ଶିକ୍ଷକ ନିଯୁକ୍ତିରେ ଘୋଟାଲା ! ଗମେଣ୍ଟ ର କଚ୍ଚା ଚିଠା ଖୋଲିଦେଲେ ଏହି ଝିଅ, ଆଉ ଯାହା କହିଲେ ଶୁଣିଲେ ଆପବ ବି ଚମକି ପଡିବେ, ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଦୁର୍ନୀତି ସବୁ ଆଡେ ବ୍ୟାପିବାରେ ଲାଗିଲାଣି ସେ ଚାକିରୀ କ୍ଷେତ୍ରରେ ହେଉ କିମ୍ବା କୌଣସି କାଗଜ ପତ୍ର କାମ କରିବାକୁ ହେଉ ଚାରିଆଡେ ବର୍ତ୍ତମାନ ଦୁର୍ନୀତି ବଢ଼ିପାରେ ଲାଗିଛି । ତେବେ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ମଧ୍ୟ ଦୁର୍ନୀତି ବଢ଼ିବାରେ ଲାଗିଛି । ଯାହା ଯୋଗୁଁ ଯେଉଁ ମାନେ ଯୋଗ୍ୟ ଅଛନ୍ତି ସେମାନେ ଘରେ ବସୁଛନ୍ତି ଏବଂ ଯେଉଁ ମାନଙ୍କ ର ଯୋଗ୍ୟତା ନାହିଁ ସେମାନେ ଶିକ୍ଷକ ପଦବୀରେ ନିଯୁକ୍ତି ହୋଇ ପାରୁଛନ୍ତି ।

ତେବେ ଇନିସିଆଲ ଆପୋଏଣ୍ଟି ଟିଚର ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ । ଶିକ୍ଷକ ନିଯୁକ୍ତି ପାଇଁ ହୋଇଥିବା ସିବିଟି ଏଣ୍ଟ୍ରାନ୍ସ କରାଇ ଥିବା ସଂସ୍ଥାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ନଅ ତାଲା ଘେରାଉ କରିଥିଲେ ପରୀକ୍ଷାର୍ଥୀ । ପରୀକ୍ଷା ଆଡମିଟ କାର୍ଡରେ ଅନେକ ତ୍ରୁଟି ଥିବା ବେଳେ ପରୀକ୍ଷା ସମୟରେ ବାରମ୍ବାର କମ୍ପ୍ୟୁଟର ବନ୍ଦ ହେବା ଯୋଗୁ ପରୀକ୍ଷାରେ ବାଧା ଉପୁଜିଥିଲା ।

କେହି ବ୍ୟକ୍ତି ଦଶ ଲକ୍ଷ ଟଙ୍କା ନେଇ ସିବିଟି ପରୀକ୍ଷା ପାସ୍‌ କରାଉ ଥିବାର ଅଡିଓ, ଭିଡିଓ ମଧ୍ୟ ଭାଇରାଲ ହେଉଛି । ଅନେକ ପିଲା ପୂର୍ବରୁ ଦେଇଥିବା ପରୀକ୍ଷାରେ ଭଲ ନମ୍ବର ରଖିଥିବା ବେଳେ ସିବିଟି ଏଣ୍ଟ୍ରାନ୍ସରେ ଫେଲ ହୋଇଛନ୍ତି । ତେଣୁ କେତେକ ପରୀକ୍ଷା କେନ୍ଦ୍ରରେ ସାଧୁତା ରକ୍ଷା କରାଯାଇ ନଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ।

ତେବେ ସେହି ଆନ୍ଦୋଳନ କରୁଥିବା ଯୁବକ ଯୁବତୀ ମାନଙ୍କ କହିବା କଥା ଯେଉଁ ମାନେ ଓଏସଏସଟିଇଟି ପରୀକ୍ଷାରେ ପାସ କରିବେ ସେମାନେ ସିବିଟି ପରୀକ୍ଷା ଦେବେ କିନ୍ତୁ ଯେଉଁ ମାନେ ଭଲ ନମ୍ବର ରଖୁ ନାହାଁନ୍ତି ସେମାନେ କେଉଁ ଭଳି ଭାବରେ ସିବିଟି ପରୀକ୍ଷାରେ ବସି ପାରୁଛନ୍ତି ।

ତେବେ ଯେଉଁମାନେ ଯୋଗ୍ୟ ଯେଉଁ ମାନଙ୍କ ଭିତରେ ପ୍ରତିଭା ଅଛି ସେମାନେ ପଢି ପଢି ବେକାର ଏବଂ ଯେଉଁ ମାନେ ଯୋଗ୍ୟ ନାହିଁ ସେମାନେ ପଇସା ବଳରେ ଚାକିରୀ ରେ ନିଯୁକ୍ତି ପାଇଁ ଯାଉଛନ୍ତି । ତେବେ ସରକାର ନିଜେ ରୂଲ ନିଜେ ନିୟମ କରି ନିଜେ ହିଁ ସେହି ନିୟମ ମାନୁ ନାହାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *