Vastu Shastra – ଘରକୁ ଦାରିଦ୍ରତା ଆସିବାର 8 ଟି ମୁଖ୍ୟ କାରଣ, କଣ ଆପଣ ଏହି ଭୁଲ କରୁ ନାହାଁନ୍ତି ତ …

ଚାଣକ୍ୟନୀତି ଚାଣକ୍ୟଙ୍କ ଦ୍ଵାରା ରଚନା କରାଯାଇଥିବା ଗୋଟିଏ ନୀତି ଗ୍ରନ୍ଥ ଅଟେ , ଯେଉଁଠି ଜୀବନକୁ ସଠିକ ଓ ସୂଚାରୁ ରୂପରେ ପରିଚାଳନା କରିବା ପାଇଁ ନୀତିଶିକ୍ଷା ଦିଆଯାଇଛି । ଏହି ଗ୍ରନ୍ଥର ମୂଳ ଲକ୍ଷ ମଣିଷକୁ ଜୀବନରେ ସବୁ ପରିସ୍ଥିତିରେ ବ୍ୟବହାରିକ ଶିକ୍ଷା ଦେବା ଅଟେ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଯିଏ ନିଜ ବୁଦ୍ଧିବଳରେ ଚନ୍ଦ୍ରଗୁପ୍ତ ମୋର୍ୟ୍ୟଙ୍କୁ ରାଜଗାଦିରେ ବସାଇଥିଲେ । ଜାଣନ୍ତୁ ଚାଣକ୍ୟଙ୍କର କିଛି ନୀତି ଯାହା ଆପଣଙ୍କୁ ଜୀବନର ପଥରେ କେଉଁଠି ନା କେଉଁଠି କାମରେ ଆସିବ । ବନ୍ଧୁଗଣ ଆପଣମାନେ ଗରିବ ହେଇ ଯାଉଛନ୍ତି କି , ଆସୁଥିବା ଧନ ଆପଣଙ୍କ ଘରେ ରହୁନି , ଚାଣକ୍ୟ ନୀତି ଦ୍ଵାରା ଆମେ ଆପଣଙ୍କ ଗରିବ ହେବା ବା ତାର କାରଣ କହିବାକୁ ଯାଉଛୁ ।

ଯଦି ଆପଣମାନେ ଗରିବ ଅବା ଯାହା ବି କରିବା ଦ୍ଵାରା ଆପଣଙ୍କ ଘରକୁ ଦରିଦ୍ରତା ଆସୁଛି ତାହାର କିଛି କାରଣ ଆମ୍ଭେମାନେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଗୁଣ ଗୁଡିକୁ ଆପଣ ଛାଡିଦିଅନ୍ତୁ ଦରିଦ୍ରତା ଆପଣଙ୍କ ଘରକୁ କେବେ ବି ଆସିବ ନାହିଁ । ସେହି ଭୁଲ ଗୁଡିକ ଜାଣିବା ପାଇଁ ଆପଣମାନେ ଆମ ଲେଖା ଶେଷ ପର୍ଯନ୍ତ ପଢନ୍ତୁ ।

ଯଦି ଆପଣମାନେ ଚାଛନ୍ତି ଆପଣଙ୍କ ପାଖକୁ ବହୁ ଧନ ଆସୁ , ଆପଣଙ୍କର କିଛି ଅଭାବ ନରହୁ , ଆପଣ ବଡଲୋକ ହେଇ ରୁହନ୍ତୁ ତେବେ ମାତା ଲକ୍ଷ୍ମୀଙ୍କୁ ସ୍ମରଣ ସବୁବେଳେ କରନ୍ତୁ । ଚାଣକ୍ୟ ନୀତି ମାଧ୍ୟମରେ ଜାଣିବା କଣ ସେହି ଭୁଲ ଗୁଡିକ ଆପଣଙ୍କୁ ଗରିବ କରୁଛି ।

ଚାଣକ୍ୟ ନୀତି ଅନୁସାରେ କୌଣସି ଗଛ ମୂଳରେ ପରିସ୍ରା କରିବା ଉଚିତ ନୁହଁ , ଏମିତି କରିବା ସବୁଠାରୁ ଖରାପ ଅଭ୍ୟାସ । ପ୍ରତିଟି ଗଛରେ କୌଣସି ଦେବାଦେବୀଙ୍କ ବାସ ହୋଇଥାଏ । ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ଘରକୁ ଦରିଦ୍ରତା ଆସେ । ଆପଣ କୌଣସି ସଫା ଜାଗାରେ ପରିସ୍ରା କରିପାରିବେ । ତେଣୁ ଗଛ ମୂଳରେ ପରିସ୍ରା କରିବା ଦ୍ଵାରା ଦରିଦ୍ରତା ଆସିଥାଏ ।

ଦିତୀୟରେ ଘରେ ଭଙ୍ଗା ପାନିଆ ରଖିବା । ଶାସ୍ତ୍ର ଅନୁସାରେ ଖରାପ ବା ଭଙ୍ଗା ପାନିଆରେ ଚୁଟି କୁଣ୍ଡାଇବା ବାରଣ କରାଯାଇଥାଏ । ଆପଣ ଭଙ୍ଗା ପାନିଆର ବ୍ୟବହାର କରୁଛନ୍ତି ଯଦି ଜାଣିନିଅନ୍ତୁ ଆପଣଙ୍କ ଘରେ ରାହୁ କେତୁଙ୍କର ପ୍ରବେଶ ହୋଇସାରିଛି , ତେଣୁ ମନେ ରଖନ୍ତୁ ଭଙ୍ଗା ପାନିଆର ବ୍ୟବହାର କରନ୍ତୁ ନହିଁ ।

ତୃତୀୟରେ ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ । ଘରେ କେଉଁଠି ଅଳିଆ ଏକାଠି ନହେଉ , ଏହା ଦ୍ଵାରା ଘରକୁ ଦରିଦ୍ରତା ଆସେ । ଆପଣମାନେ ନିଜ ଘରକୁ ଝାଡୁ କରନ୍ତୁ , ପୋଛାପୋଛି କରନ୍ତୁ ଏହିପରି ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ସେଇଥିପାଇଁ ଆପଣମାନେ ନିଜ ଘରକୁ କେବେ ଅପରିଷ୍କାର ରଖନ୍ତୁ ନାହିଁ ।

ଏହି ପରି ଚାଣକ୍ୟଙ୍କ ଅନୁସାରେ କେବେ ରୁଟିକୁ ଦାନ୍ତରେ ଛିଣ୍ଡେଇ ଛିଣ୍ଡେଇ ଖାଇବା ଉଚିତ ନୁହଁ ଏହା ଦ୍ଵାରା ଭଗବାନଙ୍କ ଅପମାନ ହୋଇଥାଏ । ଯେଉଁ ମାନେ ରୁଟିକୁ ଅସମ୍ମାନ କରନ୍ତି ଜୀବନରେ ଖାଇବାକୁ ମିଳିବା ବି କଷ୍ଟ କର ହୋଇଯାଇଥାଏ । ତେବେ ରୁଟିକୁ ଆରମରେ ଖାଆନ୍ତୁ ।

 

ଏହା ପରେ ଚାଣକ୍ୟ କହିବା କଥା ନଖକୁ କେବେ ଦାନ୍ତ ଦ୍ଵାରା କାମୁଡିବା ଉଚିତ ନୁହଁ , ଏହା କରିବା ଦ୍ଵାରା ଆପଣ ଗରିବ ହୋଇପାରନ୍ତି , ତାହା ସହ ଏପରି କରିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରକ ନୁହଁ , ନଖରେ ଜୀବାଣୁ ଥାଆନ୍ତି , ଆପଣ ଦାନ୍ତରେ ନଖ କାମୁଡିବା ଦ୍ଵାରା ସେଗୁଡିକ ଶରୀରକୁ ଯାଆନ୍ତି । ଶାସ୍ତ୍ରରେ ବି ଏହାକୁ ଭୁଲ ବୋଲି କୁହାଯାଇଛି ।

ଦରିଦ୍ରତାର ଆହୁରି ଗୋଟିଏ କାରଣ , ଯେଉଁ ମାନେ ସକାଳେ ଡେରି ଯାଏ ଶୋଇ ରୁହନ୍ତି ସେମାନଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ରହେ ନାହିଁ । ଆପଣମାନେ ଚେଷ୍ଟା କରନ୍ତୁ ସକାଳେ ଜଲ୍ଦି ଉଠି ନିଜ ନିତ୍ୟ କର୍ମ ସାରି ନିଜ କାମରେ ଲାଗନ୍ତୁ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ । ଦରିଦ୍ରତାରୁ ଆପଣ ଦୂରରେ ରହିବେ ।

ଘରେ ଜୋତା ଚପଲ କେବେ ବି ଓଲଟା କରି ରଖନ୍ତୁ ନାହିଁ , ଯଦି ଏହିଭଳି ଅଛି ତାକୁ ସିଧା ରଖି ଦିଅନ୍ତୁ , ଶାସ୍ତ୍ର ଅନୁସାରେ ଜୋତା ଚପଲ ଓଲଟା ରହିବା ଅଶୁଭ ବୋଲି ଧରାଯାଏ । ଯଦି ଆପଣଙ୍କ ଘରେ ଜୋତା ଚପଲ ଓଲଟା ପଡିଛି ଆପଣ କଙ୍ଗାଳ ହୋଇଯିବେ । ତେଣୁ ଆପଣ ନିଜ ଅଭ୍ୟସକୁ ଛାଡନ୍ତୁ , କେବେ ବି ଜୋତା ଚପଲକୁ ଘରେ ଓଲଟା ରଖନ୍ତୁ ନାହିଁ ।

ଯଦି ଆପଣଙ୍କ ଘରକୁ ବନ୍ଧୁ ଆସୁଛନ୍ତି ତେବେ ଆପଣ ତାଙ୍କ ସେବାରେ କେବେ ଢିଲା ରଖନ୍ତୁ ନାହିଁ, ସେମାନଙ୍କର ଭରପୁର ସେବା କରନ୍ତୁ । କାରଣ ବନ୍ଧୁଙ୍କୁ ଭଗବାନଙ୍କ ରୂପ ବୋଲି ବୁଝାଯାଏ । ଯଦି ଆପଣ ବନ୍ଧୁ ଚର୍ଚା କରୁନାହାନ୍ତି ତେବେ ଆପଣ ବହୁ ଜଲ୍ଦି ଦରିଦ୍ର ହୋଇପାରନ୍ତି । ତେଣୁ ଉପରେ ଲେଖାଥିବା ଚାଣକ୍ୟ ବାଣୀ ଅନୁସାରେ ଆପଣ ଏହି ଅଭ୍ୟାସ ଗୁଡିକୁ ଛାଡି ଦିଅନ୍ତୁ , ଯାହା ଦ୍ଵାରା ଆପଣ ଦରିଦ୍ରତାରୁ ବଞ୍ଚି ରହିବେ , ଏହି ଜିନିଷ ଗୁଡିକରୁ ଦୂରରେ ରୁହନ୍ତୁ ଆଉ ଯଦି ଏହି ଅଭ୍ୟସ ଅଛି ଏହାକୁ ସୁଧାରି ଦିଅନ୍ତୁ ଆପଣ ଦରିଦ୍ରତାରୁ ଦୂରରେ ରହିବେ । ତେଣୁ ଏହି ସବୁ କଥା ଚାଣକ୍ୟଙ୍କର ମନେରଖନ୍ତୁ ଓ ଘରେ ସୁଖ ସମୃଦ୍ଧି ବଜାୟ ରଖନ୍ତୁ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *