Interesting Odia Gk- ନ ଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, କୁହନ୍ତୁ ତାହା କଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର  ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ ।

୧:- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ । ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ । ଲାଞ୍ଜ ଧରି ଖେଳନ୍ତି ସମସ୍ତେ । ତଥାପି କାନ୍ଦେନି କୁହ ସେ କିଏ ?

ଉତ୍ତର :- ବେଲୁନ ।

୨:- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?

ଉତ୍ତର :- ବୋତଲ ।

୩:- ମୁଁ ଜଣେ ମଣିଷ କୁ ଦୁଇ ଜଣ କରିଦିଏ, ମୁଁ କିଏ ?

ଉତ୍ତର :- ଆଇନା ।

୪:- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ । କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର :- ସାପ ।

୫:- ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୂଇଁ ରେ ଘସୁଥାଏ  ?

ଉତ୍ତର :- ଝାଡୁ ।

୬:- କେଉଁ ଦୀପ ଜଳେ ନାହିଁ ?

ଉତ୍ତର :- ପାରାଦୀପ ।

୭:- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ଶୁଖେ ନାହିଁ  ?

ଉତ୍ତର :- ଝାଳ ।

୮:- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର :- ଅନ୍ଧ ଲୋକଙ୍କ ବାଡି ।

୯:- ସେ କେଉଁ ଫୁଲ ଯାହା କେବେହେଲେ  ଫୁଟି ନ ଥାଏ ?

ଉତ୍ତର :- ଏପ୍ରିଲ ଫୁଲ ।

୧୦:- ଫୁଲ ନହେଲେ ବି ବାସ୍ନା ହୁଏ । ଈର୍ଷା ନଥିଲେ ବି ଜଳିଥାଏ । ତାହା କ’ଣ ?

ଉତ୍ତର :- ଧୂପ କାଠି ।

୧୧:- ଟିକି ବାଛୁରୀ ବେକରେ ପଘା । ଟିକି ଦାନ୍ତରେ କାମୁଡେ ଲୁଗା । ଏହାର ଉତ୍ତର କ’ଣ ?

ଉତ୍ତର :- ଛୁଞ୍ଚି ସୂତା ।

୧୨:- ରାମୁର ବାପାଙ୍କ ତିନି ପୁଅ । ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କ’ଣ ?

ଉତ୍ତର;- ରାମୁ ।

୧୩;- ତାହା କଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର;- ଜ୍ଞାନ ।

୧୪;- ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି ? ମୁଁ କିଏ ?

ଉତ୍ତର:- ଚାମଚ ।

୧୫;- ଦଶ ଟଙ୍କାରେ ଏମିତି କଣ କିଣିବା ଯାହାଦ୍ଵାରା ପୁରା କୋଠରୀ ଭରିଯିବ ?

ଉତ୍ତର;- ଦିଆସିଲ ଏବଂ ମହମବତୀ ।

୧୬;- ୩ ଟି କୁକୁଡା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି, ୩୦୦ ଟି କୁକୁଡା ୩ ଦିନରେ କେତୋଟି ଅଣ୍ଡା ଦେବେ ?

ଉତ୍ତର;- ୩୦୦ ଟି ।

୧୭;- ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା, ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କଣ ହୋଇଥିବ ?

ଉତ୍ତର;- ଜନ୍ମ ହେବା ମାତ୍ରେ ଦାନ୍ତ ଉଠି ନଥାଏ ।

୧୮;- ତାହା କଣ ଯେଉଁଠାରେ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?

ଉତ୍ତର;- ସବୁକିଛି ।

୧୯;- ଯଦି ରାମୁର ବଗିଚାରେ ମିଶ୍ର ବାବୁ ଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାତି କାହାର ହେବ ?

ଉତ୍ତର;- କୁକୁଡାର ଅଣ୍ଡା ହେବ ।

୨୦;- ନ ଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, ତାହା କଣ ?

ଉତ୍ତର;- ଚପଲ/ଜୋତା ।

Leave a Reply

Your email address will not be published. Required fields are marked *