ନାବାଳକ ପ୍ରେମିକ ହେବ କାହାର ? ପ୍ରେମ ସଂପର୍କକୁ ନେଇ ଥାନାରେ ହାଇଡ୍ରାମା, ପୋଲିସ ହେଲା ହଟହଟା, ଦେଖନ୍ତୁ ଏହି Video

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓଟିକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଏପଟୁ ଭିଡୁଛି ପୋଲିସ ଆଉ ସେପଟୁ ଭିଡୁଛି ଭଉଣୀ ମଝିରେ ଫସିରହିଛି ଭାଇ । ପ୍ରେମ ସମ୍ପର୍କକୁ ନେଇ ଥାନାରେ ହାଇଡ୍ରାମା ଦେଖିବାକୁ ମିଳିଛି ।

ଛତିଶଗଡରୁ ଫେରାର ପ୍ରେମିଯୁଗଳଙ୍କୁ ନେବାକୁ ଆସି ପୋଲିସ ହୋଇଛି ହଟହଟା । ନାବାଳ ପ୍ରେମିକକୁ ଗୋଟେ ପଟେ ପୋଲିସ ଭିଡୁ ଥିବା ବେଳେ ଗୋଟେ ପଟେ ନାବାଳକର ଭଉଣୀ ଅନ୍ୟ ପଟୁ ଭିଡି ଧରୁଥିଲା । ଖାଲି ପରିବାର ଲୋକେ ନୁହେଁ ପୋଲିସ ଠାରୁ ନାବାଳକ ପ୍ରେମିକକୁ ଛଡେଇ ଦେବା ପାଇଁ ଉଠି ଆସିଥିଲେ ପୁରା ବସ୍ତି ବାସିନ୍ଧା । ଶେଷରେ ବସ୍ତି ଲୋକଙ୍କ ଆଗରେ ହାର ମାନି ଥିଲା ପୋଲିସ ।

ପ୍ରେମିକ ଓ ପ୍ରେମିକାକୁ ଧରିବାକୁ ଆସି ହଟହଟା ହୋଇଛି ଛତିଶଗଡ ପୋଲିସ । କେନ୍ଦୁଝର ଜିଲ୍ଲା ଯୋଡା ଥାନାରେ ଦେଖିବାକୁ ମିଳିଛି ଏଭଳି ହାଇଡ୍ରାମା । ଫେରାର ହୋଇଯାଇଥିବା ପ୍ରେମିକାକୁ ଧରିବା ପାଇଁ ଜୋଡା ଆସି ପୋଲିସର ଅକଲ ଗୁଡୁମ ହେଇଯାଇଛି । ଛତିଶଗଡ ପୋଲିସର କହିବା ଅନୁଯାଇ ଯୋଡା ଥାନା ଅଞ୍ଚଳର ରୋହିତ ନାମକ ଯୁବକ ଛତିଶଗଡ ରାଜ୍ୟର ଜଣେ ନାବାଳିକାଙ୍କୁ ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସେଇ ଥିଲେ ।

ଯୁବକ ଜଣକ ନାବାଳିକା ପ୍ରେମିକାଙ୍କୁ ଆଣି କିଛି ମାସ ହେବ ଜୋଡାରେ ଆତ୍ମ ଗୋପନ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଛତିଶଗଡର  ସୀତାପୁର ଥାନାରେ ଗତ ମାର୍ଚ୍ଚ ମାସ 28 ତାରିଖରେ ଏକ ଏତଲା ଦିଆଯାଇଥିଲା । ଛତିଶଗଡ ପୋଲିସ ବହୁତ ଅନୁସନ୍ଧାନ ପରେ ଯୋଡାରେ ପ୍ରେମିଯୁଗଳ ରହିଥିବା ନେଇ ଜାଣିବାକୁ ପାଇଥିଲା । ଗତ ବୁଧବାର ଛତିଶଗଡ ପୋଲିସ ଯୋଡା ପୋଲିସଙ୍କ ସହାୟତାରେ ପ୍ରେମିଯୁଗଳଙ୍କୁ ଥାନାକୁ ଆଣିଥିଲେ । ଜୋଡା ପୋଲିସ ଷ୍ଟେସନରେ ସ୍ଥାନୀୟ ବସ୍ତି ବାସିନ୍ଧା ରୁଣ୍ଡ ହୋଇ ଯୁବକଙ୍କୁ ଛତିଶଗଡ ପୋଲିସ ଛାଡି ଦେବା ନେଇ ଜିଦ କରିଥିଲେ ।

ଜୋଡା ପୋଲିସ ଥାନାର ପଛ ଗେଟ ଦ୍ଵାରା ପ୍ରେମିଯୁଗଳଙ୍କୁ ନେବାକୁ ଉଦ୍ୟମ କରୁଥିବା ବେଳେ ବସ୍ତି ବାସିନ୍ଧା ଥାନା ଗାଡି ସାମ୍ନାକୁ ଆସି ବିରୋଧ କରି ଅଟକାଇ ଥିଲେ । ତେବେ ଯୁବକ ଜଣକ ଅନାଥ ଥିବା ବେଳେ ତାଙ୍କର ଛୋଟ ଛୋଟ ତିନି ଜଣ ଭଉଣୀ ଥିବାରୁ ଦେଖା ଶୁଣା ପାଇଁ ଯୁବକଙ୍କୁ ଛାଡି ଦେବା ପାଇଁ ଲୋକେ ଦାବି କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଭାଇରାଲ ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *