“ମୁଁ ଠିଆ ହୋଇଛି, ମୋ ଆଖି ଆଗରେ ମୋ ଭାଇକୁ ସେମାନେ କିଲ୍ ବିଲ୍ କରି…” କାନ୍ଦି କାନ୍ଦି ଭଉଣୀ ବଖାଣିଲେ ଭାଇ ହତ୍ୟାର ହୃଦୟଥରା କାହାଣୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଯାହାକୁ ଚିନ୍ତା କରିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାଟିରେ ଜଣେ ଯୁବକଙ୍କର ଜୀବନ ତାଙ୍କ ଭଉଣୀ ଆଗରେ ଚାଲିଯାଇଅଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଭଉଣୀ ଜଣଙ୍କ କାନ୍ଦି କାନ୍ଦି ନିଜ ମା’ ତଥା ମି-ଡି-ଆ ଆଗରେ କହୁଛନ୍ତି ଯେ, ମୋ ଭାଇ ମୋ ସାଙ୍ଗରେ କଥା ହେଲା ବାହାରେ ଛିଡା ହୋଇ । କହିଲା ମତେ ୨ ଜଣ ମାରିଦେବେ ବୋଲି ଟାର୍ଗେଟ ରଖିଛନ୍ତି ।

ସେହି ଦୁଇ ଜଣ ସ୍ଵାମୀ ସ୍ତ୍ରୀ ଅଟନ୍ତି । ମହିଳା ଙ୍କ ନାମ ରଞ୍ଜୁ ଅଟେ । ତେବେ ଏହିଭଳି ନିଜ ଭଉଣୀ ଙ୍କୁ କହିବ ଯାଇଛନ୍ତି କିନ୍ତୁ ୧୦ ମିନିଟ ହୋଇନାହିଁ ସେମାନେ ମାରିଦେଲେ ତାଙ୍କ ଭାଇ କୁ ବୋଲି କାନ୍ଦି କାନ୍ଦି ମର୍ମହାତ ହୋଇ କହିଛନ୍ତି ଭଉଣୀ । ଛିଡା ହୋଇଥିଲେ ଭଉଣୀ ଆଖି ଆଗରେ ଚାଲିଗଲେ ତାଙ୍କ ଭାଇ । ତେବେ ଖବର ସୂତ୍ର ରୁ ଜଣା ପଡିଛି ଯେ ଉଭୟ ସ୍ଵାମୀ ସ୍ତ୍ରୀ ନିଶାଦ୍ରବ୍ୟ ଯୁବକଙ୍କ ନାମରେ ବିକ୍ରି କରୁଥିଲେ ।

ଏହା ଜାଣିବା ପରେ ଯୁବକ ଜଣଙ୍କ ସେହି ସ୍ଵାମୀ ସ୍ତ୍ରୀ ଙ୍କୁ କହିବାକୁ ଗଲେ । ମାତ୍ର ସେଠାରେ ଓଲଟା ଝଗଡା ହେବାକୁ ଲାଗିଲା ୨ ଦିନ ତଳେ ଜୋର ଝଗଡା ହୋଇଥିଲା ମାତ୍ର ଆଜି ପୁଣି ଆଉଥରେ ଯାଇଥିଲେ କହିଲେ ପିଲା ମାନଙ୍କ ଜୀବନ ତୁମ୍ଭେ ମାନେ ବର୍ବାଦ କରିଦେଉଛ, ତୁମ୍ଭେ ଏହିଭଳି କରୁଛ ସେ ସବୁ ଛାଡିଦିଅ । ମାତ୍ର ଏତିକି କହିବା ଭିତରେ ତାକୁ ମାରିଛନ୍ତି ।

ଯୁବକଙ୍କ ମା କହିଲେ ସେ ଆମ୍ଭକୁ ଦୂଆରେ କହି ଗଲା ଆମ୍ଭେ ଛିଡା ହୋଇଛୁ ପାଟି ଶୁଭିଲା, ଏହାପରେ ଦୌଡି ଯାଇ ଦେଖିଲା ବେଳକୁ ଉଭୟ ସ୍ଵାମୀ ସ୍ତ୍ରୀ ତାକୁ ମାରି ପକାଇ ଘର ତାଲା ମାରି ସେଠାରୁ ଫେରାର । ଆମ ପିଲା ସେଠାରେ ପଡି ଛଟପଟ ହେଉଥିଲା । କେବଳ ନିଶାଦ୍ରବ୍ୟ ନିମନ୍ତେ ଏହିଭଳି ହୋଇଛି ସେମାନେ ପୂର୍ବରୁ ଯୁବକ ପବନ ଉପରେ ରାଗ ରଖିଥିଲେ ବୋଲି ତାଙ୍କ ମା’ କହିଛନ୍ତି ।

ଏହା ପରେ ଆଉଥରେ ସେହି ବିଷୟରେ ବୁଝିବାକୁ ଗଲାବେଳକୁ ତାଙ୍କୁ ମାରିଛନ୍ତି । ତେବେ ଏଭଳି କାଣ୍ଡ ଭିଆଇବା ପୂର୍ବରୁ ମନୁଷ୍ୟ ଥରେ ଚିନ୍ତା କରୁନାହିଁ ଯେ ସେ କ’ଣ କରୁଛି । ଏହା ପରବର୍ତ୍ତୀ ପରିଣାମ କ’ଣ ହେବ ? ବନ୍ଧୁଗଣ ଏହି ବିଶେଷ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *