ରାଶିଫଳ 12 ଏପ୍ରିଲ 2020, ଆଜି ଏହି ୪ଟି ରାଶି ଉପରେ ପ୍ରସନ୍ନ ହେବେ ସୂର୍ଯ୍ୟଦେବ, କରିବେ ସବୁ କଷ୍ଟ ଦୂର

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହଙ୍କ ଗଣନା ଉପରେ ଆଧାରିତ ହୋଇଥାଏ । ଦୈନଦିନ ରାଶିଫଳ ରେ ଲୋକଙ୍କର ଭବିଷ୍ୟତ ବିଷୟରେ କୁହାଯାଇଥାଏ । ସେଥିପାଇଁ ଆମ ଜୀବନରେ ରାଶିଫଳର ବହୁତ ମହତ୍ଵ ଥାଏ । ଆମ ମାନଙ୍କର ଦୈନଦିନ ରାଶିଫଳ ସମାନ ହୋଇନଥାଏ । କେବେ ଖୁସି ଆସିଥାଏ ତ ଆଉ କେତେବେଳେ ଅନେକ ଦୁଖଃ ଆସିଥାଏ । ଆଜି କେତେକ ରାଶି ଉପରେ ସୂର୍ଯ୍ୟଦେବ ଙ୍କର ଅନେକ କୃପା ରହିବ । ତାହେଲେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

ମେଷ

ଆଜି ଆପଣ ଆଳସ୍ୟ ଅନୁଭବ କରି ପାରନ୍ତି । ଆଜି କିଛି ଖୁସି ଘଟନା ଆପଣଙ୍କ ଜୀବନରେ ଘଟି ପାରେ । ଆପଣଙ୍କ ମନରେ କିଛି ନୂଆ ଯୋଜନା ଆସିବ ଯାହାକୁ ସଫଳ କରିବାରେ ଆପଣ ସଫଳତା ପାଇବେ । ଏକା ରହୁଥିବା ଲୋକଙ୍କୁ କେହି ମିଳିଯାଇ ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣ କୌଣସି ଯାତ୍ରା କରି ପାରନ୍ତି ଯାହା ଆପଣଙ୍କ ପାଇଁ ଲାଭକାରୀ ପ୍ରମାଣିତ ହେବ । ନିଜ ରାଗ ଉପରେ ନିୟତ୍ରଣ ରଖନ୍ତୁ ।

ବୃଷ

ଆଜି କୌଣସି ପଡୋଶୀ ଙ୍କ ବ୍ୟବହାର ଆପଣଙ୍କୁ ଆହାତ କରିପାରେ । ପୁରୁଣା କଥାକୁ ଭାବି ଆପଣ ସମୟ କାଟି ପାରନ୍ତି । ସୂର୍ଯ୍ୟଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । କିଛି ଶୁଭ କାମରେ ଯୋଗ ଦେବେ । ବିଦ୍ୟାର୍ଥୀ ମାନଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ । ବାପା ମାଆ ଙ୍କ ସାହାଯ୍ୟରେ ଆପଣ ଆର୍ଥିକ ଅସୁବିଧାରୁ ବାହାରିବାରେ ସଫଳ ହେବେ । ଆପଣଙ୍କର ସବୁ କାମ ଠିକ ସମୟରେ ପୁରା ହେବ ।

ମିଥୁନ

ଆପଣଙ୍କର ବିରୋଧୀ ଆଜି ଆପଣଙ୍କ ଆଡକୁ ବନ୍ଧୁତାର ହାତ ବଢାଇବେ । ଆପଣ ତାଙ୍କ କଥାକୁ ଅଣଦେଖା କରନ୍ତୁ । ପଟର୍ନର ଙ୍କୁ ରାଗି କିଛି ପ୍ରଶ୍ନ ପଚାରନ୍ତୁ ନାହିଁ ନହେଲେ ମତଭେଦ ହୋଇପାରେ । ପ୍ରତିଯୋଗିତାରେ ନିଜକୁ ଦୃଢ ରଖନ୍ତୁ । ସୂର୍ଯ୍ୟଦେବ ଙ୍କ କୃପାରୁ ଧନ, ଯଶ ଏବଂ ସବୁ ଜିନିଷରେ ବୃଦ୍ଧି ହେବ । ହଠାତ ଆର୍ଥିକ ଲାଭ ହୋଇପାରେ ।

କର୍କଟ

ଏହି ରାଶି ଉପରେ ସୂର୍ଯ୍ୟଦେବ ଙ୍କ କୃପା ଦୃଷ୍ଟି ରହିବ । ଆପଣଙ୍କୁ ଆଜି ଆପଣଙ୍କର ଭଲପାଇବା ମିଳିପାରେ । ପରିବାର ଠାରୁ ସହଯୋଗ ପାଇବେ । ଅଧିକ ରାତି ପର୍ଯ୍ୟନ୍ତ ବାହାରେ ରହିବା ଏବଂ ଅଧିକ ଖର୍ଚ କରନ୍ତୁ ନାହିଁ । ମନବଳ ବୃଦ୍ଧି ହେବା ସହିତ ଧନ ଏବଂ ପ୍ରତିଷ୍ଠା ବି ବୃଦ୍ଧି ହେବ । ବିଦ୍ୟାର୍ଥୀଙ୍କୁ କମ ପରିଶ୍ରମ ରେ ଅଧିକ ସଫଳତା ମିଳିବ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ବ୍ୟବସାୟରେ କ୍ଷତି ହୋଇ ପାରେ । ଶାରୀରିକ ଏବଂ ମାନସିକ ଲାଭ ପାଇଁ ଯୋଗ କରନ୍ତୁ ।

ସିଂହ

ଏହି ରାଶିର ଲୋକ ଆଜି କୌଣସି ବି ପରିସ୍ଥିତିରେ ନିଜକୁ ହରାନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ବହୁତ କ୍ଷତି ହେବ । ଆପଣଙ୍କର ଅଧା ଥିବା ସ୍ଵପ୍ନ ପୁରା ହେବ । ବ୍ୟବସାୟୀ ମାନଙ୍କର ବେପାର କ୍ଷେତ୍ରକୁ ଆସୁଥିବା ସବୁ ବାଧା ଦୂର ହେବ । ଭୁଲ ବିଚାର ପାଇଁ ଆପଣ କୌଣସି ଜରୁରୀ କାମରେ ଅସଫଳ ହେଇ ପାରନ୍ତି । ଯେଉଁ ମାନେ ବିଦେଶରେ ପଢିବା ପାଇଁ ଆଗ୍ରହୀ ଅଟନ୍ତି ଆଜି ତାଙ୍କର ଏହି ଇଚ୍ଛା ପୁରା ହୋଇ ପାରେ ।

କନ୍ୟା

ଆଜି ଆପଣଙ୍କ ଦିନ ଆର୍ଥିକ ଏବଂ ବ୍ୟବସାୟିକ କ୍ଷେତ୍ରରେ ଲାଭକାରୀ ହେବ । ପରିବାର ରେ ଖୁଶିର ମାହୋଲ ରହିବ । ଆଜି କିଛି ଜରୁରୀ କାମ ହେଇଯିବା କାରଣରୁ ଆପଣ ଲାଭବାନ ହେବେ ଏବଂ ଅଟକି ଥିବା ଧନ ଆପଣଙ୍କ ପାଖକୁ ଆସିବ । ଆପଣ ନିଜ ସମୟ ସାଙ୍ଗ ମାନଙ୍କ ସହିତ ବୁଲିବାରେ କାଟିବେ । କୌଣସି ରୋମାଞ୍ଚକ ଜାଗାକୁ ଯାଇ ପାରନ୍ତି । ସବୁ ଆବଶ୍ୟକୀୟ କାମକୁ ଆପଣ ଘଣ୍ଟାଏ ଭିତରେ ପୁରା କରିବେ ।

ତୁଳା

ଆଜି ଆପଣଙ୍କ ସବନ୍ଧ ଜୀବନସାଥୀ ଙ୍କ ସହିତ ମଧୁର ହେବ । ଶାରୀର ଏବଂ ମନ ରେ ଆପଣ ଖୁସି ଅନୁଭବ କରିବେ । ବିରୋଧୀ ମାନଙ୍କ ଠାରୁ ବିଜୟ ଲାଭ କରିବେ । ଆପଣଙ୍କ ପ୍ରିୟ ଙ୍କ ସହିତ ଆଜି ଆପଣ ଅଧିକ ସମୟ କାଟିବେ । ବ୍ୟବସାୟରେ ବୃଦ୍ଧି ହେବ ସହିତ ଆପଣଙ୍କର ଆୟ ବି ବୃଦ୍ଧି ହେବ । ଆଖପାଖ ଲୋକଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ସୃଷ୍ଟି ହେବ ।

ବିଛା

ଆଜି ଆପଣଙ୍କୁ କିଛି ଭଲ ଖବର ମିଳିବ ଯେଉଁଥି ପାଇଁ ଆପଣ ବହୁତ ଖୁସି ହେବେ । ଯେଉଁ ଜିନିଷର ଦାମ ଆଗକୁ ବଢିବାର ଥିବ ସେହି ଜିନିଷକୁ କିଣିବା ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ । ନୂଆ ଲକ୍ଷ ନିର୍ଦ୍ଧାରିତ କରି ନିଜର ଚେଷ୍ଟା ଆରମ୍ଭ କରି ଦିଅନ୍ତୁ । ବାହାର ଜିନିଷ ଖାଆନ୍ତୁ ନାହିଁ । ସମୟ ସହିତ ଆପଣଙ୍କର ବ୍ୟବହାର ବଦଳି ଯିବ । ବନ୍ଧୁ ମାନଙ୍କ ଠାରୁ କିଛି ଲାଭ ମିଳିବ ଏବଂ ଆପଣଙ୍କୁ ନିଜ କ୍ୟାରିୟର ରେ ଆଗକୁ ବଢିବା ପାଇଁ ସୁଯୋଗ ମିଳିବ ।

ଧନୁ

ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଭଲ ଫଳ ମିଳିବ । ଆପଣ ଆଜି କୌଣସି ତୀର୍ଥ ସ୍ଥାନକୁ ଯାତ୍ରା କରି ପାରନ୍ତି । ରୋଜଗାର କରିବା ପାଇଁ ଆପଣଙ୍କୁ ବହୁତ ମୌକା ମିଳିବ । ଆପଣଙ୍କ ପରିଶ୍ରମ ଦ୍ଵାରା ଆପଣ ସଫଳ ହେବେ । ପରିବାର ରେ ଚାଲିଥିବା ସବୁ ସମସ୍ୟା ଆଜି ଶେଷ ହୋଇଯିବ । କିଛି କାମ ଯୋଜନା ଅନୁସାରେ ନହେବା କାରଣରୁ ଆପଣଙ୍କର ମନ ଭଲ ରହିବ ନାହିଁ ।

ମକର

ଆଜି ଆପଣଙ୍କୁ ପରିଶ୍ରମର ଭଲ ଫଳ ମିଳିବ । ଆର୍ଥିକ ସ୍ଥିତି ଦୃଢ ରହିବ ଏବଂ ଆପଣଙ୍କ ଜୀବନରେ ଚାଲିଥିବା ସବୁ ସମସ୍ୟା ଦୂର ହେବ । ସମୟର ଠିକ ଉପଯୋଗ କରନ୍ତୁ । ନିଜର ଧନକୁ ସୁରକ୍ଷିତ ଜାଗାରେ ରଖନ୍ତୁ । ଆପଣ ଅନ୍ୟର ଆଲୋଚନା କରୁଥିବା କାରଣରୁ ଆପଣ ବି ଆଲୋଚନା ର ଶିକାର ହୋଇ ପାରନ୍ତି । ପ୍ରତିଯୋଗୀତା ପରୀକ୍ଷାରେ ଆପଣଙ୍କୁ ଭଲ ଫଳ ମିଳିବ ।

କୁମ୍ଭ

ଆଜି କୌଣସି ରିସ୍କ କାମ କରନ୍ତୁ ନାହିଁ ନହେତେ କ୍ଷତି ହୋଇପାରେ । କାମରେ ପ୍ରଥମ ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିବ । ଆପଣଙ୍କୁ ସମ୍ପର୍କୀୟ ଭାଇଙ୍କ ଠାରୁ ସହଯୋଗ ମିଳିବ । ପରିବାର ରେ ଚାଲିଥିବା ସବୁ ସମସ୍ୟା ଦୂର ହେବ । ଜୀବନସାଥୀ ଙ୍କର ସହଯୋଗ ମିଳିବ । ଲଭର୍ସ ମାନଙ୍କ ପାଇଁ ଆଜିର ଦିନଟି ଭଲ ରହିବ ।

ମୀନ

ଆଜି ଆପଣ ଯେତେ ଅଧିକ ପରିଶ୍ରମ କରିବେ ଆପଣଙ୍କୁ ସେତେ ଅଧିକ ସଫଳତା ମିଳିବ । ଆପଣଙ୍କ ପାଇଁ କିଛି ନୂଆ ରାସ୍ତା ଖୋଲିବ । ନିଜ ବ୍ୟବସାୟରେ କିଛି ନୂଆ କରିବା ପାଇଁ ଯୋଜନା କରି ପାରନ୍ତି । ଆପଣଙ୍କର ଅଧା ଥିବା ଇଚ୍ଛାକୁ ପୂରଣ କରିବା ପାଇଁ ଚେଷ୍ଟା କରନ୍ତୁ ନିହାତି ସଫଳତା ମିଳିବ । ଅବିବାହିତ ମାନଙ୍କ ପାଇଁ ଆଜି ଦିନଟି ଭଲ ରହିଛି । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ମୌସମ ର ଭରପୁର ଆନନ୍ଦ ନେବେ ।

ଭଗବାନ ସୂର୍ଯ୍ୟଦେବଙ୍କ ନିକଟରେ ପ୍ରାର୍ଥନା କରୁଅଛୁକି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହୁ । କାମେଣ୍ଟରେ ଓଁ ଆଦିତ୍ୟାୟ ନମଃ ଲେଖିଦିଅନ୍ତୁ, ଦେଖିବେ ଦିନଟି ଅତ୍ୟନ୍ତ ଭଲରେ କଟିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *