ନାକ ଫୋଡିବା ପଛରେ କାରଣ କେବଳ ସୁନ୍ଦର ଦେଖାଯିବା ପାଇଁ ନୁହେଁ, ଜାଣନ୍ତୁ ଏହାପଛରେ ଥିବା ବୈଜ୍ଞାନିକ ଫାଇଦା

ଆମର ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ସମସ୍ତ ଝିଅ ନିଜ ନାକରେ କଣା କରିଥାନ୍ତି । କାରଣ ନାକରେ ନାକ ଫୁଲ ପିନ୍ଧିବା ଦ୍ଵାରା କୌଣସି ଝିଅ କିମ୍ବା ମହିଳାର ସୁନ୍ଦରତା ଆହୁରି ବି ବଢିଯାଏ । ଏହା ଛଡା ଆପଣଙ୍କୁ କହିଦେଉଛୁ କି କେତେକ ଗ୍ରାମାଞ୍ଚଳରେ ଏମିତି ବି ପରମ୍ପରା ଅଛି କି ଯେତେ ଦିନ ପର୍ଯ୍ୟନ୍ତ ଝିଅ ନାକରେ ନାକଫୁଲ ନ ପିନ୍ଧିଛି ସେତେ ଦିନ ପର୍ଯ୍ୟନ୍ତ ସେ ବିବାହ କରି ପାରିବ ନାହିଁ । କିନ୍ତୁ କେବେ ଚିନ୍ତା କରିଛନ୍ତି କି କାହିଁକି ନାକରେ କଣା କରିବା ଜରୁରୀ ଅଟେ ? କାହିଁକି ଭାରତର ସବୁ ଝିଅ ନାକରେ କଣା କରିଥାନ୍ତି ଓ ନାକର ବାମ ପାର୍ଶ୍ଵରେ ହିଁ କାହିଁକି କଣା କରାଯାଏ ?

Image courtesy: Google

କହିଦେଉଛୁ କି ନାକରେ କଣା କରିବାର ଏହି ପରମ୍ପରା ୧୬ ତମ ଶତାବ୍ଦୀରୁ ଆରମ୍ଭ ହୋଇଛି ଓ ଯାହାକି ଆଜି ପର୍ଯ୍ୟନ୍ତ ଏହି ଭାରତୀୟ ସଂସ୍କୃତିରେ ଚାଲୁଅଛି । ନାକରେ କଣା କରିବାର କୌଣସି ବୟସ ସୀମା ନ ଥାଏ । କିନ୍ତୁ କୁହାଯାଏ କି ବିବାହ ପୂର୍ବରୁ ନାକରେ କଣା ଥିବା ଦରକାର । ଏହି ଆଧାରରେ ଆଜି ଆମେ ନାକରେ କଣା କରିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ ସେହି ବିଷୟରେ କହିବୁ ।

ନାକରେ କଣା କରିଥିବା ମହିଳାଙ୍କ ଶରୀରରେ ପ୍ରେଶର ହର୍ମୋନର ବିକାସ ହୋଇଥାଏ । ଯାହା ଦ୍ଵାରା ସମସ୍ତ ପ୍ରକାରର ବ୍ୟଥାକୁ ସହିବା ପାଇଁ ସେମାନଙ୍କୁ ସାହସ ମିଳିଥାଏ । ଏହି ହର୍ମୋନ ବ୍ୟଥା ଉପରେ ବି ପ୍ରଭାବ ପକାଇଥାଏ ଓ ଏହିଭଳି ହେବା ଦ୍ଵାରା ମହିଳାମାନଙ୍କୁ ବ୍ୟଥାରୁ ମୁକ୍ତିର ଅନୁଭବ ହୋଇଥାଏ ।

Image courtesy: Google

ଏହା ସହିତ ଆପଣଙ୍କୁ କହିଦେଉଛୁ କି ମହିଳାମାନଙ୍କ ଯେତେବେଳେ ପ୍ରସବ ହୋଇଥାଏ ତେବେ ସେହି ସମୟରେ ମହିଳାମାନଙ୍କୁ ବହୁତ କଷ୍ଟ ହୋଇଥାଏ ଓ କିନ୍ତୁ ଯେଉଁ ମହିଳାମାନଙ୍କ ନାକରେ କଣା ହୋଇଥାଏ ସେମାନଙ୍କୁ ଅଳ୍ପ କଷ୍ଟ ହୋଇଥାଏ । ଆପଣମାନେ ଦେଖିଥିବେ କି ପ୍ରାୟତଃ ସବୁ ମହିଳାମାନେ ନିଜର ନାକର ବାମ ପାର୍ଶ୍ଵରେ ହିଁ କଣା କରିଥାନ୍ତି । କାରଣ ମହିଳାମାନଙ୍କ ଶରୀରର ସମସ୍ତ ପ୍ରଜନନ ଅଙ୍ଗ ବାମ ପାର୍ଶ୍ଵ ସହ ଯୋଡି ହୋଇ ଥାଏ ଓ ଏହି କାରଣ ଅଟେ କି ମହିଳାମାନେ ନାକର ବାମ ପାର୍ଶ୍ଵରେ କଣା କରିଥାନ୍ତି । ସମସ୍ତେ ଜାଣିଛନ୍ତି କି କୌଣସି ବି ମହିଳା ପାଇଁ ସୁନ୍ଦର ଦେଖାଯିବା ବହୁତ ହିଁ ମହତ୍ଵ ରଖିଥାଏ । ଏହା ସହିତ ଯଦି କୌଣସି ମହିଳା ନାକରେ ନାକଫୁଲ ପିନ୍ଧୁଥାଏ ତେବେ ତାହାର ସୁନ୍ଦରତା ଦ୍ଵିଗୁଣିତ ହୋଇଯାଏ ।

Leave a Reply

Your email address will not be published. Required fields are marked *