକ୍ରମକୁ ଯିବ ନାହିଁ । ଏଥିପାଇଁ ବାବୁସାନ ତାଙ୍କ କାର୍ଯ୍ୟକ୍ରମକୁ ଯାଇପାରି ନଥିଲେ ।

ଚେନ୍ନାଇ ମାଡ୍ରାସର ଇମେଜ ଅଡି ଟୋରିୟମରେ ଥିଲା ଦମନ ଚଳଚିତ୍ରର ପ୍ରମୋଶନ ପାଇଁ ସବୁ ଆରେଜମେଣ୍ଟ ମାତ୍ର ବାବୁସାନ ସେଠାକୁ ଯାଇ ନଥିଲେ । ଏବଂ ୮୬ତମ ଉତ୍କଳ ଦିବସ ସେଲିବ୍ରେସନରେ ଯେଉଁଠାରେ ବାବୁସାନ ଙ୍କର ଫଟୋ ରହିଅଛି ସେଠାରେ ପ୍ରକୃତି ମିଶ୍ରଙ୍କ ଫଟୋ ନାହିଁ ସତ କିନ୍ତୁ ପ୍ରକୃତି ନିଜର ଫିଲ୍ମ ପ୍ରମୋଶନ ନିମନ୍ତେ ସେଠାକୁ ଯାଇଥିଲେ । ଏହା ପରେ ପରେ ଯେତେବେଳେ ଏତେ ସବୁ କଣ୍ଟ୍ରବର୍ଷି ହୋଇଗଲା ସେତେବେଳେ ପ୍ରକୃତିମିଶ୍ର ନିଜେ ଏକ ଲାଇଭ ଭି-ଡି-ଓରେ ଆସି ନିଜର ସଫେଇ ଦେଲେ ।

ଏବଂ ଏହା ପରେ ପରେ ବାବୁସାନ ନିଜେ ଏକ ଭିଡିଓ କରି କହିଥିଲେ ଯେ ସେ ସେହି କାର୍ଯ୍ୟକ୍ରମକୁ ଯିବେ ନାହିଁ । ଏବଂ ଏହାପରେ ପ୍ରକୃତି ତାଙ୍କର ଭଲ ସାଙ୍ଗ ବୋଲି କହିବା ସହିତ, ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରକୃତି କୌଣସି ପ୍ରକାରର ଟଙ୍କା ତାଙ୍କଠାରୁ ନେଇନାହାଁନ୍ତି ଏବଂ ନା ହିଁ ତାଙ୍କୁ ସେ ହଇରାଣ କରୁଛନ୍ତି । ତେବେ ଏଠାରୁ ସ୍ପଷ୍ଟ ଜଣା ପଡୁଛି ଯେ ଯଦି ଗୋଟିଏ କାର୍ଯ୍ୟକ୍ରମ କୁ ବାବୁସାନ ଯିବେ କି ନଯିବେ ଜିଦ କରି ପ୍ରକୃତି ମିଶ୍ର ଅଟକାଇ ଦେଇପାରୁଛନ୍ତି ।

ତେବେ ବାବୁସାନଙ୍କ ଷ୍ଟେଟମେଣ୍ଟ ଚେଞ୍ଜ କରିବା ପାଇଁ ମଧ୍ୟ ନିଶ୍ଚିତ ଭାବରେ ପ୍ରକୃତି ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିବେ । ଏହାଫଳରେ ବାବୁସାନ ଏପର୍ଯ୍ୟନ୍ତ ଓଡିଶା ଫେରି ନାହାଁନ୍ତି ଏବଂ ଯାହା ଜଣା ପଡୁଛି ଯେ ପ୍ରକୃତିଙ୍କୁ ଧରି ସେ ଆଣ୍ଡାମାନ ଚାଲିଯାଇଛନ୍ତି । ତେବେ ପୂର୍ବରୁ ସମାନ କଥା କହିଥିଲେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି । ଯେ ବାବୁସାନଙ୍କର ଆଗକୁ ଆସୁଥିବା ଜନ୍ମ ଦିନରେ ଉଭୟ ଆଣ୍ଡାମାନରେ ସେଲିବ୍ରେଟ କରିବାର ମଧ୍ୟ ଯୋଜନା ରହିଅଛି ।

ଏହି ଘଟଣା ବର୍ତ୍ତମାନ ସାଂଘାତିକ ଆଡକୁ ଯାଉଛି ଏବଂ ବାବୁସାନଙ୍କର ଗୋଟିଏ ନିଷ୍ପତ୍ତି ନେବାର ସମୟ ଆସୁଅଛି । ବର୍ତ୍ତମାନ ଦେଖିବାର ଅଛି ଯେ ତାଙ୍କ ପାଇଁ କିଏ ଗୁରୁତ୍ଵର ତାଙ୍କ ପତ୍ନୀ ଏବଂ ପରିବାର ନା ପ୍ରକୃତି ? ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *