10 Interesting Questions- କେଉଁ ଗଛରେ କାଠ ନଥାଏ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. ବାବାଜି ନୁହେଁ ତା ବଢିଛି ଦାଢି, ପାଦତଳ ଯାଏଁ ଆସିଛି ମାଡି, ପିଲାଏ ଖେଳନ୍ତି ଦାଢିରେ ଦୋଳି, ପକ୍ଷୀଏ ଖାନ୍ତି ତାହାର କୋଳି ?

ଉତ୍ତର- ବରଗଛ ହେଉଛି ଏହାର ଉତ୍ତର । ବରଗଛର ଓହଳ ତଳ ଯାଏଁ ଆସିଥାଏ ପିଲା ମାନେ ସେଥିରେ ଦୋଳି ଖେଳନ୍ତି । ଆଉ ପକ୍ଷୀ ମାନେ ବରକୋଳି ଖାଇଥାନ୍ତି ।

୨. ତାହା କଣ ଯାହାକୁ ଭାଙ୍ଗିବା ପରେ ସବୁ ଲୋକ ଖୁସି ହୋଇଥାନ୍ତି ?

ଉତ୍ତର- ଯଦି ଆମେ କାହାର ରେକର୍ଡ ଭାଙ୍ଗି ଥାଉ ତା ହେଲେ ସମସ୍ତ ଲୋକ ଖୁସି ହୋଇଥାନ୍ତି ।

୩. ଭିକାରି ନୁହେଁ କିନ୍ତୁ ପଇସା ମାଗିଥାଏ, ଝିଅ ନୁହେଁ କିନ୍ତୁ ପର୍ସ ରଖିଥାଏ, ପୂଜାରୀ ନୁହେଁ କିନ୍ତୁ ଘଣ୍ଟି ବଜାଇ ଥାଏ, ସେ କିଏ ?

ଉତ୍ତର- ବସ୍ କଣ୍ଡକ୍ଟର

୪. ଆସିଲା ଆଉ ଜଣେ ବ୍ରାହ୍ମଣ, ତା ଦେହ ସାରା ଜାଦୁ ପଣ ପଣ ?

ଉତ୍ତର- ପଣସ

୫. ତାହା କଣ ଯାହାଦ୍ୱାରା ଆମେ କାନ୍ଥର ଆରପଟ ମଧ୍ୟ ଦେଖି ଥାଉ ?

ଉତ୍ତର- ଝରକା ଦ୍ଵାରା ଆମେ କାନ୍ଥର ଆରପଟ ଦେଖି ଥାଉ ।

୬. କେଉଁ ଗଛରେ କାଠ ନଥାଏ ?

ଉତ୍ତର- କଦଳୀ ଗଛରେ କାଠ ନଥାଏ ।

୭. କେଉଁ ଜିନିଷ ପ୍ରଥମ ଦୁଇଥର ମାଗଣାରେ ମିଳେ, କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡେ ?

ଉତ୍ତର- ଦାନ୍ତ ଆମ ଜୀବନରେ ଦୁଇ ଥର ଝଡି ଥାଏ ଓ ଦୁଇ ଥର ଆସିଥାଏ । ହେଲେ ତୃତୀୟ ଥର ଝଡିଲେ ଆମକୁ ପଇସା ଖର୍ଚ୍ଚ କରି ନକଲି ଦାନ୍ତ ଲଗାଇବାକୁ ପଡିଥାଏ  ।

୮. ଗୋଟିଏ ଫଳରେ ଅନେକ କଣ୍ଟା, ପାଚିଲେ ଖାଇଲେ ହାତରେ ଅଠା ?

ଉତ୍ତର- ପଣସ ଯାହାକି ପାଚିଲେ ଖାଇଲେ ଅଠା ଟାଇପର ଲାଗେ ।

୯. ବଣରୁ ଆସିଲା କୁତି, ଖାଇବାରେ ଦେଲା ମୁତି ?

ଉତ୍ତର- ଲେମ୍ବୁ ବଣରୁ ଆସିଥାଏ ଆଉ ଖାଇବାରେ ଆମେ ପକାଇ ଥାଉ ।

୧୦. ଗୋଟିଏ ଶବ୍ଦରେ ଉତ୍ତର ଦିଅ, ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ ଓ ଗୋଟିଏ ରଙ୍ଗର ନାମକୁ ବୁଝାଉ ଥିବ ?

ଉତ୍ତର- କମଳା ହେଉଛି ସଠିକ ଉତ୍ତର । କମଳା ଗୋଟେ ଫଳର ନାମ, ଗୋଟେ ଝିଅର ନାମ ଓ ଗୋଟେ ରଙ୍ଗର ନାମ ।

Leave a Reply

Your email address will not be published. Required fields are marked *