ଯେତେବେଳେ ନୟନତାରା ଫୋନରେ ପ୍ରଭୁଦେବାଙ୍କ ପତ୍ନୀଙ୍କଠୁ ଅନୁମତି ମାଗିଥିଲେ ବିବାହ ପାଇଁ, ଆଉ ତା ପରେ

ପ୍ରଭୁଦେବା ଜଣେ ପ୍ରସିଦ୍ଧ ଷ୍ଟାର ଅଟନ୍ତି । ପ୍ରଭୁଦେବାଙ୍କୁ ଆଜି ଲୋକମାନେ ଡ୍ୟାନ୍ସର, ଡାୟେରେକ୍ଟର, ଫିଲ୍ମ ପ୍ରଡ୍ୟୁସର, ଅଭିନେତା ରୂପରେ ଜାଣିଛନ୍ତି । ସେ ପ୍ରଥମେ ନିଜର କ୍ୟାରିୟର ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ରୂପରେ ଆରମ୍ଭ କରିଥିଲେ । କିନ୍ତୁ ଆଜି ସେ ଏକ ସଫଳ ଷ୍ଟାର ଅଟନ୍ତି । କିନ୍ତୁ ନିଜର କ୍ୟାରିୟର ଛଡା ପ୍ରଭୁଦେବା ନିଜର ପର୍ସନାଲ ଲାଇଫକୁ ନେଇ ବି ଅଧିକ ଚର୍ଚାରେ ରହିଥାନ୍ତି । ଆଜି ଆମେ ତାଙ୍କ ଜୀବନ ସହ ଜଡିତ ଏକ ଘଟଣା କହିବାକୁ ଯାଉଛୁ । କହିବାକୁ ଗଲେ ଏହି ଘଟଣା ପ୍ରଭୁଦେବାଙ୍କ ଗର୍ଲଫ୍ରେନ୍ଡ ନୟନତାରା ତାଙ୍କର ପୂର୍ବ ପତ୍ନୀଙ୍କୁ ପ୍ରଭୁଦେବାଙ୍କ ସହ ବିବାହ କରିବା ପାଇଁ ଅନୁମତି ମାଗିଥିଲେ ।

କହିବାକୁ ଗଲେ ମିଡିଆରେ କିଛି ଏମିତି ହିଁ ଖବର ଶୁଣିବାକୁ ମିଳୁଥିଲା । ପ୍ରଭୁଦେବା ୧୯୯୫ରେ Ramlath ମାନେ ଲତାଙ୍କ ସହ ବିବାହ କରିଥିଲେ । ଏହା ପରେ ପ୍ରଭୁଦେବା ଓ ଲତାଙ୍କ ତିନୋଟି ସନ୍ତାନ ହେଲା । କିନ୍ତୁ ବର୍ଷ ୨୦୦୮ରେ ତାଙ୍କର ପୁଅ ବିଶାଳର ମୃତ୍ୟୁ କ୍ୟାନ୍ସର କାରଣରୁ ହୋଇଗଲା । କିନ୍ତୁ ଏହି ସବୁ ମଧ୍ୟରେ ନୟନତାରା ପ୍ରଭୁଦେବାଙ୍କ ଜୀବନରେ ଏଣ୍ଟ୍ରି ମାରି ସାରିଥିଲେ ।

ଏହା ପରେ ପ୍ରଭୁଦେବାଙ୍କ ପରିବାର ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା । ଦେଖୁ ଦେଖୁ ପରିସ୍ଥିତି ଏତେ ଖରାପ ହୋଇଗଲା କି ଶେଷରେ ପ୍ରଭୁଦେବା ନିଜ ପତ୍ନୀଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଗଲେ । କୁହନ୍ତି କି ଲତା ନିଜର ବିବାହକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା ବି କରିଥିଲେ । କିନ୍ତୁ ଏହା ହୋଇ ପାରିଲା ନାହିଁ । ଲତା ସେହି ସମୟରେ ନିଜର ପର୍ସନାଲ ଲାଇଫକୁ ନେଇ ମିଡିଆ ସହିତ କଥାବାର୍ତ୍ତା ବି କରୁଥିଲେ ।

ସେହି ସମୟରେ ଲତା କହିଥିଲେ କି ନୟନତାରା ତାଙ୍କୁ ଫୋନ କରି ପ୍ରଭୁଦେବାଙ୍କ ସହ ବିବାହ କରିବା ପାଇଁ ଅନୁମତି ମାଗିଥିଲେ । ଏହା ପରେ ସେ କହିଲେ କି ଯେତେବେଳ ନୟନତାରାଙ୍କ ଫୋନ ଆସୁଥିଲା ତେବେ ପ୍ରଭୁଦେବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଦେଖା କରିବା ପାଇଁ ଚାଲି ଯାଉଥିଲେ । ଏତିକି ନୁହେଁ ନୟନତାରା ପାଇଁ ପ୍ରଭୁଦେବା ନିଜ ପୁଅର ମୃତ୍ୟୁର ପର ଦିନ ହିଁ ଘରୁ ବାହାରି ଯାଇଥିଲେ ।

ଲତାଙ୍କ ଏହା ବି ଆରୋପ ଥିଲା କି ନୟନତାରା ପ୍ରଭୁଦେବାଙ୍କୁ ତାଙ୍କ ପରିବାରକୁ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ । ଏହି ସବୁ ପରେ ଶେଷରେ ସେ ପାରିବାରିକ କୋର୍ଟକୁ ଗଲେ ଓ ନିଜର ଅଧିକାର ମାଗିଲେ । ମିଡିଆ ସୂତ୍ର ଅନୁସାରେ ପ୍ରଥମେ ତ ନିଜ ନିଜ ମଧ୍ୟରେ ସମାଧାନ କରିବାର ଅପିଲକୁ ନେଇ ଲତା କୋର୍ଟ ପହଞ୍ଚିଥିଲେ । ଏହା ସହିତ ସେ ଧମକ ବି ଦେଇ ଦେଲେ କି ଯଦି ତାଙ୍କର କଥା ନ ପୁରା କରାଯିବ ତେବେ ସେ ଭୋକରେ ହଡତାଳ କରିବେ ।

ଏହା ଛଡା ଖବର ଏହା ବି ଥିଲା କି ପ୍ରଭୁଦେବାଙ୍କ ସହ ବିବାହ କରିବା ପାଇଁ ନୟନତାରା ଲତାଙ୍କୁ ୩ କୋଟି ଟଙ୍କା, କିଛି ସୁନା ମୁଦ୍ରା ଓ ୮୫ ଲକ୍ଷ ଟଙ୍କାର ଏକ ନେକଲେସ ଗିଫ୍ଟ ବି କରିଥିଲେ । ଏହା ପରେ ପ୍ରଭୁଦେବା ନିଜେ ବି ମିଡିଆରେ କହିଥିଲେ କି ନୟନତାରା ତାଙ୍କ ପାଇଁ ବହୁତ ସ୍ପେଶାଲ ଅଟନ୍ତି ଓ ସେ ତାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହା ସହିତ ସେ ଏହା ବି କହିଥିଲେ କି ସେ ମିଡିଆ ସାମ୍ନାରେ ନିଜର ପର୍ସନାଲ ଲାଇଫ ବିଷୟରେ ଅଧିକ କଥାବାର୍ତ୍ତା ହେବାକୁ ଚାହୁଁ ନାହାନ୍ତି ।

ଯେଉଁଠି ପ୍ରଭୁଦେବା ନିଜର ଓ ନୟନତାରାଙ୍କ ସମ୍ପର୍କକୁ ନେଇ ଚୁପ ରହୁଥିଲେ । ତେବେ ଅନ୍ୟ ପଟେ ନୟନତାରା ନିଜ ହାତରେ ପ୍ରଭୂଦେବାଙ୍କ ନାମର ଏକ ଟାଟୁ କରି ସାରିଥିଲେ । କିନ୍ତୁ ଶେଷରେ ପ୍ରଭୁଦେବାଙ୍କ ଜୀବନରେ ଏମିତି ମୋଡ ଆସିଲା କି ସେ ପ୍ରଥମେ ତ ଲତାଙ୍କୁ ତଲାକ ଦେଲେ । ଏହା ପରେ ନୟନତାରାଙ୍କ ସହ ବିବାହ କରିବାକୁ ଯାଉଥିଲେ କି କିଛି କାରଣ ବଶତଃ ନୟନତାରା ଓ ପ୍ରଭୁଦେବା ଅଲଗା ହୋଇଗଲେ ଓ ବର୍ତ୍ତମାନ ଦୁଇ ଜଣ ହିଁ ନିଜ ନିଜ କ୍ୟାରିୟରକୁ ନେଇ ବହୁତ ବ୍ୟସ୍ତ ଅଛନ୍ତି । ମନୋରଞ୍ଜନ ଦୁନିଆର ସବୁ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *