ନବଜାତ ଶିଶୁର ମୃତ୍ୟୁ ପରେବି ପତ୍ନୀକୁ ଆଲିଙ୍ଗନ ବି କରି ପାରିଲେ ନାହିଁ, ଫେରିଲେ ଡିୟୁଟିକୁ

କରୋନା ଭାଇରସ ସହ ଲଢିବା ପାଇଁ ସମସ୍ତେ ସମସ୍ତଙ୍କର ସାଥ ଦେଉଛନ୍ତି । କିନ୍ତୁ ଏଥିରେ ପୋଲିସ ଓ ଡାକ୍ତର ସବୁଠୁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ପୋଲିସରେ କାର୍ଯ୍ୟରତ ଥିବା ଏକ ପୋଲିସକର୍ମୀର ଦୁଃଖ ଭରା କାହାଣୀ ସାମ୍ନାକୁ ଆସୁଛି । କହିବାକୁ ଗଲେ ପୋଲିସ ବିଭାଗରେ ଥିବା କନସ୍ଟେବଲ ଅର୍ଜୁନ ସମସ୍ତଙ୍କୁ ତ୍ୟାଗର ନୂତନ ଉଦାହରଣ ଦେଇଛନ୍ତି ।

ଲକଡାଉନ କାରଣରୁ ଗତ କିଛି ଦିନ ହେବ ଅର୍ଜୁନ ଘରକୁ ବି ଯାଇ ନାହାନ୍ତି । କିନ୍ତୁ ଏହା ମଧ୍ୟରେ ତାଙ୍କ ପୁଅର ମୃତ୍ୟୁର ଖବର ଆସିଲା ତ ସେ ଘରକୁ କିଛି ସମୟ ପାଇଁ ଗଲେ ଓ କିଛି ସମୟ ହିଁ ବିତାଇଛନ୍ତି କି ପୁଣି ଥରେ ନାହନ (ସିରମୌର, ହିମାଚଳ ପ୍ରଦେଶ)କୁ ନିଜର ଡିୟୁଟିକୁ ଫେରି ଆସିଲେ । ଏହି ସମୟରେ ସେ ନିଜର ପରିଜନଙ୍କ ଠାରୁ ଦୂରରେ ରହି କଥାବାର୍ତ୍ତା କରିଲେ ।

କହିବାକୁ ଗଲେ ସିରମୌରରେ କରୋନା ପଜିଟିଭ ମିଳିଥିବା ଏକ ବ୍ୟକ୍ତିକୁ ବଦ୍ଦୀ ପର୍ଯ୍ୟନ୍ତ ଛାଡିବା ପାଇଁ ଯାଇଥିବା ପୋଲିସ ଟିମରେ ଅର୍ଜୁନ ବି ସାମିଲ ଥିଲେ ଓ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ସେ ନିଜ ଘରକୁ ବି ଯାଉ ନ ଥିଲେ । ଅର୍ଜୁନ ନାହନର ମୁଖ୍ୟ ଛକ ଗୁଡିକରେ ଡିୟୁଟି କରିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଅର୍ଜୁନଙ୍କ ପତ୍ନୀ ସୁମନ ବି ପୋଲିସ ବିଭାଗରେ ହିଁ କାର୍ଯ୍ୟରତ ଅଛନ୍ତି ।

ଗୁରୁବାର ଦିନ ତାଙ୍କ ପତ୍ନୀଙ୍କ ପ୍ରସବ ହୋଇଥିଲା । କିନ୍ତୁ କିଛି କାରଣ ବଶତଃ ଶିଶୁର ଜୀବନ ଚାଲିଗଲା । ଏହି ସମୟରେ ଅର୍ଜୁନ କରୋନା ପଜିଟିଭ ରୋଗୀକୁ ବଦ୍ଦୀ ଛାଡିବା ପାଇଁ ଯାଇଥିଲେ । ସେଥିପାଇଁ ସେ ନିଜ ପତ୍ନୀଙ୍କ ପାଖରେ ଉପସ୍ଥିତ ବି ନ ଥିଲେ । ଏହା ପରେ ରୋଗୀକୁ ଛାଡି ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ପତ୍ନୀଙ୍କୁ ଦେଖା କରିବା ପାଇଁ ପହଞ୍ଚିଲେ ଓ ତାଙ୍କ ଠାରୁ ଦୂରେଇ ରହି ହିଁ ସେ ତାଙ୍କ ସହିତ କଥାବାର୍ତ୍ତା କରିଲେ ।

ଏହା ପରେ ସେ ଶୁକ୍ରବାର ଦିନ କୋଲର ସ୍ଥିତ ନିଜ ଘରକୁ ଗଲେ । ପୁଅକୁ ମାଟି ଦାନର ପରମ୍ପରାକୁ ବି ପାଳନ କରିଲେ ଓ ପୁଣି ସଙ୍ଗେ ସଙ୍ଗେ ନିଜର ଡିୟୁଟିକୁ ଫେରିଗଲେ । ଅର୍ଜୁନଙ୍କ କହିବା ଅଟେ କି ସଙ୍କଟର ଏହି ଘଡିରେ ଡିୟୁଟି ହିଁ ସବୁକିଛି ଅଟେ, କିନ୍ତୁ ସଂକ୍ରମଣ ଠାରୁ ବଞ୍ଚିବା ବି ଜରୁରୀ ଅଟେ । ଅର୍ଜୁନଙ୍କ ଅନୁସାରେ ତାଙ୍କ ମା ଘରେ ଏକୁଟିଆ ଅଛନ୍ତି ଓ ପତ୍ନୀ ହସ୍ପିଟାଲରେ ଅଛନ୍ତି । ଏହା ଛଡା ଗତ ବର୍ଷ ତାଙ୍କ ପିତାଙ୍କ ନିଧନ ମଧ୍ୟ ହୋଇଥିଲା ।

କହିବାକୁ ଗଲେ ଦୁଃଖର ଏହି ସମୟରେ ଅର୍ଜୁନ ନିଜର ଦାୟିତ୍ଵକୁ ଭଲ ଭାବରେ ବୁଝି ପାରିଛନ୍ତି ଓ ନିଜର ମା ଏବଂ ପତ୍ନୀଙ୍କୁ ଏକୁଟିଆ ଛାଡି ନିଜର ଡିୟୁଟି କରୁଛନ୍ତି । ଏହିଭଳି ପୋଲିସଙ୍କୁ ସତ ସତ ପ୍ରଣାମ । ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *