ପୁଣି ନାଚୁ ନାଚୁ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ…ନିଆଁ ପରି ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ମୃତ୍ୟୁ କେତେବେଳେ ଆସେ ତାହା କିଏ ବା ଜାଣିଛି । ଜିଏ ଜନ୍ମ ନେଇଛି ଦିନେ ନା ଦିନେ ତାର ମୃତ୍ୟୁ ତ ନିଶ୍ଚିତ । କିନ୍ତୁ କିଏ କେବେ କେମିତି ମରିବ ତାହା କାହାକୁ ବି ଜଣା ନାହିଁ । କୁହା ଯାଇଥାଏ କି ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ହୋଇଥାଏ । ବେଳେବେଳେ କିଛି ଲୋକଙ୍କ ଏପରି ଯନ୍ତ୍ରଣା ଦାୟକ ମୃତ୍ୟୁ ହେଇଥାଏ କି ଯାହା କଳ୍ପନା ବାହାରେ । ସେହିଭଳି ଆଉ କିଛି ଲୋକେ ଦୁନିଆକୁ ହସି ଖେଳି ବିଦାୟ ଦେଇଥାନ୍ତି ।

ଯେତେବେଳେ ଆଖି ଆଗରେ ହସି ଖେଳି ନାଚି ଉଠୁଥିବା ଲୋକର ପ୍ରାଣବାୟୁ ଆଖି ସାମ୍ନାରେ ଚାଲିଯାଏ ତାହା ବିଶ୍ୱାସ କରିବା କଷ୍ଟ କର ହୋଇଯାଏ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯାହା ସହଜରେ ବିଶ୍ଵାସ କରିହେବ ନାହିଁ କି ମୃତ୍ୟୁ ଏପରି ବି ଆସିପାରେ । ଯାହାକୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି ।

ନାଚୁ ନାଚୁ ଜୀବନ ଯାଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବା ବେଳେ ଏବେ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ଜମ୍ମୁ-କାଶ୍ମୀରରେ ମା’ ପାର୍ବତୀଙ୍କ ଭୂମିକାରେ ଅଭିନୟ କରୁଥିବା ଜଣେ ବ୍ୟକ୍ତି ମୃତ୍ୟୁ ଘଟିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ନାଚୁ ନାଚୁ ସେ ପଡ଼ି ଯାଇଥିଲେ । ତା’ ପରେ ଆଉ ଉଠି ନଥିଲେ ।

ତେବେ କୁହାଯାଉଛି ଯେ ମଙ୍ଗଳବାର ଜମ୍ମୁର ବିଶ୍ରେହ ତହସିଲରେ ଜାଗରଣ ଆୟୋଜିତ ହୋଇଥିଲା । ଏଥିପାଇଁ ଯୋଗେଶ ଗୁପ୍ତା ନାମକ ଜଣେ ବ୍ୟକ୍ତି ମା’ ପାର୍ବତୀ ଭୂମିକାରେ ଡ୍ୟାନ୍ସ କରୁଥିଲେ । ଦୀର୍ଘ ସମୟ ଧରି ସେ ଡ୍ୟାନ୍ସ କରିବା ପରେ ହଠାତ୍‌ ତଳେ ଗଳି ପଡ଼ିଥିଲେ । ତା’ ପରେ ଆଉ ଉଠିନଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଙ୍କ ନିକଟକୁ ନିଆ ଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା । ଡାକ୍ତରଙ୍କ କହିବାନୁସାରେ, ହାର୍ଟ ଆଟାକ୍‌ ଯୋଗୁ ତାଙ୍କ ମୃତ୍ୟୁ ଘଟିଛି ।

ତେବେ ଗଣେଶ ପୂଜା ଅବସରରେ ଜମ୍ମୁ ଜିଲ୍ଲାରେ ଏହି ଜାଗରଣ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ କଳାକାର ମାନେ ଦେବୀ ଦେବତାଙ୍କ ଭୂମିକାରେ ଡ୍ୟାନ୍ସ କରୁଥିଲେ । ମଞ୍ଚରେ ଶିବ-ପାର୍ବତୀଙ୍କ ଲୀଳା କରା ଯାଉଥିଲା । ଏଥିରେ ମା’ ପାର୍ବତୀଙ୍କ ଭୂମିକାରେ ଯୋଗେଶ ଗୁପ୍ତା (୨୦) ଅଭିନୟ କରିଥିଲେ । ସେ ଷ୍ଟେଜ୍‌ରେ ଶିବସ୍ତୁତିରେ ଡ୍ୟାନ୍ସ କରୁଥିଲେ । କିନ୍ତୁ ଜାଣି ନଥିଲେ ଏହା ତାଙ୍କ ଶେଷ ନୃତ୍ୟ ।


ତେବେ ଏହା ପୂର୍ବରୁ ବରେଲିରେ ଜଣେ ବ୍ୟକ୍ତି ଜନ୍ମଦିନ ଉତ୍ସବରେ ନାଚିବା ବେଳେ ପ୍ରାଣ ହରାଇଥିଲେ । ନାଚୁ ନାଚୁ ସେ ଅଚେତ୍‌ ହୋଇ ତଳେ ଗଳିପଡ଼ିଥିଲେ । ପରେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ସେହିପରି ଆଉ କିଛି ଦିନ ତଳେ ମୋହନ ପୁରୀରେ ଗଣେଶ ପେଣ୍ଡାଲରେ ନାଚିବା ବେଳେ କଳାକାର ରବି ଶର୍ମାଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟରେ ଘଟଣା ସ୍ଥଳରେ ଶତାଧିକ ଲୋକ ଉପସ୍ଥିତ ଥିଲେ ।

ହନୁମାନ କଷ୍ଟ୍ୟୁମ୍‌ରେ ନାଚିବା ବେଳେ ଅଚାନକ କଳାକାର ଷ୍ଟେଜ୍‌ରେ ଗଳି ପଡ଼ିଥିଲେ । ଦର୍ଶକ ଭାବିଥିଲେ ଯେ ସେ ବୋଧେ ଅଭିନୟ କରୁଛନ୍ତି । କିନ୍ତୁ କିଛି ସମୟ ଯାଏଁ ସେ ହଲଚଲ ନ ହେବାରୁ ସନ୍ଦେହ ବଢ଼ିଥିଲା । ପରେ ଲୋକମାନେ ତାଙ୍କ ନିକଟକୁ ଆସିବାରୁ ଜାଣିବାକୁ ପାଇଥିଲେ ଯେ ରବି ଆଉ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *