9 ସ୍ତ୍ରୀ ଙ୍କୁ ଉପଭୋଗ କରୁଛନ୍ତି ଜଣେ ସ୍ଵାମୀ, ଯାହାଙ୍କ Life Style ବିଷୟରେ ଶୁଣିଲେ ଆପଣ ବେହୋସ ହେଇଯିବେ… 

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ପୁରୁଷ ବିବାହ କରିଥାନ୍ତି । କେତେକ ପୁରୁଷ ଓ ମହିଳା ନିଜ ଜୀବନ ସାଥିକୁ ଛାଡପତ୍ର ଦେଇ ଅନ୍ୟ କାହା ସହ ବିବାହ କରିଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ୯ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ସେହି ପୁରୁଷଙ୍କର ଇଛା ହେଉଛି ୧୦ ପତ୍ନୀଙ୍କ ସହ ରହିବା ପାଇଁ । ପ୍ରତି ପତ୍ନୀଙ୍କ ଠାରୁ ଗୋଟେ ସନ୍ତାନ ମଧ୍ୟ ଆଶା ରଖିଛନ୍ତି । ସମସ୍ତଙ୍କ ପ୍ରତି ସମାନ ଭଲ ପାଇବା ଦେଉଛନ୍ତି ।

ବ୍ରାଜିଲର ଜଣେ ମଡେଲ ଏବେ ନିଜ ୯ ଜଣ ପତ୍ନୀଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ୯ ଜଣ ପତ୍ନୀଙ୍କ ମଧ୍ୟରୁ ଜଣେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁ ଛନ୍ତି ଆଉ ତାହା ଏବେ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଆର୍ଥର ଓଉର୍ସୋ ନାମକ ଏହି ମଡେଲ ୨୦୨୨ ମସିହାରେ ନିଜର ସମସ୍ତ ବାନ୍ଧବୀଙ୍କୁ ବିବାହ କରିଥିବା ଘୋଷଣା କରି ନଜରକୁ ଆସିଥିଲେ ।

ନିକଟରେ ସେ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କର ଜଣେ ପତ୍ନୀ ତାଙ୍କ ଠାରୁ ଛାଡପତ୍ର ଚାହୁଁ ଛନ୍ତି କାରଣ ଏକକ ବିବାହକୁ ସେ ଝୁରୁ ଛନ୍ତି । ୨୦୨୧ ମସିହାରେ ୮ ଜଣ ମହିଳାଙ୍କୁ ବିବାହ କରିବା ପୂର୍ବରୁ ଆର୍ଥର ପ୍ରଥମ ପତ୍ନୀ ଲୁଆନା କାଜାକିଙ୍ଗଙ୍କୁ ବିବାହ କରିଥିଲେ । ଏକକ ବିବାହ ପ୍ରଥାକୁ ବିରୋଧ କରିବା ଉଦ୍ଦେଶ୍ୟରେ ସେ ଏକାଧିକ ମହିଳାଙ୍କୁ ବିବାହ କରିଥିବା କଥା କହିଥିଲେ ।

ହେଲେ ଏହି ବିବାହ ବୈଧ ହୋଇପାରି ନଥିଲା କାରଣ ବ୍ରାଜିଲରେ ବହୁ ବିବାହ ବୈଧ ନୁହେଁ । ଏବେ କିନ୍ତୁ ଉର୍ସୋଙ୍କର ଜଣେ ପତ୍ନୀ ଆଗାଧା ବହୁ ବିବାହ ସମ୍ପର୍କ ଛିନ କରିବାକୁ ଚାହୁଁ ଛନ୍ତି । କାରଣ ସେ ଏକାକୀ ଉର୍ସୋଙ୍କ ପତ୍ନୀ ହୋଇ ରହିବାକୁ ଇଛା କରୁଛନ୍ତି । ଏହା ଶୁଣିବା ପରେ ଉର୍ସୋ ଖୁବ ଦୁଃଖ ପ୍ରକାଶ କରିଛନ୍ତି । ଆଗାଧାଙ୍କ କହିବା ଅନୁସାରେ ବାସ୍ତବରେ ନୁହେଁ ବରଂ ଏକ ରୋମାଞ୍ଚକର ଅନୁଭବ ସାଉଣ୍ଟିବାକୁ ସେ ବହୁ ବିବାହ କରିଥିଲେ ।

ତାଙ୍କର ଏଭଳି ମନୋଭାବକୁ ଉର୍ସୋଙ୍କ ପତ୍ନୀ ମାନେ ଭୁଲ ବୋଲି କହୁଛନ୍ତି । ପ୍ରଥମ ପତ୍ନୀ ଛାଡପତ୍ର ଦେଲେ ବି ଉର୍ସୋ ନିଜ ଭବିଷ୍ୟତ କଥା ଚିନ୍ତା କରିବାକୁ ଭୁଲି ନାହାନ୍ତି । ସେ ଏବେ ଆଉ ଦୁଇ ମହିଳାଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୧୦ ଜଣ ପତ୍ନୀଙ୍କ ସହ ରହିବା ପାଇଁ ଉର୍ସୋ ସର୍ବଦା ଇଛା କରିଛନ୍ତି । ତାଙ୍କର କେବଳ ଏକ ଝିଅ ଅଛି ହେଲେ ସେ ପ୍ରତ୍ୟକ ପତ୍ନୀଙ୍କ ଠାରୁ ଗୋଟିଏ ଲେଖାଏଁ ସନ୍ତାନ ଚାହୁଁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *