ବହୁତ ଚମତ୍କାରୀ ଫୁଲ ଅଟେ ଏହି ନାଗଚମ୍ପା, ଘରକୁ ଆଣିଥାଏ ସୁଖ ଶାନ୍ତି, ଘରେ ରଖିଲେ ହୋଇଥାଏ ଧନର ବର୍ଷା – Vastu Shastra

ଏହି ଗୋଟିଏ ଫୁଲ ହେଉଛି ନଗଚମ୍ପା , ଏହା ଘରକୁ ଆଣିଲେ ବଢିଥାଏ ସୁଖ ଓ ସମୃଦ୍ଧି । ଆଉ ଘରେ ରଖିଲେ ଧନ ବଢିଥାଏ । ଘରକୁ ଏହି ଫୁଲ ଆଣିବା ଦ୍ଵାରା ଘରେ ଧନ ବଢିବା ସହ ଉନ୍ନତି ହୋଇଥାଏ । ଏହି ଫୁଲକୁ ଘରକୁ ଆଣିବାର କିଛିଟା ଖାସ ଉପାୟ ଅଛି ଯାହାକୁ କରିବା ଦ୍ଵାରା ଆପଣଙ୍କୁ ଫାଇଦା ମିଳିଥାଏ । ଏହି ଫୁଲକୁ ଘରକୁ ଆଣିବା ସମୟରେ କାହାକୁ କହିବା ଉଚିତ ନୁହଁ କି କେହି ଦେଖିବା ଉଚିତ ନୁହଁ । ଆପଣ ଭଗବାନଙ୍କୁ ପୂଜା କରିବା ସମୟରେ ତାଙ୍କ ମନ ପସନ୍ଦ ଅନୁସାରେ ତାଙ୍କ ପ୍ରିୟ ଫୁଲ ନିଶ୍ଚିତ ଅର୍ପଣ କରିଥାନ୍ତି , ସେହିପରି ଭଗବାନ ଶିବଙ୍କର ପ୍ରିୟ ଫୁଲ ମାନଙ୍କରେ ଅତିପ୍ରିୟ ଫୁଲଟି ଅଛି ନାଗଚମ୍ପା । ଯାହା ଦେଖିବାକୁ ନାଗ ସାପର ଫଣା ସଦୃଶ ହୋଇଥାଏ ।

ଏହି ଫୁଲ ସବୁ ସମୟରେ ଦେଖିବାକୁ ମିଳି ନଥାଏ , ଏହା ସାଧାରଣତଃ ଶୀତ ଋତୁରେ ଦେଖିବାକୁ ମିଳିଥାଏ । ଏହି ନାଗ ଚମ୍ପା ଭଗବାନ ଶିବ , ମାତା ପାର୍ବତୀ ଓ ଭଗବାନ ଗଣେଶଙ୍କର ଅତି ପ୍ରିୟ ଅଟେ , ତେଣୁ ଏହି ପୁଷ୍ପ ଘରକୁ ସୁଖ ଶାନ୍ତି ଆଣିଥାଏ ଓ ଏହି ଫୁଲର ସଠିକ ବ୍ୟବହାର ଦ୍ଵାରା ଧନର ସମସ୍ୟା ଦୂର ହୋଇଥାଏ ।

ତେବେ ଆମେ ଆଜି ଏହି ଲେଖା ମାଧ୍ୟମରେ ଏହି ଫୁଲର ସଠିକ ବ୍ୟବହାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣ ଏହାର ଉପକାର ପାଇପାରିବେ । ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ।

ପ୍ରଥମ ଉପାୟ , ଘରର ନଜର ଦୋଷ , ତନ୍ତ୍ର ମନ୍ତ୍ର ଦୂର କରିବାରେ ଲାଭ ଦେଇଥାଏ ଏହି ନାଗଚମ୍ପା , ସୋମବାର ଦିନ ସକାଳୁ କେହି ଉଠିବା ଆଗରୁ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗି ଦିଅନ୍ତୁ ଏହି ପୁଷ୍ପ , ଏହା କରିବା ଦ୍ଵାରା ଭୁତ ପ୍ରେତର ଆଗମନ ହୋଇନଥାଏ , ସକାରାତ୍ମକ ଊର୍ଜାର ସଂଚାର ହୋଇଥାଏ । କିନ୍ତୁ ଏହାକୁ କରିବା ସମୟରେ ମନେ ରଖିବେ ଆପଣଙ୍କୁ କେହି ଯେପରି ଦେଖୁନଥିବେ ।

ଦିତୀୟରେ କରଜ ମୁକ୍ତି ଓ ଧନ ପ୍ରାପ୍ତିର ଏହି ଉପାୟ । ସୋମବାରଦିନ , ଅବା ଶନିବାରଦିନ ରାତିରୁ ନେଇଆସନ୍ତୁ ଏହି ପୁଷ୍ପ , ଏବଂ ତାପରଦିନ ସକାଳୁ ନଦୀ କିମ୍ବା କୌଣସି ଜଳ ପ୍ରବାହିତ ହେଉଥିବା ସ୍ରୋତରେ ଭସାଇ ଦିଅନ୍ତୁ , କିନ୍ତୁ ମନେ ରଖିଥିବେ ଏହା କରିବା ସମୟରେ କାହାରିକୁ ଜଣେଇବେ ନାହିଁ କିମ୍ବା କେହି ଯେମିତି ନ ଦେଖେ । ଏମିତି କରିବା ଦ୍ଵାରା ଆପଣଙ୍କର ସମସ୍ତ ଆର୍ଥିକ ଅସୁବିଧା ଓ କରଜରୁ ମୁକ୍ତି ମିଳିଥାଏ ।

ତୃତୀୟରେ ମନପସନ୍ଦର ଚାକିରି ପାଇବା ପାଇଁ ଏହି ପୁଷ୍ପ ଅତି ଉପୋଯୋଗୀ । ଯଦି ଆପଣ ନିଜର ମନପସନ୍ଦର ଚାକିରି ପାଇବାକୁ ଚାହୁଛନ୍ତି ତେବେ ମାତା ଦୁର୍ଗା କିମ୍ବା ମାତା ପାର୍ବତୀଙ୍କୁ ଗୋଟିଏ ଲେଖାଏଁ ନାଗ ଚମ୍ପା ଏଗାର ଦିନ ଯାଏ ଚଢାନ୍ତୁ ଦେଖିବେ ଆପଣଙ୍କର ମନସ୍କାମନା ନିଶ୍ଚେ ପୂରଣ ହେବ । ଏହି କାମ କରିବା ସମୟରେ ଧ୍ୟାନ ରଖିବେ ଯେମିତି ଆପଣ ଲଗାତର ୧୧ ଦିନ ଏହି ପୁଷ୍ପ ଅର୍ପଣ କରିବେ ।

ଶେଷରେ ଘରର ସବୁ ସମସ୍ୟା ଦୂର କରିବା ପାଇଁ ଓ ଚାକିରିରେ ଉନ୍ନତି କରିବା ପାଇଁ କରନ୍ତୁ ଏହି ଉପାୟ । ସୋମବାର ଦିନ ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ତିନୋଟି ନାଗ ଚମ୍ପା ଫୁଲ , ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ଆଣି ନିଜ ପାଖରେ ରଖିବେ , ଯଦି ପାରିବେ ଏହାକୁ ନିଜ ଟଙ୍କା ରଖିବା ସ୍ଥାନରେ ରଖନ୍ତୁ କିମ୍ବା ଚାକିରି କରିଥିବା ସ୍ଥାନରେ ରଖିଦିଅନ୍ତୁ । ଏହା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ , ଚାକିରିରେ ଉନ୍ନତି ହୋଇଥାଏ ଓ ମନବାଞ୍ଛିତ ଚାକିରି ପ୍ରାପ୍ତ ହୋଇଥାଏ । ତେବେ ଆପଣମାନେ ନାଗଚମ୍ପାକୁ ବ୍ୟବହାର କରି ଧନବାନ ହେଇ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *