ନଦୀକୁ ଡେଇଁ ଦୁଇସାଙ୍ଗର ଜୀବନ ବଞ୍ଚେଇଦେଲା, କିନ୍ତୁ ନିଜେ ନଦୀ ସୁଅରେ ଭାସିଗଲା ଯୁବକ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ନଦୀକୁ ଡେଇଁ ସାଙ୍ଗର ଜୀବନ ବଞ୍ଚେଇଦେଲେ , କିନ୍ତୁ ନିଜେ ବଡିରେ ବୁଡ଼ିଗଲେ । ହଁ ଦର୍ଶକବନ୍ଧୁ ପ୍ରକୃତ ବନ୍ଧୁ ତା ଜୀବନକୁ ଦେବାକୁ ପଛେଇ ନ ଥାଏ । ଏହା ଆମେମାନେ ସାନ ବେଳୁ ଶୁଣିଆସିଛୁ । ବନ୍ଧୁ ଜୀବନର ଗୁରୁତ୍ଵପୂର୍ଣ୍ଣ ଭୂମିକା ନିବାହୀ ଥାଏ । ପିତାମାତାଙ୍କ ପରେ ବନ୍ଧୁ ହିଁ ଆମର ସବୁକିଛି ବିଷୟକୁ ଶୁଣିଥାନ୍ତି ।

ଏଭଳି ବନ୍ଧୁତା ଥିଲା ଏହି ତିନିଜଣ ବନ୍ଧୁଙ୍କ ଭିତରେ  ସେଥିପାଇ ବନ୍ଧୁଙ୍କୁ ଭାସିଯିବା ଦେଖୁଥିବା ବନ୍ଧୁ କ୍ଷଣିକ ମାତ୍ର ଚିନ୍ତା ନ କରି ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ଦୁଇ ଜଣବନ୍ଧୁଙ୍କ ଜୀବନକୁ ବଞ୍ଚାଇଦେଲେ କିନ୍ତୁ ନିଜେ ସେହି ନଦୀରେ ଭାସିଯାଇଥିଲେ । ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁର ଗ୍ରାମରେ । ସୋମନାଥ ପୁର ଗ୍ରାମର ନିରଞ୍ଜନ ସ୍ଵାଇଁଙ୍କ ପୁଅ ହେଉଛନ୍ତି ମାନସ ସ୍ଵାଇଁ ବୟସ ମାତ୍ର 22 ବର୍ଷ ।

ଜଣେ ମହିଳାଙ୍କ ଦଶାହ କ୍ରିୟାରେ ଶୁଦ୍ଧିହେବାକୁ ନଦୀକୁ ଯାଇଥିଲେ ତିନି ସାଙ୍ଗ । ମାନସ ସ୍ଵାଇଁ , ତାପସ ସ୍ଵାଇଁ ଓ ଆଲୋକ ଯାହାର ବୟସ 17 ବର୍ଷ । ତିନି ଜଣ ନଦୀକୂଳକୁ ଗାଧୋଇବାକୁ ଯାଇଥିଲେ । ତେବେ ତାପସ ଓ ଆଲୋକ ନଦୀ ସୁଅରେ ଭାସିଯାଉଥିବା ଦେଖି ମାନସ ସାଙ୍ଗେ ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ସେମାନେ ଦୁଇ ଜଣକୁ ନଦୀରୁ ଜୀବନ୍ତ ଉଦ୍ଧାର କରି ବାହାରକୁ ଆଣିଦେଇଥିଲେ କିନ୍ତୁ ସେହି ନଦୀ ସୁଅରେ ନିଜେ ଭାସିଯାଇଥିଲେ ।

ଏହା ଦେଖିଥିବା ସ୍ଥାନୀୟ ଲୋକେ ମାନସକୁ ଉଦ୍ଧାର କରି ଦମଖଳ ବାହିନୀକୁ ଖବର ଦେଇଥିଲେ । ଖବର ଶୁଣି ସିମୁଳିଆ ତହସିଲଦାର ଘଟଣା ସ୍ଥଳକୁ ଆସି ମାନସକୁ    ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ସୂଚନା ପାଇ ଘରଲୋକେ ଲୋଟ ଲୋଟ କରି କାନ୍ଦୁଛନ୍ତି । 22 ବର୍ଷର ପୁଅକୁ ହରାଇ ପିତାମାତା  ଦୁଃଖର ସମୁଦ୍ରରେ ଭାସିପଡିଛନ୍ତି ।

ଅପର ପକ୍ଷରେ ତହସିଲଦାର ପରିବାରଲୋକମାନଙ୍କ ନିକଟରେ ପହଞ୍ଚି ସମସ୍ତ ସରକାରୀ ସୁବିଧା ପ୍ରଦାନ କରିବେ ବୋଲି କହିଛନ୍ତି । ମାତ୍ର ପରିବାର ଯାହା ହରାଇଛି ତାହା ପୁନର୍ବାର ପାଇବା ଅସମ୍ଭବ ।

Leave a Reply

Your email address will not be published. Required fields are marked *