ମାଡି ଆସୁଛି ଭୟଙ୍କର ବାତ୍ୟା ! ଏହି 18 ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲେ SRC, ଦେଖନ୍ତୁ ଏଥିରେ ଆପଣଙ୍କ ଜିଲ୍ଲା ଥାଇପାରେ ?

ବନ୍ଧୁଗଣ ସମ୍ଭାବ୍ୟ ବାତ୍ୟା ନେଇ ଏବେ ସାରା ଓଡିଶା ବାସୀଙ୍କ ମନରେ ଚିନ୍ତା ଘାରିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟା ନେଇ କୌଣସି ସ୍ପର୍ଷ୍ଟ ଚିତ୍ର ଆସି ନଥିବା ବେଳେ ମୁକାବାଲା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ ରହିବାକୁ 18 ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିପଦ ଆଶଙ୍କା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନ ବା ବାତ୍ୟା ଆଶ୍ରୟ ସ୍ଥଳକୁ ପ୍ରଥମିକତା ଭିତ୍ତିରେ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କଚା ଘର, ସ୍ଥଳୀୟ ଅଞ୍ଚଳ ଓ ସମୁଦ୍ର କୂଳିଆ ଲୋକଙ୍କ ସମେତ ବୃଦ୍ଧ ବୃଦ୍ଧା, ମହିଳା ଏବଂ ଶିଶୁଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ପାନୀୟ ଜଳ ଯୋଗାଣ, ଶୌଚଳୟ, ଜେନେରେଟର, ଟାୱାର, ଲାଇଟ ଓ ମେକାନିକାଲ କଟରର ବ୍ୟବସ୍ଥା କରିବେ ।ଏହା ସହିତ ବିକଳ୍ପ ବିଦ୍ୟୁତ ସର୍ବରାହ ବ୍ୟବସ୍ଥା କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏହି ସବୁ କାମ 6 ତାରିଖ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦିଓ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ, ଏହାର ଗତି କେମିତି ରହିବ ଓ ଏହାର ପ୍ରଭାବ କେମିତି ରହିବ ସେ ସମ୍ପର୍କରେ ଅଧିକ ତଥ୍ୟ ଅଧିକ ସୂଚନା ଆସି ପାରି ନାହିଁ । କିନ୍ତୁ ପ୍ରାଥମିକ ସ୍ତରରେ ପ୍ରାଥମିକ ଭିତ୍ତିରେ ଓଡିଶା ସରକାର ସମ୍ଭାବ୍ୟ ବାତ୍ୟାର ମୁକାବାଲା କରିବା ପାଇଁ ଯେଉଁ ପ୍ରକାରର ପ୍ରସ୍ତୁତ କରିଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ ।ସାଟଲାଇଟ, ଫୋନ, ଡିଜିଟାଲ ରେଡିଓ ପ୍ରସ୍ତୁତ ରଖିବାକୁ SRC ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ଯେଉଁ ମାନେ ତଳିଅ ଅଞ୍ଚଳରେ ରହୁଛନ୍ତି ଆଉ ଯେଉଁ ମାନେ କଚା ଘରେ ରହୁଛନ୍ତି ସେମାନଙ୍କୁ କିଭଳି ସୁରକ୍ଷା ସ୍ଥାନକୁ ନିଆଯିବ ଯୋଜନା କରିବାକୁ ଜିଲ୍ଲା ସ୍ତରରେ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ବନ୍ଧୁଗଣ ସଭାବ୍ୟ ବାତ୍ୟାକୁ ନେଇ SRC ଯେଉଁ 18ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହ ପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ଵର, ନୟାଗଡ, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା ଓ କନ୍ଧମାଳ । 

ବନ୍ଧୁଗଣ ବାତ୍ୟା ସମୟରେ ଲାଇନ କଟିଥାଏ ତେଣୁ ଲୋକ ମାନଙ୍କୁ ଆଶ୍ରୟ ସ୍ଥଳକୁ ନେବା ସହ ସେମାନଙ୍କ ପାଇଁ ଲାଇନ ବ୍ୟବସ୍ଥା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ବନ୍ଧୁଗଣ ବର୍ତ୍ତମାନ ଆପଣ ମାନେ ବି ବାତ୍ୟା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରନ୍ତୁ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକୀୟ ଜିନିଷ ଗୁଡିକୁ ଘରେ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *